August 27, 2025
Home » ସ୍ବର୍ଗତ ଗୋବିନ୍ଦ ଚନ୍ଦ୍ର ପଣ୍ଡା ଙ୍କ ବିୟୋଗରେ ବରିଷ୍ଠ ନାଗରିକ ସଂଗଠନରେ ଶୋକ ସଭା

ସ୍ବର୍ଗତ ଗୋବିନ୍ଦ ଚନ୍ଦ୍ର ପଣ୍ଡା ଙ୍କ ବିୟୋଗରେ ବରିଷ୍ଠ ନାଗରିକ ସଂଗଠନରେ ଶୋକ ସଭା

0
WhatsApp Image 2025-08-23 at 3.07.53 PM

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ଶନିବାର ପୂର୍ବାହ୍ନ ୧୧ଘଣ୍ଟା ସମୟରେ ଅନୁଷ୍ଠାନ ର ସଭାପତି ଡକ୍ଟର ପ୍ରଫୁଲ୍ଲ କୁମାର ରଥଙ୍କ ସଭାପତିତ୍ବରେ ଏକ ଶୋକ ସଭା ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନ ର ବରିଷ୍ଠ ସଦସ୍ୟ ସ୍ବର୍ଗତ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ବିୟୋଗରେ ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରି ଉପସ୍ଥିତ ସମସ୍ତ ସଦସ୍ୟ ଭଗବାନଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନିରବ ପ୍ରାର୍ଥନା କରିଥିଲେ।ପରେ ପରେ ଏକ ସାଧାରଣ ସଭାରେ ତାଙ୍କର ସ୍ମୃତି ଚାରଣ କରା ଯାଇଥିଲା।ଏଥିରେ କୃଷ୍ଣଚନ୍ଦ୍ର ପାଢ଼ୀ,ଭୂଷଣ କୁମାର ପାତ୍ର, ଗୋପୀନାଥ ମହାକୁର,ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡା, ସୌମିତ୍ରୀ ମେହେର,ରାମକୃଷ୍ଣ ହୋତା,ସୁରୁ ସାହୁ, ସନ୍ତୋଷ ଷଡ଼ଙ୍ଗୀ ଏବଂ ଡକ୍ଟର ପ୍ରଫୁଲ୍ଲ କୁମାର ରଥ ପ୍ରମୁଖ ଗଭୀର ଶ୍ରଦ୍ଧାଂଜଳି ଅର୍ପଣ କରିବା ସଙ୍ଗେ ସଙ୍ଗେ ତାଙ୍କ ସହିତ ବିତାଇଥିବା ସମୟ ଓ ସ୍ମୃତିକୁ ପରିପ୍ରକାଶ କରିଥିଲେ। ଶୋକସଭାରେ ଶ୍ୟାମସୁନ୍ଦର ସେଠୀ,ଚମରା ମହାକୁର, ଅକ୍ଷୟ କୁମାର ମିଶ୍ର, ବଳରାମ କାଣ୍ଡ,ଅକ୍ରୂର ଚରଣ ଦନ୍ତା, ଦିଲ୍ଲିପ ମିଶ୍ର, ଦିଲ୍ଲିପ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *