November 4, 2026
Home » ଭାରତୀୟ ସୂଚନା ସେବାର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ଯୋଗେଶ୍ଵର ମହାନ୍ତଙ୍କ ପରଲୋକ।

ଭାରତୀୟ ସୂଚନା ସେବାର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ଯୋଗେଶ୍ଵର ମହାନ୍ତଙ୍କ ପରଲୋକ।

0
WhatsApp Image 2026-11-04 at 9.49.25 AM

କେନ୍ଦୁଝର,:ସର୍ବଭାରତୀୟ ସୂଚନା ସେବାର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ତଥା କେନ୍ଦ୍ର ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟରେ ବିଭିନ୍ନ ପଦବୀରେ କାର୍ଯ୍ୟକରିଥିବା ଯୋଗେଶ୍ଵର ମହାନ୍ତଙ୍କ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ସ୍ୱାସ୍ଥ୍ୟଗତ କାରଣରୁ ପରଲୋକ ହୋଇଯାଇଛି। ଉଲ୍ଲେଖଯୋଗ୍ୟ କି ଶ୍ରୀ ମହାନ୍ତ ବହୁ ଦିନ ଧରି କେନ୍ଦ୍ରୀୟ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର କ୍ଷେତ୍ର ପ୍ରଚାର ନିର୍ଦ୍ଦେଶାଳୟରେ ପତ୍ର ସୂଚନା ବିଭାଗ, ଡିପିଡି ପରି ବିଭାଗର ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ସଫଳତାର ସହ କାର୍ଯ୍ୟ କରିଥିଲେ। ତାଙ୍କର କାର୍ଯ୍ୟ ଲାଗି ସେ ଅନେକ ପ୍ରଶଂସା ପାଇଛନ୍ତି। ତାଙ୍କର ମୃତ୍ୟୁ ପରେ ଚମ୍ପୁଆ ଅନ୍ତର୍ଗତ ପୈତୃକ ଦୋଳିତା ଗ୍ରାମର ବୈତରଣୀ ନଦୀ କୂଳେ ତାଙ୍କର ଅନ୍ତିମ ସତ୍କାର କରାଯାଇଥିଲା। ବଡପୁଅ ସୁନୀଲ କୁମାର ମହାନ୍ତ ମୁଖାଗ୍ନି ଦେଇଥିଲେ। ଅନ୍ତିମ ସମୟରେ ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ, ପୂତ୍ର, ପୁତ୍ରବଧୂ ଏବଂ ନାତିନାତୁଣୀ ମାନେ ଉପସ୍ଥିତ ଥିଲେ। ସେ ଜଣେ ଭଦ୍ର, ନମ୍ର, ଅମାୟିକ, ପରୋପକାରୀ ବ୍ୟକ୍ତିତ୍ୱ ଥିବାରୁ ତାଙ୍କର ନିଧନରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।

କେନ୍ଦୁଝର ରୁ ରୂପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *