ସୁବର୍ଣ୍ଣପୁର ଠାରେ ଡଃ. ନିବେଦିତା ରଥଙ୍କୁ ନାଗରିକ ସମ୍ବର୍ଦ୍ଧନା
ସୁବର୍ଣ୍ଣପୁର — ସୋନପୁର ଟାଉନହଲ ଠାରେ ଏ ମାଟିର ଝିଅ ଡଃ. ନିବେଦିତା ରଥ ଙ୍କୁ ଆଜି ଏକ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଛି। ଏଥିପାଇଁ ସକାଳେ ତାଙ୍କ ବାସଭବନ ରାମଚଣ୍ଡୀ ନିବାସ ରୁ ଏକ ବିରାଟ ପଟୁଆରରେ ବାହାରି ପ୍ରଥମେ ମାଁ ପଁଥେଇ ଦୁର୍ଗା ଙ୍କ ଠାରେ ପୂଜାର୍ଚ୍ଚନା ପରେ ବ୍ଲକଛକ ଦେଇ ଆମ୍ବେଦକର ଛକରେ ପହଞ୍ଚିବା ପରେ ତାଙ୍କୁ ସେଠାରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା,ତାପରେ କଚେରୀ ଛକ, ମଝିପଡା ରେ ମଧ୍ୟ ଡଃ. ନିବେଦିତା ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ଇଷ୍ଟଦେବୀ ମାଁ ସୁରେଶ୍ଵରୀ ଙ୍କ ଠାରେ ପୂଜାର୍ଚ୍ଚନା କରିବାପରେ ଟାଉନହଲ ଠାରେ ଏକ ସମ୍ବର୍ଦ୍ଧନା ସଭା ବରିଷ୍ଠ ଆଇନଜୀବୀ ଶ୍ୟାମା ଓମ୍ ପ୍ରସାଦ ମିଶ୍ର ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଥିଲା। ପୂର୍ବତନ ଜିଲ୍ଲା ଜଜ୍ ଧନୁର୍ଦ୍ଧର ସେନାପତିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ଅତିଥିଭାବରେ ସୁବର୍ଣ୍ଣପୁର ପୌର ପରିଷଦର ଅଧ୍ୟକ୍ଷା ତାମସୀ ତାମସ୍ମିତା ନାୟକ, ପୂର୍ବତନ ବିଧାୟକ ବିନୋଦ ପାତ୍ର, ପୂର୍ବତନ ନଗରପାଳ ପ୍ରମୋଦ ମହାପାତ୍ର, ଇନ୍ଦୁମତୀ ପୁରୋହିତ, ଆଇନଜୀବୀ ଅଦ୍ୱୈତ କୁମାର ପଣ୍ଡା ଉପନଗରପାଳ ମଲ୍ଲିକା ଦାନୀ, ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଗୋବିନ୍ଦ ମହାରଣା, ମାଧବ କୁମ୍ଭାର ପ୍ରମୁଖ ଯୋଗଦେଇ ଡଃ. ନିବେଦିତା ଙ୍କୁ ଏକ ବିରଳ ପ୍ରତିଭା ଭାବରେ ଉଲ୍ଲେଖ କରିଥିଲେ। ବିଶେଷ କରି ଆମେରିକାର ଓ୍ବାଶିଂଟନ୍ ଡିଜିଟାଲ୍ ୟୁନିଭରସିଟି ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ ପରେ ସୁବର୍ଣ୍ଣପୁର ପାଇଁ ଅନେକ ଗୌରବ ଆଣିଛନ୍ତି । ଜିଲ୍ଲାର ପ୍ରତିଭାସମ୍ପନ୍ନ ଯୁବତୀ ଡ଼ଃ. ନିବେଦିତା ରଥ ଙ୍କୁ ଇତିମଧ୍ୟରେ ମାତ୍ର ୩୧ବର୍ଷ ବୟସରେ ହିଁ ତିନି ତିନୋଟି ସମ୍ମାନଜନକ ଡକ୍ଟରେଟ ଉପାଧି ମିଳିଛି ଯାହାକି ସୁବର୍ଣ୍ଣପୁର ଜିଲ୍ଲା ପାଇଁ ଏକ ଗୌରବମୟ ମୁହୂର୍ତ୍ତ ହେବାସହ ମହିଳା ସଶକ୍ତିକରଣରେ ଯୁବ ପ୍ରତିଭା ମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।ସାମାଜିକ, ପ୍ରଶାସନିକ ଓ ଆନ୍ତର୍ଜାତିକ କ୍ଷେତ୍ରରେ ନିଜର ଅସାଧାରଣ କାର୍ଯ୍ୟଦକ୍ଷତା ପାଇଁ କ୍ରମାଗତ ଭାବରେ ସେ ଏକ ବଡ଼ ସଫଳତା ର ଶୀର୍ଷରେ ପହଞ୍ଚିଛନ୍ତି । ମାତ୍ର ମାସକ ମଧ୍ୟରେ ରାଜ୍ୟ ସ୍ତରରୁ ଆରମ୍ଭ କରି ଜାତୀୟ ଓ ଆନ୍ତର୍ଜାତିକ ସ୍ତର ପର୍ଯ୍ୟନ୍ତ ନିଜର ବିଜୟ ଯାତ୍ରା ଜାରି ରଖି ସେ ଓଡ଼ିଶା ପାଇଁ ମଧ୍ୟ ଗୌରବ ଆଣିଛନ୍ତି । ନିକଟରେ ସେ ନୂଆଦିଲ୍ଲୀର ‘ହୋଲିଡେ ଇନ୍’ ଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଆମେରିକାର ପ୍ରତିଷ୍ଠିତ ଓ୍ବାଶିଂଟନ୍ ଡିଜିଟାଲ୍ ୟୁନିଭରସିଟି ପକ୍ଷରୁ ତାଙ୍କୁ ସମ୍ମାନସୂଚକ ‘ଡକ୍ଟରେଟ୍’ ଉପାଧି ଏବଂ ସ୍ଵର୍ଣ୍ଣ ପଦକ ପ୍ରଦାନ କରାଯାଇଛି ଯାହାକି ଏଭଳି ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ହାସଲ କରିବାରେ ସେ ଭାରତ ବର୍ଷରେ ପ୍ରଥମ ଓଡ଼ିଆ ଯୁବତୀ ହେବାର ଗୌରବ ଅର୍ଜନ କରିଛନ୍ତି । ସାମାଜିକ ଓ ପ୍ରଶାସନିକ ସେବା ସହିତ ନ୍ୟାୟିକ (ଲ’) କ୍ଷେତ୍ରରେ ମଧ୍ୟ ନିବେଦିତାଙ୍କ ଅତୁଳନୀୟ ଅବଦାନ ଓ ସେବାକୁ ସମସ୍ତେ ଉଚ୍ଚ ପ୍ରଶଂସା କରିଥିଲେ । ଏହି ସଫଳତା ପାଇବାପରେ ନିବେଦିତା ରଥ ନିଜ ଜନ୍ମ ମାଟିରେ ପାଦ ଥାପିଛନ୍ତି। ପ୍ରଥମେ ତେଲେଣ୍ଡା ଗ୍ରାମରେ ପହଞ୍ଚି ମାଁ ରାମଚଣ୍ଡୀ ଙ୍କ ଦର୍ଶନ କରିଥିଲେ । ତାଙ୍କୁ ସହରର ବିଭିନ୍ନ ଅନୁଷ୍ଠାନ ଓ ସାମାଜିକ ସଂଗଠନ ପକ୍ଷରୁ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଥିଲା l ସମ୍ବର୍ଦ୍ଧନା ର ପ୍ରତ୍ୟୁତ୍ତରରେ ତାଙ୍କର ସଫଳତା ର ସମସ୍ତ ଶ୍ରେୟ ଜନସାଧାରଣ ଓ ଜିଲ୍ଲା ବାସୀଙ୍କୁ ଦେଇଥିବାବେଳେ ସବୁ ସମୟରେ ସେ ଜନସାଧାରଣ ଙ୍କ ସାଙ୍ଗରେ ରହି ସମସ୍ତ ଙ୍କର ଉନ୍ନତି କଳ୍ପେ କାମ କରିବେ ବୋଲି ଗଣମାଧ୍ୟମ ପ୍ରତିନିଧି ଙ୍କ ନିକଟରେ ତାଙ୍କର ମତ ରଖିଥିଲେ l ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
