ସରକାରୀ ବୈଠକ ରେ ଶୋଇପଡିଲେ ଅଧିକାରୀ ଓ ଜନପ୍ରତିନିଧି l
ସୁବର୍ଣ୍ଣପୁର — ସରକାରୀ ବୈଠକ ଚାଲିଥିବା ବେଳେ ଶୋଇପଡିଲେ ସରକାରୀ ଅଧିକାରୀ ଓ ଜନ ପ୍ରତିନିଧି l ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସମ୍ବିଳନୀ କକ୍ଷ ଠାରେ ବୁଧବାର ଦିନ ଜିଲ୍ଲା ପ୍ଲାନିଂ ଆଣ୍ଡ ମନିଟରିଙ୍ଗ ୟୁନିଟ ପକ୍ଷରୁ ଏସ ଡି ଜି ସମ୍ବନ୍ଧୀୟ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା l ଏହି ଶିବିର ରେ ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ ଭଳି ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଉଥିଲା l ଉକ୍ତ ବୈଠକ ଚାଲିଥିବା ବେଳେ ହରଭଙ୍ଗା ଗୋଷ୍ଟୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ ଓ ବ୍ଲକ ଉପାଧ୍ୟକ୍ଷ କାହ୍ନୁଚରଣ ନାଥ ନିଜ ନିଜ ଚୌକି ରେ ବସି ଗାଢ଼ ନିଦ୍ରାରେ ଶୋଇପଡ଼ିଥିଲେ l ଏହି ଭିଡିଓ ସାମାଜିକ ଗଣମାଧ୍ୟମ ରେ ଭାଇରାଲ ହେବା ପରେ ଏହାକୁ ନେଇ ବିଭିନ୍ନ ମହଲ ରେ ଭିନ୍ନଭିନ୍ନ ମତପ୍ରକାଶ ପାଇଛି l ଉକ୍ତ ଭିଡିଓ କୁ ନେଇ ଜନସାଧାରଣ ନାନା ପ୍ରଶ୍ନ ଉଠାଇଛନ୍ତି l ଗୁରୁତ୍ୱପୂର୍ଣ୍ଣ ବୈଠକ ରେ ନିଜେ ଅଧିକାରୀ ଓ ଜନ ପ୍ରତିନିଧି ଶୋଇପଡିବା ଦାୟିତ୍ୱ ହୀନତା ର ପରିଚୟ ବୋଲି ମାତପ୍ରକାଶ କରିଛନ୍ତି l ଏ ନେଇ ସମ୍ପୃକ୍ତ ଅଧିକାରୀ ଓ ଜନ ପ୍ରତିନିଧି ଙ୍କ କୌଣସି ମତାମତ ମିଳିପାରିନାହିଁ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ.
