ସରକାରୀ ଅର୍ଥ ହେରଫେର ଅଭିଯୋଗ ରେ କନିଷ୍ଠ ଯନ୍ତ୍ରୀ ( JE ) ନିଲମ୍ବିତ
ସୁବର୍ଣ୍ଣପୁର :ସରକାରୀ ଅର୍ଥ ହେରଫେର ଅଭିଯୋଗ ରେ କନିଷ୍ଠ ଯନ୍ତ୍ରୀ ନିଲମ୍ବିତ ହୋଇଥିବା ଖବର ଆମର ହସ୍ତଗତ ହୋଇଛି l ମିଳିଥିବା ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ରକ୍ସା ଗ୍ରାମ ପଞ୍ଚାୟତର ଖପୁରୀପୂର ଠାରୁ ବଇମାନ ଟିକିରା ଏବଂ ଖପୁରିପୂର୍ ଠାରୁ ରାଜନଗର ରାସ୍ତାର ଉନ୍ନତି କରଣ ନାଁରେ ଲକ୍ଷାଧିକ ଟଙ୍କା ହଡ଼ପ ଘଟଣାରେ କନିଷ୍ଠ ଯନ୍ତ୍ରୀ ସୁପ୍ରିୟା ଗୁରୁଙ୍କୁ ନିଲମ୍ବିତ କରାଯାଇଛି l ପୂର୍ବରୁ ଏହି ଦୁର୍ନୀତି ଘଟଣାରେ ପିଇଓ ସୀତାରାମ ତ୍ରିପାଠୀ ଏବଂ ଏଡି ଇଓ ହିମାଂଶୁ ଶେଖର ଖମାରିକୁ ସୁବର୍ଣ୍ଣପୁର ଜିଲ୍ଲାପାଳ ନିଲମ୍ବନ କରିଥିବା ବେଳେ ତତ୍କାଳୀନ ଉଲୁଣ୍ଡା ବ୍ଲକ ର କନିଷ୍ଠ ଯନ୍ତ୍ରୀ ଏବଂ ବର୍ତ୍ତମାନ ସୋନପୁର ବ୍ଲକ ରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁପ୍ରିୟା ଗୁରୁ ଙ୍କ ବିରୋଧରେ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ପାଇଁ ପଞ୍ଚାୟତ ରାଜ ବିଭାଗକୁ ତତ୍କାଳୀନ ଜିଲ୍ଲାପାଳ ଡ.ନୃପ ରାଜ ସାହୁ ସୁପାରିଶ କରିଥିଲେ l l ସୂଚନା ଅନୁସାରେ ଏହି ରାସ୍ତାରେ ମନରେଗା ଯୋଜନାରେ ସମୁଦାୟ ପ୍ରାୟ 12 ଲକ୍ଷ ଟଙ୍କା ହେରଫେର କରାଯାଇଥିଲା l ଏହି ଘଟଣାକୁ ନେଇ ଜିଲ୍ଲାପାଳ ତଦନ୍ତ କଲାପରେ ସତ୍ୟା ସତ୍ୟ ସାମ୍ନାକୁ ଆସିଥିଲା l ଏହି ଦୁର୍ନୀତି ଘଟଣାରେ ପୂର୍ବରୁ ଜିଲ୍ଲାପାଳ ପିଇଓ ଏବଂ ଏଡିଇଓଙ୍କୁ ନିଲମ୍ବନ କରିଥିବା ଵେଳେ କନିଷ୍ଠ ଯନ୍ତ୍ରୀ ଏବଂ ଏଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପଞ୍ଚାୟତ ରାଜ ବିଭାଗକୁ ସୁପାରିଶ କହିଥିଲେ l ଜିଲ୍ଲାପାଳ ଙ୍କ ସୁପାରିଶ କ୍ରମେ ପଞ୍ଚାୟତ ରାଜ ଵିଭାଗ ପକ୍ଷରୁ ଚିଠି ନମ୍ବର୍ 27301 / 24/09/2026 ଅନୁସାରେ ସୁପ୍ରିୟା ଗୁରୁଙ୍କୁ ନିଲମ୍ବନ କରାଇଥିବା ଜଣାପଡ଼ିଛି l ଓଡିଶା ସରକାର ଙ୍କ ପଞ୍ଚାୟତ ରାଜ ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ ନିଲମ୍ବିତ କନିଷ୍ଠ ଯନ୍ତ୍ରୀ CDO cum EO ଜିଲ୍ଲା ପରିଷଦ ଙ୍କ ପୂର୍ବ ବିନା ଅନୁମତି ରେ ଜିଲ୍ଲା ହେଡ଼ କ୍ଵାର୍ଟର ଛାଡି ପାରିବେ ନାହିଁ ବୋଲି ଉକ୍ତ ନିର୍ଦ୍ଦେଶନାମା ରେ ଉଲ୍ଲେଖ ରହିଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
