October 12, 2026
Home » ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ମାତୃ କର୍ମଶାଳା ଅନୁଷ୍ଠିତ

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ମାତୃ କର୍ମଶାଳା ଅନୁଷ୍ଠିତ

0
WhatsApp Image 2026-10-12 at 1.11.35 PM

 

ଶିଶୁମାନଙ୍କ ସର୍ବାଙ୍ଗୀଣ ବିକାଶ, ଉତ୍ତମ ସଂସ୍କାର ପ୍ରଦାନ ଏବଂ ଶିଶୁର ଜୀବନ ଗଠନରେ ମାଆମାନଙ୍କ ଭୂମିକାକୁ ଗୁରୁତ୍ୱ ଦେଇ ରବିବାର ଦିନ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପପଙ୍ଗା କଲୋନୀଠାରେ ଶିଶୁ ବାଟିକା ବିଭାଗ ପକ୍ଷରୁ ଏକ ମାତୃ କର୍ମଶାଳା ଆୟୋଜିତ ହୋଇଯାଇଛି।

ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ଭୋଇ ଯୋଗଦେଇ ମାଆମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। ସମ୍ମାନିତ ଅତିଥି ଶ୍ରୀଯୁକ୍ତ ମନୋରଞ୍ଜନ ମାଝୀ ମାଆମାନଙ୍କ କର୍ତ୍ତବ୍ୟ, ଶିଶୁ ଲାଳନପାଳନ ଏବଂ ଉତ୍ତମ ସଂସ୍କାର ବିକାଶ ସମ୍ପର୍କରେ ଆଲୋକପାତ କରିଥିଲେ।

ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଶଙ୍କର୍ଷଣ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଏହି କର୍ମଶାଳାରେ ଉପସ୍ଥିତ ସମସ୍ତ ଅତିଥି ଅଧିକାରୀ ,ମାତୃମଣ୍ଡଳୀ ଓ ସମସ୍ତ ଗୁରୁଜୀ ଗୁରୁମା ସେବକ ସେବିକା ମାନଙ୍କୁ ବିଦ୍ୟାଳୟ ର ସଂପାଦକ ଶ୍ରୀଯୁକ୍ତ ଉମାକାନ୍ତ ମେଣ୍ଡଲି ଧନ୍ୟବାଦ ଅର୍ପଣ କରିଥିଲେ ।ଶିଶୁ ବାଟିକା ପ୍ରମୁଖ ସସ୍ମିତା ଗୁରୁମା କର୍ମଶାଳାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଐଶ୍ୱର୍ଯ୍ୟା ଗୁରୁମା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ଗୁରୁମା ଅନିମା, ରମ୍ଭା, ପ୍ରିୟଙ୍କା ଓ ରୁକ୍ମଣୀ ବିଭିନ୍ନ କାଳାଂଶ ପରିଚାଳନା କରି ଶିଶୁ ଶିକ୍ଷା, ସଂସ୍କାର ଓ ବିକାଶ ବିଷୟରେ ଉପଯୋଗୀ ତଥ୍ୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ଗୁରୁମା ସୂର୍ଯ୍ୟ, ଟ୍ୱିଙ୍କିଲ, ସୀମା, ସୁଜାତା ଓ ସନ୍ତୋଷ ଗୁରୁଜୀ, ସେବକ ଚିନ୍ତାମଣି ଏବଂ ସେବିକା ଜମ୍ବୋବତୀ ଓ ନଳିନୀ ସହଯୋଗ କରିଥିଲେ।

ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ,

Leave a Reply

Your email address will not be published. Required fields are marked *