August 22, 2026
Home » ସର୍ବଭାରତୀୟ ପୋଲିସ ସୁଟିଂ ପ୍ରତିଯୋଗିତା: ଓଡ଼ିଶା ପୋଲିସକୁ ବଡ଼ ସଫଳତା

ସର୍ବଭାରତୀୟ ପୋଲିସ ସୁଟିଂ ପ୍ରତିଯୋଗିତା: ଓଡ଼ିଶା ପୋଲିସକୁ ବଡ଼ ସଫଳତା

0
WhatsApp Image 2026-03-28 at 6.56.11 PM

 

ହରିୟାଣାର ଗୁରୁଗ୍ରାମ ସ୍ଥିତ CRPF ଠାରେ ଅନୁଷ୍ଠିତ ୨୬ତମ ସର୍ବଭାରତୀୟ ପୋଲିସ ସୁଟିଂ (AIPDM) ପ୍ରତିଯୋଗିତାରେ ଓଡ଼ିଶା ପୋଲିସ ଅଭୁତପୁର୍ବ ସଫଳତା ହାସଲ ପ କରିଛି । ଦେଶର ବିଭିନ୍ନ ରାଜ୍ୟ ପୋଲିସ ବାହିନୀ ମାନଙ୍କ ମଧ୍ୟରେ ଓଡ଼ିଶା ପୋଲିସ ଦ୍ୱିତୀୟ ସ୍ଥାନ ଅଧିକାର କରି ରାଜ୍ୟ ପାଇଁ ଗୌରବ ଆଣିଛି।ସୂଚନା ଯୋଗ୍ୟ ଯେ, ମାର୍ଚ୍ଚ ୨୨ ରୁ ୩୦ ପର୍ଯ୍ୟନ୍ତ ଚାଲିଥିବା ଏହି ପ୍ରତିଯୋଗିତାରେ ଓଡ଼ିଶା ପୋଲିସ ରାଇଫଲ ସୁଟିଂ (୭୪୩ ପଏଣ୍ଟ), ପିସ୍ତଲ ସୁଟିଂ (୫୩୧ ପଏଣ୍ଟ )ଏବଂ କାରବାଇନ ସୁଟିଂରେ (୩୨୭ ପଏଣ୍ଟ) ସର୍ବମୋଟ ୧୬୦୧ ପଏଣ୍ଟ ପାଇ ରାଜ୍ୟ ପୋଲିସ ବାହିନୀ ମାନଙ୍କ ମଧ୍ୟରେ ଓଡିଶା ପୋଲିସ ଟିମ ଦ୍ୱିତୀୟ ସ୍ଥାନ ଅଧିକାର କରିଛି।ଉଲ୍ଲେଖ ଯୋଗ୍ୟ ଯେ, ଏହି ପ୍ରତିଯୋଗିତାରେ ଓଡ଼ିଶା ପୋଲିସର ସୁଟର ଅକ୍ଷୟ କୁମାର ସାହାଣୀ (S/131) ୩୦୦ ୟାର୍ଡ ସ୍ନାପ୍ (300 yards snap) ବିଭାଗରେ ଦ୍ୱିତୀୟ ସ୍ଥାନ ହାସଲ କରି ରୌପ୍ୟ ପଦକ ଜିତିଛନ୍ତି। ଶ୍ରୀ ସାହାଣୀ ବର୍ତ୍ତମାନ ଏସଏସବିଏନ (SSBN), ଭୁବନେଶ୍ୱର ଠାରେ କାର୍ଯ୍ୟରତ ଅଛନ୍ତି।ଏହି ଅବସରରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଓଡ଼ିଶା ପୋଲିସ ଟିମ୍ ଏବଂ ପଦକ ବିଜେତା ଅକ୍ଷୟ କୁମାର ସାହାଣୀ ଓ ଡେପୁଟି କମାଣ୍ଡାଣ୍ଟ,ଟିମ ମ୍ୟାନେଜର ତଥା କୋଚ ଏମ. ଏସ. ଏ ଫରିଦଙ୍କୁ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।