ବ୍ଲକ ଅଧ୍ୟକ୍ଷା ଙ୍କ ଘରକୁ ଗୁକିମାଡ଼ ଘଟଣା ରେ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ର ତଦନ୍ତ ଆରମ୍ଭ l
ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅଧ୍ୟକ୍ଷା ଦିପ୍ତିରେଖା ନନ୍ଦଙ୍କ ଘରକୁ ଗତକାଲି ବିଳମ୍ବିତ ରାତ୍ରି ସମୟରେ ପ୍ରାୟ ୨୫ ରାଉଣ୍ଡ ଗୁଳିମାଡ଼ ହୋଇଛି I ଦୁର୍ବୁତ୍ତ ମାନେ ପ୍ରଥମେ ଆସି ଗେଟ୍ କୁ ବାଡ଼େଇବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏହି ଗୁଳିମାଡ଼ରେ ଘରେ ଥିବା କୌଣସି ପରିବାର ସଦସ୍ୟ ଙ୍କ ଦେହରେ ବାଜି ନ ଥିବା ବେଳେ କେବଳ ଘର ଭିତରେ ଓ ବାହାରେ ରଖା ହୋଇଥିବା ଦୁଇଟି କାରର କିଛି ସ୍ଥାନରେ ଗୁଳି ବାଜିଥିବା ଦେଖାଦେଇଛି I ତେଵେ ସିଂଘିଯୁବା ଗ୍ରାମର ରାସ୍ତା କଡରେ ଥିବା ଘରର ସମ୍ମୁଖରେ ଗେଟ୍ ସଟର ଓ ଗାଡିରେ ଗୁଳିମାଡ଼ ହୋଇଛି l ଗୋଟିଏ କି ଦୁଇଟି ନୁହେଁ ପଚିଶ ରାଉଣ୍ଡ ଗୁଳି ଚଳାଇ ଦୁର୍ବୃତ୍ତ ମାନେ ଫେରାର ମାରିଥିବା ଜଣାପଡିଛି । ଗୁଳିମାଡ଼ ର ଦୃଶ୍ୟ ସିସିଟିଭିରେ ଚିତ୍ର କଏଦ ମଧ୍ୟ ହୋଇଛି I

ହେଲେ ବର୍ତ୍ତମାନର ବ୍ଲକ ଅଧ୍ୟକ୍ଷା ଦିପ୍ତିରେଖା ନନ୍ଦଙ୍କ ସ୍ୱାମୀ ଅଶୋକ ନନ୍ଦ ବର୍ତ୍ତମାନ ବିଜେଡି ର ଯୁବ ଜିଲ୍ଲା ସଭାପତି ଅଛନ୍ତି । ଶ୍ରୀ ନନ୍ଦ ପୂର୍ବତନ ବିନିକା ବ୍ଲକ ଅଧ୍ୟକ୍ଷ ମଧ୍ୟ ଥିଲେ l କିଏ ସେହି ବ୍ୟକ୍ତି ଓ କେଉଁ ଉଦ୍ଦେଶ୍ୟରେ ଏତେ ଥର ଗତକାଲି ବିଳମ୍ବିତ ରାତ୍ରି ସମୟରେ ଗୁଳି କରିଛି ତାହା ଜଣାପଡିନାହିଁ l ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତାଙ୍କ ଘରେ ଲାଗିଥିବା ସିସିଟିଭି ସହିତ ଆଖପାଖ ଅଞ୍ଚଳରେ ଲାଗିଥିବା ବିଭିନ୍ନ ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ସହ ଅଧିକ ତଦନ୍ତ କରୁଥିବା ଜଣାପଡିଛି l ଅପରପକ୍ଷରେ ତାଙ୍କର କାହାରି ସହିତ ପୂର୍ବ ଶତ୍ରୁତା ନାହିଁ କି ରାଜନୈତିକ ଶତ୍ରୁତା ନ ଥିବା ଶ୍ରୀ ନନ୍ଦ ପ୍ରକାଶ କରିଛନ୍ତି । ତେଣୁ ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ରାଜ୍ୟ ବିଜେଡ଼ି ସମ୍ପାଦକ ନାରାୟଣ ଲୁହା l ତେବେ ଜିଲ୍ଲା ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଆଖ ପାଖର ସିସିଟିଭି ଯାଞ୍ଚ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି I ବଲାଙ୍ଗୀର ସାଇଣ୍ଟିଫିକ୍ ଟିମ୍ ଆସି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ଏହି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତି ବିଶେଷ ମାନଙ୍କ ବିରୁଦ୍ଧରେ ଜିଲ୍ଲା ପୁଲିସ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳର ଜନ ସାଧାରଣ ପକ୍ଷରୁ ଦାବି ହେଉଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
