August 8, 2026
Home » ସ୍ବତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ-୨୦୨୬ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ ନିର୍ବାଚନ ପର୍ଯ୍ୟବେକ୍ଷକ ଶ୍ରୀ ବି. ପରମେଶ୍ଵରନ

ସ୍ବତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ-୨୦୨୬ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ ନିର୍ବାଚନ ପର୍ଯ୍ୟବେକ୍ଷକ ଶ୍ରୀ ବି. ପରମେଶ୍ଵରନ

0
WhatsApp Image 2026-08-07 at 11.05.59 AM (1)

_ଫୁଲବାଣୀ : ସ୍ବତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (Special Intensive Revision-2026) କାର୍ଯ୍ୟକ୍ରମର ସୁପରିଚାଳନା ଏବଂ ଜିଲ୍ଲା ସ୍ତରରେ ଏହାର ଅଗ୍ରଗତିର ସମୀକ୍ଷା ନିମନ୍ତେ ଓଡିଶା ସରକାରଙ୍କ ଏସ. ଟି ଓ ଏସ.ସି. ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ତଥା ନିର୍ବାଚନ ପର୍ଯ୍ୟବେକ୍ଷକ ଶ୍ରୀ ବି ପରମେଶ୍ଵରନ,ଆଇ.ଏ.ଏସ, ଆଜି ଫୁଲବାଣୀ ସ୍ଥିତ ସର୍କିଟ ହାଉସ ରେ ଏକ ସମୀକ୍ଷା ବୈଠକରେ ଯୋଗଦେଇଥିଲେ।ଏହି ବୈଠକରେ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦ ଭୁଷଣ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶ୍ରୀ କୁଶଳ ଚନ୍ଦ୍ର ନାୟକ, ବାଲିଗୁଡା ଉପ-ଜିଲ୍ଲାପାଳ ତଥା ନିର୍ବାଚକ ପଞ୍ଜିକରଣ ଅଧିକାରୀ ଶ୍ରୀମତୀ ପ୍ରଣତୀ ଦାସ, ଫୁଲବାଣୀ ଉପ-ଜିଲ୍ଲାପାଳ ତଥା ନିର୍ବାଚକ ପଞ୍ଜିକରଣ ଅଧିକାରୀ ଶ୍ରୀ ଭିକାରୀ ସାହୁ, ପ୍ରଶିକ୍ଷଣରତ ଆଇ.ଏ.ଏସ.ଶ୍ରୀ ଯଶକରଣ ସିଂଙ୍କ ସମେତ ଜିଲ୍ଲାର ସମସ୍ତ ନିର୍ବାଚନ ସମ୍ବନ୍ଧୀୟ ଅଧିକାରୀ ଏବଂ କ୍ଷେତ୍ର ସ୍ତରୀୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

 

ସମୀକ୍ଷା ବୈଠକରେ ସ୍ବତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟର ବର୍ତ୍ତମାନ ଅଗ୍ରଗତି,ଘରକୁ ଘର ସର୍ଭେ,ଯୋଗ୍ୟ ଭୋଟରଙ୍କ ଅନ୍ତର୍ଭୁକ୍ତି, ଦାବି ଓ ଆପତ୍ତିର ନିଷ୍ପତ୍ତି, ତଥ୍ୟର ସଠିକତା ଏବଂ କାର୍ଯ୍ୟର ଗୁଣାତ୍ମକ ମାନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ପ୍ରତ୍ୟେକ ପର୍ଯ୍ୟାୟର କାର୍ଯ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ସମୟବଦ୍ଦ ଏବଂ ସ୍ବଛ ଭାବେ ସମ୍ପନ୍ନ କରିବାକୁ ପର୍ଯ୍ୟବେକ୍ଷକ ଗୁରୁତ୍ୱରୋପ କରିଥିଲେ।ଶ୍ରୀ ବି. ପରମେଶ୍ଵରନ କହିଥିଲେ ଯେ, ଭୋଟର ତାଲିକା ର ଶୁଦ୍ଧତା ଏକ ସୁଦୃଢ ଗଣତାନ୍ତ୍ରିକ ବ୍ୟବସ୍ଥା ର ମୂଳ ଆଧାର।ତେଣୁ କୋୖଣସି ଯୋଗ୍ୟ ଭୋଟର ଯେପରି ବାଦ ନପଡନ୍ତି ଏବଂ କୋୖଣସି ଅଯୋଗ୍ୟ ନାମ ତାଲିକା ରେ ସ୍ଥାନ ନପାଉ, ସେଥିପାଇଁ ସମସ୍ତ କ୍ଷେତ୍ର ସ୍ତରୀୟ ଅଧିକାରୀ ଓ କର୍ମଚାରୀ ଙ୍କୁ ନିଷ୍ଠା ଓ ଦାୟିତ୍ଵ ବୋଧର ସହିତ କାର୍ଯ୍ୟ ସମ୍ପାଦନ କରିବାକୁ ସେ ପରାମର୍ଶ ଦେଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ରେ ସ୍ବତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟର ଅଗ୍ରଗତି ସଂପର୍କରେ ପର୍ଯ୍ୟବେକ୍ଷକ ଙ୍କୁ ଅବଗତ କରାଯାଇଥିବା ବେଳେ କାର୍ଯ୍ୟକ୍ରମ ର ସଫଳ ରୂପାୟନ ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ସୂଚନା ଦିଆଯାଇଥିଲା।

ଇ ପି ଏ ରୁ କନ୍ଧମାଳ ଜିଲ୍ଲାପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ

Leave a Reply

Your email address will not be published. Required fields are marked *