June 20, 2026
Home » ସୁବର୍ଣ୍ଣପୁର ଜିଲ୍ଲା ରେ ଜୁନ 22 ରୁ ସକାଳ 6.30 ରୁ 10.30 ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ ଖୋଲା ରହିବ l

ସୁବର୍ଣ୍ଣପୁର ଜିଲ୍ଲା ରେ ଜୁନ 22 ରୁ ସକାଳ 6.30 ରୁ 10.30 ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ ଖୋଲା ରହିବ l

0
WhatsApp Image 2026-06-20 at 3.01.04 PM

ସୁବର୍ଣ୍ଣପୁର — ଗ୍ରୀଷ୍ମ ପ୍ରବାହ ଯୋଗୁଁ ସ୍କୁଲ ଛୁଟି କୁ ବୃଦ୍ଧି କରିଥିଲେ ଜିଲ୍ଲାପାଳ l ଜୁନ 17 ରେ ଗ୍ରୀଷ୍ମ ଛୁଟି ଶେଷ ହେଉଥିଲା l ଏପରିକି ଜୁନ 18 ରେ ସମସ୍ତ ସ୍କୁଲ ଖୋଲିବା ପାଇଁ ସରକାରୀ ନିର୍ଦ୍ଦେଶ ଥିଲା l ମାତ୍ର ଜିଲ୍ଲା ରେ ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହେଉଥିଲା l ଏହାକୁ ଦୃଷ୍ଟି ରେ ରଖି ସୁବର୍ଣ୍ଣପୁର ଜିଲ୍ଲାପାଳ 22 ତାରିଖ ପର୍ଯ୍ୟନ୍ତ ଛୁଟି କୁ ବୃଦ୍ଧି କରିଥିଲେ l ଆଜି ପୁଣି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ଜରୁରୀ ଶାଖା ତରଫରୁ ସ୍କୁଲ ଖୋଲିବା ନେଇ ଆଦେଶ (Order No.- XLII -08/2026/8944 ତା. 20/06/2026 ) ନାମା ଜାରି ହୋଇଛି l ଆସନ୍ତା ସୋମବାର 22 ତାରିଖ ଠାରୁ ସକାଳ 6.30 ରୁ 10.30 ପର୍ଯ୍ୟନ୍ତ ଜିଲ୍ଲା ର ସମସ୍ତ ସ୍କୁଲ, କଲେଜ, ଅଙ୍ଗନବାଡି କେନ୍ଦ୍ର ଓ ବୈଷୟିକ ଶିକ୍ଷାନୁଷ୍ଠାନ ( ଉଭୟ ସରକାରୀ ଓ ବେସରକାରୀ ) ଗୁଡିକ ଖୋଲିବ l ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ସମୟ ରେ ଉପରୋକ୍ତ ଅନୁଷ୍ଠାନ ଗୁଡିକ ଖୋଲା ରହିବ ବୋଲି ସୂଚନା ରହିଛି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *