ସ୍ୱାଧୀନତା ସଂଗ୍ରାମୀ ଈଶ୍ବର ଚନ୍ଦ୍ର ପାଣିଗ୍ରାହୀ ସ୍ମୃତି ସମିତିର ସାଧାରଣ ବୈଠକ ଅନୁଷ୍ଠିତ
ସୁବର୍ଣ୍ଣପୁର– ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ବିଶିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ବାଗଦୁଲି ଗ୍ରାମଠାରେ ସ୍ୱାଧୀନତା ସଂଗ୍ରାମୀ ସ୍ମୃତିସଭା ଗୃହଠାରେ ସ୍ୱାଧୀନତା ସଂଗ୍ରାମୀ ଈଶ୍ବର ଚନ୍ଦ୍ର ପାଣିଗ୍ରାହୀ ସ୍ମୃତି ସମିତି ପକ୍ଷରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମିତିର ନୂତନ କର୍ମକର୍ତ୍ତା ଗଠନ ସହିତ ନୂତନ ସଦସ୍ୟ ଗ୍ରହଣ କରାଯାଇଥିଲା। ବିଶିମୁଣ୍ଡା, ମଲ୍ଲିକମୁଣ୍ଡା, ହରଡଖୋଲ ଗ୍ରାମପଞ୍ଚାୟତର ବିଶେଷ ଭାବେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସହଯୋଗ କରିଥିବା ପରିବାରର ଜଣେ ଜଣେ ସଦସ୍ୟ ଉପସ୍ଥିତ ଥିଲେ। ସର୍ବସମ୍ମତିକ୍ରମେ ସଭାପତି ଭାବେ ବିରଞ୍ଚି ନାରାୟଣ ଷାଣ୍ଢ, ମନୋଜ କୁମାର ପଲିଆ ଉପସଭାପତି, ସରୋଜ ଚନ୍ଦ୍ର ମେହେର ସମ୍ପାଦକ, ପର୍ଶୁରାମ ମେହେର ସହ ସମ୍ପାଦକ, ପ୍ରମୋଦ କୁମାର ସାହୁ କୋଷାଧ୍ୟକ୍ଷ ଏବଂ ଉପଦେଷ୍ଟା ଭାବେ ଭଗବାନ ଦାସ, ଅର୍ଜୁନ ମିଶ୍ର, ଆଦିତ୍ୟ ମିଶ୍ର, ସମାରୁ ମେହେର, ଯାଦୁନନ୍ଦନ ବେଜି, ନଗର କର୍ମୀ, ଗୋପାଳ ମିଶ୍ର, ସୁରେଶ ଚନ୍ଦ୍ର କୁଶଳ ଏବଂ ମିଡ଼ିଆ ସଂଯୋଜକ ଭାବେ ରଞ୍ଜନ ହୋତା ମନୋନୀତ ହୋଇଛନ୍ତି।

ସୁବର୍ଣ୍ଣପୁର ଜିଲ୍ଲା ତଥା ଗ୍ରାମାଞ୍ଚଳରେ ଥିବା ସମସ୍ତ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପରିବାରକୁ ଚିହ୍ନଟ କରି ସରକାରଙ୍କୁ ଜଣାଇବା ଏବଂ ସ୍ୱାଧୀନତା ସଂଗ୍ରାମୀ ଓ ତାଙ୍କ ସହଯୋଗୀମାନଙ୍କ ସ୍ମୃତି ଉଦେଶ୍ୟରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ କରାଯିବ ବୋଲି ନୂତନ ଭାବେ ମନୋନୀତ ସଭାପତି ବିରଞ୍ଚି ନାରାୟଣ ଷାଣ୍ଢ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
