November 4, 2026
Home » ସୁବର୍ଣ୍ଣପୁରରେ ‘ସୁରକ୍ଷିତ ବଚପନ ଅଭିଯାନ’ କୁ ନେଇ ଛାତ୍ରଛାତ୍ରୀଙ୍କ ସଚେତନତା ରାଲି

ସୁବର୍ଣ୍ଣପୁରରେ ‘ସୁରକ୍ଷିତ ବଚପନ ଅଭିଯାନ’ କୁ ନେଇ ଛାତ୍ରଛାତ୍ରୀଙ୍କ ସଚେତନତା ରାଲି

0
WhatsApp Image 2026-11-04 at 2.06.12 PM

l

ସୁବର୍ଣ୍ଣପୁର—- ଜାତୀୟ ଆଇନ ସେବା ପ୍ରାଧିକରଣ (NALSA) ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ସୁବର୍ଣ୍ଣପୁରର ଅଧ୍ୟକ୍ଷ ତଥା ଜ଼ିଲ୍ଲା ଜଜ ଶ୍ରୀ ଗିରିଜା ପ୍ରସାଦ ମହାପାତ୍ର ଙ୍କ ନିର୍ଦ୍ଦେଶ କ୍ରମେ ସୁରକ୍ଷିତ ବଚପନ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ‘ହର ବଚ୍ଚା କା ବଚପନ, ହୁଆ ସବସେ ଜିମ୍ମେଦାର’ ସ୍ଲୋଗାନ ସହ ଛାତ୍ରଛାତ୍ରୀମାନେ ଏକ ବିଶାଳ ସଚେତନତା ରାଲିରେ ପ୍ରଭାତ ଫେରୀରେ ବାହାରିଥିଲେ । ୨୬ ଅକ୍ଟୋବର ରୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ସୁରକ୍ଷିତ ଶୈଶବ ଅଭିଯାନ ପର୍ଯ୍ୟାୟ କ୍ରମେ ସୁରକ୍ଷିତ ଶୈଶବ ଅଭିଯାନ, ଏକ ପାନ ଇଣ୍ଡିଆ ବିଦ୍ୟାଳୟ ସଚେତନତା ଅଭିଯାନ, ଯୌନ ଅପରାଧରୁ ଶିଶୁମାନଙ୍କ ସୁରକ୍ଷା ଆଇନ ୨୦୧୨ ଉପଲକ୍ଷେ ଏହି ଆଇନ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶିଶୁମାନଙ୍କ ଅଧିକାର ସୁରକ୍ଷା, ବାଲ୍ୟ ବିବାହ, ଶିଶୁ ଶ୍ରମ, ଶିଶୁ ଶୋଷଣ ଏବଂ ଶିଶୁଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୁଦ୍ଧରେ ଜନ ସଚେତନତା ସୃଷ୍ଟି କରିବା । ଉକ୍ତ ରାଲି କୁ ବରିଷ୍ଠ ଦେୱାନୀ ଜଜ ସୋନପୁର ଶ୍ରୀ ଗଗନ ସାହୁ ଉଦଘାଟନ କରିଥିଲେ । ଉକ୍ତ ରାଲିରେ କିଡ଼ସ ଇଂରାଜୀ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉପଖଣ୍ଡ ସ୍ତରୀୟ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ସୁଶାନ୍ତ ନାୟକ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀ, ସୋନପୁର ଶ୍ରୀ ପ୍ରିତିଶ କୁମାର ସାମଲ, ଶ୍ରୀ ଚନ୍ଦ୍ର ଶେଖର ଶବର, ସଦର ଉପଆରକ୍ଷୀ ଅଧିକ୍ଷକ ଜ଼ିଲ୍ଲା ପୋଲିସ ୟୁନିଟ ର ଭାରପ୍ରାପ୍ତ Cyber Cell ଅଧିକାରୀ ଶ୍ରୀ ରବୀନ୍ଦ୍ର ସାହୁ, ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଚତୁର୍ଭୁଜ ଦାଶ ଯୋଗଦାନ କରିଥିଲେ । ଉକ୍ତ ରାଲି ଜିଲ୍ଲା ନ୍ୟାୟାଳୟ ସୋନପୁରରୁ ବାହାରି ମଝିପଡା, ବସଷ୍ଟାଣ୍ଡ ଦେଇ ପୁରୁଣା ମେଡିକାଲ ଅତିକ୍ରମ କରି ପୁନଃ ଜିଲ୍ଲା ନ୍ୟାୟାଳୟ କୁ ପ୍ରତ୍ୟାବର୍ତନ କରିଥିଲା ।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *