ସୋନପୁର ରେ ସେକ୍ସ ରାକେଟ ଠାବ
ହୋଟେଲ ରେ ଚାଲିଥିଲା ଦେହ ବ୍ୟବସାୟ, ମାଡ଼ିବସିଲା ପୋଲିସ l
ସୁବର୍ଣ୍ଣପୁର — ବେଧଡ଼କ ଭାବରେ ଚାଲିଥିଲା ଦେହ ବ୍ୟବସାୟ l ରାତି ଅଧରେ ମାଡ଼ିବସିଲା ପୋଲିସ l ଅସଂଯତ ଅବସ୍ଥା ରେ ଧରାପଡ଼ିଲେ ଯୁବକ ଯୁବତୀ l ସୋନପୁର ସହର ର ଏକ ହୋଟେଲ ରେ ଶନିବାର ରାତିରେ ସେକ୍ସ ରାକେଟ ଧରାପଡ଼ିଛି l ଗତକାଲି କୌଣସି ସୂତ୍ରରୁ ପୋଲିସ ଖବର ପାଇବା ପରେ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଧେଶ କ୍ରମେ ସୋନପୁର ଏସଡିପିଓ ଏବଂ ଥାନା ଅଧିକାରୀ ଙ୍କ ତତ୍ତ୍ୱାବଧାନରେ ହୋଟେଲ ରେ ଅଚାନକ ଚଢାଉ କରାଯାଇଥିଲା । ଚଢାଉ ସମୟରେ ସୋନପୁର ମୁଖ୍ୟ ହସ୍ପିଟାଲ ନିକଟସ୍ଥ ଏକ ଭଡା ଘରେ ଜଣେ ମହିଳା ଓ କିଛି ଆପତ୍ତି ଜନକ ସାମଗ୍ରୀ ମିଳିଥିଲା । ଏହି ତଥ୍ୟ କୁ ଆଧାର କରି ଉକ୍ତ ମହିଳା ଓ ସେହି ଘର ମାଲିକ କୁ ପଚରା ଉଚୁରା କରିବା ସମୟରେ ଜିଲ୍ଲା ହସ୍ପିଟାଲ ନିକଟସ୍ଥ ହୋଟେଲ ଗ୍ରୀନ ପାର୍କରେ କିଛି ମହିଳା ମାନଙ୍କୁ ନେଇ ଅନୈତିକ କାର୍ଯ୍ୟ କଳାପ ଚାଲୁଥିବାର ସୂଚନା ମିଳିଥିଲା । ଉକ୍ତ ଟିମ ତୁରନ୍ତ ହୋଟେଲ ଗ୍ରୀନ ପାର୍କରେ ଚଢାଉ କରିଥିଲା l ଏହି ସମୟରେ ଉକ୍ତ ହୋଟେଲର 5 ଟି କୋଠରୀରେ 5 ଜଣ ପୁରୁଷ ଏବଂ 5 ଜଣ ମହିଳା ଆପତ୍ତିଜନକ ଅବସ୍ଥାରେ ମିଳିଥିଲେ ।

ପଚରାଉଚରା ସମୟରେ ସେମାନଙ୍କୁ ରହଣିର କାରଣ ଓ ବୈଧ ପ୍ରମାଣପତ୍ର ଦେଇ ପାରିନଥିଲେ । ପରେ ସନ୍ଦିଗ୍ଧ ବ୍ୟକ୍ତିମାନେ ଏହି ଅନୈତିକ କାର୍ଯ୍ୟ ରେ ଲିପ୍ତ ହେବାରେ ଦୋଷ ସ୍ୱୀକାର କରିଥିଲେ । ଏ ନେଇ ସୋନପୁର ପୋଲିସ ଥାନା କେଶ ନମ୍ବର 195/24/05/2026 U/s-3/4/5/6/7 The Immoral Traffic ( Prevention ) Act 1956 ଆଧାର ରେ ମାମଲା ରୁଜୁ ହୋଇ ଅଭିଯୁକ୍ତ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହର ଗଡଭିତର ର ଆଶୁତୋଷ ପୂଝାରୀ (50),ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ତାପଢୋଲ ଗ୍ରାମର ଅଜିତ କୁମାର ସାହୁ (34), ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା କମଳପୁର ଗ୍ରାମର ମହେନ୍ଦ୍ର ମେହେର (29),ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଗୌଡ଼ଗାଁ ର ପ୍ରାଣ କିଶୋର ବାଘ (25), ସୁବଳୟା ଥାନା ବଡଖମାର ଗ୍ରାମର ସତ୍ୟଞ୍ଜୟ ନାଏକ (29),ସମ୍ବଲପୁର ଜିଲ୍ଲା ଚାରମାଲ ଥାନା ଟୁଟାମୁଣ୍ଡା ଗ୍ରାମର ଗୋପାଳ ଭୋଇ (35) ଓ ସମ୍ବଲପୁର ଜିଲ୍ଲା ଚାରମାଲ ଥାନା ଟୁଟାମୁଣ୍ଡା ଗ୍ରାମର ସୌମିତ୍ରୀ ମଲ୍ଲିକ ( 40) ବୋଲି ପୋଲିସ ସୂତ୍ରରୁ ପ୍ରକାଶ l ତେଣୁ 5 ଜଣ ଗ୍ରାହକ, ଗ୍ରୀନ ପାର୍କ ହୋଟେଲର ପରିଚାଳକ ଏବଂ ଜିଲ୍ଲା ହସ୍ପିଟାଲ ସମ୍ମୁଖରେ ଥିବା ଭଡା ଘରର ମାଲିକ ଙ୍କ ସମେତ ମୋଟ 07 ଜଣ ଙ୍କୁ ଅଟକ ରଖାଯାଇଥିଲା ଏବଂ 6 ଜଣ ପୀଡ଼ିତା ମହିଳାଙ୍କୁ ଉଦ୍ଧାର କରାଯାଇଥିଲା । ଆଜି ସମସ୍ତ 07 ଜଣଙ୍କୁ ଡାକ୍ତରୀ ମାଇନା ପରେ କୋର୍ଟକୁ ଚାଲାଣ କରାଯାଇଛି । ଏହି କେସର ପୀଡ଼ିତାଙ୍କୁ ସେମାନଙ୍କ ଅଭିଭାବକ ଏବଂ ନାରୀସୁରକ୍ଷା କେନ୍ଦ୍ରରେ ରଖାଯାଇଛି ବୋଲି ରବିବାର ସନ୍ଧ୍ୟା ରେ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ମୁଖ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ବିଳନୀ ରେ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ସୂଚନା ପ୍ରଦାନ କରିଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
