ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ପରିପ୍ରେକ୍ଷୀରେ ପାରାଦ୍ଵୀପ ରେ ଏକତା ପଦଯାତ୍ରା
ପାରାଦ୍ଵୀପ: ଭାରତର ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ପରିପ୍ରେକ୍ଷୀରେ ଆଜି ପାରାଦ୍ଵୀପ ଠାରେ ଏକତା ପଦଯାତ୍ରା ଆୟୋଜନ ହୋଇଯାଇଛି।ଏକତା ଏବଂ ଦେଶପ୍ରେମର ବାର୍ତ୍ତା ବାଣ୍ଟିବାକୁ ଆୟୋଜିତ ଏହି ପଦଯାତ୍ରାଟି ପାରାଦୀପ ସରକାରୀ ଡିଗ୍ରୀ କଲେଜରୁ ଅତ୍ୟନ୍ତ ଉତ୍ସାହର ସହିତ ଆରମ୍ଭ ହୋଇ ଏମ୍ପାୟାର ଚୌକ – ଲେଙ୍କା ଚୌକ – ବଡପଡିଆ – ଥାନା ଚୌକ – ଦେଇ ସୁଭାସ ବୋଷ ଷ୍ଟଚୁ ରେ ମାଲ୍ୟାର୍ପଣ କରି ଗୋପବନ୍ଧୁ ଷ୍ଟାଡିୟମ୍ ଠାରେ ଶେଷ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ , ମାନ୍ୟବର ସାଂସଦ,ଜଗତସିଂହପୁର ଶ୍ରୀ ବିଭୁ ପ୍ରସାଦ ତରାଇ, ଅତିରିକ୍ତ ଜିଲ୍ଲାପାଳ ପାରାଦ୍ଵୀପ, ଶ୍ରୀ ନିରଞ୍ଜନ ବେହେରା, ପାରାଦ୍ଵୀପ ପୌର ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ଅଭିଷେକ ପଣ୍ଡା,ପାରାଦୀପ କଲେଜର ଅଧ୍ୟକ୍ଷ ଶ୍ରୀମତୀ ସସ୍ମିତା ଶତପଥୀ, ଶ୍ରୀ ନିଖିଲ କୋକୁଲା, ଜିଲ୍ଲା ଯୁବ ଅଧିକାରୀ, ମାଇ ଭାରତ – ଜଗତସିଂପୁର; ଏବଂ ଶ୍ରୀମତୀ ବିଶ୍ୱ ବିଜୟିନୀ ପଟ୍ଟନାୟକ, ଜିଲ୍ଲା କ୍ରୀଡା ଅଧିକାରୀ, ଜଗତସିଂପୁର , କୁଜଙ୍ଗ ବ୍ଲକର ବିଡିଓ ଶ୍ରୀ ଦୀପକ ପ୍ରସାଦ ସ୍ୱାଇଁ ଏବଂ କୁଜଙ୍ଗ ବ୍ଲକର ତହସିଲଦାର ଶ୍ରୀ ସ୍ୱରୂପ ନନ୍ଦନ ବେହେରା ମଧ୍ୟ ଅଂଶଗ୍ରହଣ କରିଥିଲେ।ବହୁ ସଂଖ୍ୟକ ଛାତ୍ରଛାତ୍ରୀ, ସ୍ୱେଚ୍ଛାସେଵୀ, ସରକାରୀ ଅଧିକାରୀ ଏବଂ ନାଗରିକ ପଦଯାତ୍ରାରେ, ସର୍ଦ୍ଦାର ପଟେଲଙ୍କ ଜୀବନ ଏବଂ ଅବଦାନ ଦ୍ୱାରା ଅନୁପ୍ରାଣିତ ବ୍ୟାନର ଏବଂ ସ୍ଲୋଗାନ ଧରି ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ପାରାଦ୍ଵୀପ ସରକାରୀ ଡ଼ିଗ୍ରୀ ମହାବିଦ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ ପାରାଦ୍ଵୀପ ଶ୍ରୀ ନିରଞ୍ଜନ ବେହେରା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସାଧାରଣ ସଭା ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ମନ୍ତ୍ରୀ ଶିଳ୍ପ ଦକ୍ଷତା ବିକାଶ ବୈଷୟିକ ଶିକ୍ଷା ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଲେ ଯେ ଭାରତର ଏକତାର ସ୍ଥପତି ଭାବରେ ସର୍ଦ୍ଦାର ପଟେଲଙ୍କ ଅବଦାନ ଅବିସ୍ମରଣୀୟ । ସେ ,ସମସ୍ତଙ୍କୁ, ବିଶେଷକରି ଯୁବପିଢ଼ିଙ୍କୁ, ତାଙ୍କ ସମର୍ପଣ, ସେବା ଏବଂ ଜାତୀୟ ସଦ୍ଭାବର ମୂଲ୍ୟବୋଧକୁ ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ।
ସଭା ରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ମାନ୍ୟବର ସାଂସଦ ଶ୍ରୀ ବିଭୁ ପ୍ରସାଦ ତରାଇ ସର୍ଦ୍ଦାର ପଟେଲ ଙ୍କ ଦୃଢ଼ ସଙ୍କଳ୍ପ ଓ ଦେଶପ୍ରେମ ର ଶିକ୍ଷା ସମାଜକୁ ହିଂସା, ଅସମାନତା ଓ ବିଭାଜନ ରୁ ଦୂରରେ ରଖେ। ତାଙ୍କର ଦୃଷ୍ଟିକୋଣ କୁ ଡ ତରାଇ ଦେଶ ର ଅଖଣ୍ଡତା ର ମୂଳମନ୍ତ୍ର ବୋଲି କହିଥିଲେ।

ଯୁବପିଢ଼ୀ ଯଦି ସର୍ଦ୍ଦାର ପଟେଲଙ୍କ ଆଦର୍ଶରୁ ପ୍ରେରିତ ହୋଇ ଦେଶଗଠନରେ ଅଂଶଗ୍ରହଣ କରିବେ, ତେବେ ଆଗାମୀ ଭାରତ ଅଧିକ ସୁସଂଗଠିତ ଓ ସମୃଦ୍ଧ ହେବ।ଅତିଥି ମାନଙ୍କ ଉପସ୍ଥିତି ରେ ସମସ୍ତେ ଏକତା ର ଶପଥ ପାଠ କରିଥିଲେ।ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରତିନିଧିତ୍ୱ କରୁଥିବା ୧୫୦୦ ରୁ ଅଧିକ ଛାତ୍ରଛାତ୍ରୀ ପଦ ଯାତ୍ରାରେ ଅଂଶଗ୍ରହଣ କରିଥିଲେ। ଶୋଭାଯାତ୍ରାରେ ସାଂସ୍କୃତିକ ଉପସ୍ଥାପନା ଏବଂ ସଂଗୀତ ପରିବେଷଣ କରାଯାଇଥିଲା, ଯାହା ଏକତା ଏବଂ ଦେଶପ୍ରେମର ଭାବନାକୁ ପ୍ରତିଫଳିତ କରିଥିଲା।ଜିଲ୍ଲା ପ୍ରଶାସନ, ପାରାଦୀପ ପୌରପାଳିକା, MY ଭାରତ ସ୍ୱେଚ୍ଛାସେବକ, ଶିକ୍ଷାନୁଷ୍ଠାନ ଏବଂ ସମସ୍ତ ସହାୟକ ବିଭାଗ ଓ ଗଣ ମାଧ୍ୟମ ପ୍ରତିନିଧି ଙ୍କ ସମନ୍ୱିତ ପ୍ରୟାସ ରେ ଏହି ପଦଯାତ୍ରା ସଫଳ ଭାବେ ଆୟୋଜିତ ହୋଇଥିଲା।
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
