October 12, 2026
Home » ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ନୟାଗଡ଼ କପ୍- ୨୦୨୬ ଦ୍ଵିତୀୟ ଦିନ ଖେଳରେ କେରଳ ୨- ୧ରେ ବିଜୟୀ

ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ନୟାଗଡ଼ କପ୍- ୨୦୨୬ ଦ୍ଵିତୀୟ ଦିନ ଖେଳରେ କେରଳ ୨- ୧ରେ ବିଜୟୀ

0
1000906511
।
ନୟାଗଡ଼:ନୟାଗଡ଼ ଖେଳ ପଡିଆ ଠାରେ ଚାଲିଥିବା ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର  ଦ୍ୱିତୀୟ ଦିବସରେ ୟୁନାଇଟେଡ କ୍ଳବ୍ ଭୁବନେଶ୍ୱର ଏବଂ ଏସ ଜେ ସି ଫୁଟବଲ କାଲିକଟ କେରଳ ମଧ୍ୟରେ ସଂଘର୍ଷ ଜୋରଦାର ହୋଇଥିଲା ।ଶକ୍ତିଶାଳୀ କେରଳ ଦଳ ଆରମ୍ଭରୁ ଭୁବନେଶ୍ୱର ଦଳ ଉପରେ ଆକ୍ରମଣକୁ ଜୋରଦାର କରି ଖେଳ ଆରମ୍ଭର ୩୭ ମିନିଟ୍ ସମୟରେ କେରଳର ୬୭ ନମ୍ବର ଖେଳାଳି ମୋବାରିସ ଗୋଟିଏ ଗୋଲ୍ ମାରି ଦଳକୁ ୧ -୦ ରେ ଆଗୁଆ କରିଥିଲେ ।  ଦିତୀୟର୍ଦ୍ଧାରେ ଭୁବନେଶ୍ୱର ଦଳ ଗୋଲ୍ ଟିକୁ ପରିଶୋଧ କରି ସ୍ଥିତିକୁ ୧ – ୧ ରେ ବରାବର କରିବାରେ ସମର୍ଥ ହୋଇଥିଲେ ।
ଶେଷରେ ଖେଳ ଶେଷ ହେବାର ୧୦ ମିନିଟ୍ ପୂର୍ବରୁ କେରଳ ର ୧୦ ନମ୍ବର ଖେଳାଳି ଆଉ ଗୋଟିଏ ଗୋଲ୍ ମାରି କେରଳକୁ ୨ – ୧ ରେ ଆଗୁଆ ରଖିବା ସହ ଦଳକୁ ବିଜୟୀ କରିବାରେ ସମର୍ଥ ହୋଇଥିଲେ । ମୁଖ୍ୟ ରେଫାରୀ ଭାବେ ଜ୍ୟୋତି ରଞ୍ଜନ ସ୍ବାଇଁ ଖେଳ ପରିଚାଳନା କରିଥିଲେ ଏବଂ ତାଙ୍କୁ ସହାୟତା କରିଥିଲେ ପ୍ରସନ୍ନ ନାୟକ ଓ ଶରତ ମହାରଣା। ଏଥି ସହିତ ରେଫରୀ ରାଜୁ ମହାନ୍ତି ୪ର୍ଥ ରିଫାରୀ ଭାବେ କାର୍ଯ୍ୟ ତୁଲାଇଥିଲେ। ଆଜି ଖେଳରେ ରଣପୁର ବିଜ୍ଞାପିତ ଅଂଚଳ ପରିଷଦର ଅଧକ୍ଷ ରଙ୍ଗୀନ ମହାନ୍ତି , ଜିଲ୍ଲା ଗୁଇନ୍ଦା ବିଭାଗର ଅଧିକାରୀ ଦ.ଦିନେଶ ଚନ୍ଦ୍ର ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିବା ବେଳେ ୟୁଥ୍ କ୍ଳବ୍ର ସଭାପତି ଶେଖ୍ ୟୁସୁବ୍, ସମ୍ପାଦକ ଅନୱର୍ ଅଲ୍ଲୀ, ଜିଲ୍ଲା ପରିଷଦ ସଭ୍ୟ ସୁବାସ ଚନ୍ଦ୍ର କହଁର,ସଂଗଠନ ସମ୍ପାଦକ ହଜରତ ଅଲ୍ଲୀ ଖାଁ, ସରିଫ ଖାଁ, ଶେଖ୍ ନଇମୁ, ବିଭୁ କିଶୋର ସାହୁ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ। ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଧାରା ବିବରଣୀ ପ୍ରଚାର କରିଥିଲେ। ଆସନ୍ତା କାଲିର ଘମାଘୋଟ ଲଢେଇରେ ଭେଟିବାକୁ ଯାଉଛନ୍ତି ଓଡ଼ିଶା ପୋଲିସ କଟକ ବନାମ ଏସ ଟି ଇଉ ଫୁଟବଲ କ୍ଲବ କାଶ୍ମୀର ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *