July 16, 2025
Home » ସାତ ଦଫା ଦାବି ନେଇ ଡ୍ରାଇଭର ସଂଘ ର ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ

ସାତ ଦଫା ଦାବି ନେଇ ଡ୍ରାଇଭର ସଂଘ ର ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ

0
WhatsApp Image 2025-07-09 at 1.50.40 PM

ସୁବର୍ଣ୍ଣପୁର –ଓଡ଼ିଶା ଡ୍ରାଇଭର ମହାସଂଘ ଓ ଡ୍ରାଇଭର ଏକତା ମଞ୍ଚ ର ନିଷ୍ପତ୍ତି କ୍ରମେ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ପାଇଁ ଧମକ ଦେଇଥିବା ଆନ୍ଦୋଳନ ରେ ତରଭା ଡ୍ରାଇଭର ସଂଘ ସାମିଲ ହୋଇ ଥିବାର ଜଣାଯାଇଛି I ରାଜ୍ୟ ସରକାର ଡ୍ରାଇଭର ଙ୍କ ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ କରୁଥିବା ନେଇ ଗତକାଲି ( ୮/୭/୨୫ ତାରିଖ ) ଠାରୁ ଡ୍ରାଇଭର ମହା ସଂଘର ନିଷ୍ପତ୍ତି କ୍ରମେ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ ନିଷ୍ପତ୍ତି ନେଇଥିବା ଜଣାଯାଇଛି I ପୂର୍ବରୁ ଡ୍ରାଇଭର ସଂଘ ପକ୍ଷରୁ ରାଜ ରାସ୍ତା ରେ ଶାନ୍ତି ପୂର୍ଣ୍ଣ ଦାବି ପତ୍ର ପ୍ରଦାନ ଓ ଆନ୍ଦୋଳନ ସତ୍ତେ ସରକାର ଅଣଦେଖା କରିଥିବାରୁ ବାଧ୍ୟ ହୋଇ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେଇଛନ୍ତି ଡ୍ରାଇଭର ମହାସଂଘ l ଡ୍ରାଇଭର ଙ୍କ ଦାବି ମଧ୍ୟରେ ଓଡିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଏବଂ ୱାର୍କର ୱେଲଫେୟାର ରେ ଅଟୋ ଡ୍ରାଇଭର ଙ୍କୁ ସାମିଲ କରାଯିବା, ଜନ ସାଧାରଣ ଙ୍କ ଆକ୍ରୋଶ ର ଶିକାର ହେଉଥିବା ଡ୍ରାଇଭର ଙ୍କ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଆଇନ ଆଣିବା, ବୃତ୍ତି ଗତ ଡ୍ରାଇଭରଙ୍କ ୬୦ ବର୍ଷ ବୟସ ପରେ ସ୍ୱତନ୍ତ୍ର ଭତ୍ତା ପ୍ରଦାନ କରିବା, ଗାଡି ଗୁଡିକ ପାର୍କିଂ ଓ ଡ୍ରାଇଭର ମାନଙ୍କ ବିଶ୍ରାମ ନେଇ ପ୍ରତି ଶହେ କିଲୋମିଟର ରେ ପାର୍କିଂ ସହିତ ବିଶ୍ରାମଗାର ଓ ଶୌଚାଳୟ ର ବ୍ୟବସ୍ଥା କରାଯିବା, ସେପ୍ଟେମ୍ବର ୧ କୁ ଜାତୀୟ ଡ୍ରାଇଭର ଦିବସ ଭାବେ ପାଳନକରାଯିବା, ଗାଡ଼ି ର କାଗଜ ପତ୍ର ଯାଞ୍ଚ ଦାୟିତ୍ଵ ପୋଲିସ ବିଭାଗ କୁ ଦିଆ ନ ଯାଇ ପରିବହନ ବିଭାଗ କୁ ପ୍ରଦାନକରାଯିବା,ଓଡ଼ିଶା ଖଣି ଖଦାନ, କାରଖାନା ରେ70%ଦିଆଯିବା ସହ ଓଡ଼ିଆ ଡ୍ରାଇଭର ଙ୍କୁ ନିଯୁକ୍ତି ଅଗ୍ରାଧିକାରଦିଆଯାଉବୋଲି ଦାବି ପତ୍ର ରେ ଉଲ୍ଲେଖ କରିଛନ୍ତି I ୭ ଦଫା ଦାବି କୁ ସରକାର ଶୀଘ୍ରମାନି ନେବାକୁ ଓଡିଶା ଡ୍ରାଇଭର ମହା ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଆନ୍ଦୋଳନ ସମୟରେ ସଧାରଣ ଲୋକ ଙ୍କ କିଛି ଅସୁବିଧା ବା କ୍ଷୟ କ୍ଷତି ହେଲେ ଏଥି ପାଇଁ ସରକାର ହିଁ ଦାୟୀ ରହିବେ ବୋଲି ସଂଘ ସୁଚେଇ ଦେଇଛି l ଦାବି ସମୂହ ପୂରଣ ନ ହେବାରୁ ଗତକାଲି ଠାରୁ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ଆରମ୍ଭ ହୋଇଛି l ଆନ୍ଦୋଳନ ପୂର୍ଵ ର ସଂଘ ର ନିଷ୍ପତ୍ତି ପତ୍ର ତରଭା ଆଇ ଆଇ ସି, ଅନିତା କିଡୋ, ଅତିରିକ୍ତ ତହସିଲଦାର ଦୀପ୍ତି ମୟୀ ଭୁଏ, ଏବଂ ତରଭା ଏନ ଏ ସି ଇ.ଓ ଲକ୍ଷ୍ମୀ କାନ୍ତ ମଲ୍ଲିକ ଙ୍କୁ ତରଭା ଡ୍ରାଇଭର ସଂଘ ପକ୍ଷରୁ ପ୍ରଦାନ କରାଯାଇଥିଲା I ଏହି ନିଷ୍ପତ୍ତି ପତ୍ର ପ୍ରଦାନ ସମୟରେ ବ୍ଲକ ଡ୍ରାଇଭର ସଂଘ ର ସଭାପତି ସୁରେଶ ଚନ୍ଦ୍ର ବେହେରା, ସଂଘ କୋଷାଧ୍ୟକ୍ଷ ନନ୍ଦୀ କିଶୋର ସାହୁ, ଏବଂ ତରଭା ଡ୍ରାଇଭର ସଂଘ ଏଡ଼ ମୀନ ମହାଦୀପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ବର୍ତ୍ତମାନ ଏହି ସମ୍ବାଦ ଲେଖା ହେବା ପର୍ଯ୍ୟନ୍ତ ଡ୍ରାଇଭର ମାନଙ୍କ ଆନ୍ଦୋଳନ ଚାଲୁ ରହିଛି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *