ସୋନପୁରରେ ଭାରତ ଗ୍ୟାସ୍ ଲାଇଟ୍ (ZIP) ର ଭବ୍ୟ ର ଉଦଘାଟନ ଉତ୍ସବ
ସୁବର୍ଣ୍ଣପୁର—ସୋନପୁର ସହରର ଘୋଡାଘାଟପଡା ସ୍ଥିତ ଭାରତ ଗ୍ୟାସ ଅଫିସରେ ଆଜି ପୂର୍ବାହ୍ନରେ ଭାରତ ପେଟ୍ରୋଲିୟମର ନୂଆ ଉତ୍ପାଦ Bharatgas Lite ZIP ର ଭବ୍ୟ ଉନ୍ମୋଚନ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରତ ପେଟ୍ରୋଲିୟମ୍ କର୍ପୋରେସନ ଲିମିଟେଡ୍ ତରଫରୁ ପ୍ରସ୍ତୁତ ଏହି ନୂଆ ୧୦ କେଜି କମ୍ପୋଜିଟ୍ ସିଲିଣ୍ଡରକୁ ଭାରତର ସବୁଠାରୁ ସ୍ମାର୍ଟ ଏବଂ ସୁରକ୍ଷିତ ସିଲିଣ୍ଡର ବୋଲି କୁହାଯାଉଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

ନୂଆ ସିଲିଣ୍ଡରର ବିଶେଷତ୍ୱ ହେଉଛି ଏହା ଅତ୍ୟନ୍ତ ହାଲୁକା, ବାହାରୁ ଗ୍ୟାସର ପରିମାଣ ଦେଖି ପାରିବେ, କଳଙ୍କି ମୁକ୍ତ ଓ ସମ୍ପୂର୍ଣ୍ଣ ସୁରକ୍ଷିତ । ଏହି ଶୁଭ ଅବସରରେ ମୁଖ୍ୟ ଅତିଥି ଭାବେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା ଯୋଗ ଦେଇ ନୂଆ ସିଲିଣ୍ଡରକୁ ଉନ୍ମୋଚନ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ଶ୍ରୀ ପର୍ଶୁରାମ ମିଶ୍ର ଏବଂ ପ୍ରଜ୍ୱଳ ଭାରତ ଗ୍ୟାସ, ସୋନପୁର ପ୍ରୋପ୍ରାଇଟର ପରମାନନ୍ଦ ମିଶ୍ର, ସହ-ପ୍ରୋପ୍ରାଇଟର ସଦାନନ୍ଦ ମିଶ୍ର ଙ୍କ ସହ ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…..
