July 27, 2025
Home » ହସ୍ପିଟାଲ ଆଗରେ ନାରାବାଜି କରାନଯାଉ :ରଶ୍ମୀ ମହାପାତ୍ର

ହସ୍ପିଟାଲ ଆଗରେ ନାରାବାଜି କରାନଯାଉ :ରଶ୍ମୀ ମହାପାତ୍ର

0
WhatsApp Image 2025-07-20 at 6.16.01 PM

ଭୁବନେଶ୍ୱର : ପୁରୀଜିଲ୍ଲା ବଳଙ୍ଗା ଅଞ୍ଚଳର ନାବାଳିକା ଦେହରେ ନିଆଁ ଲଗାଇବା ଘଟଣାକୁ ନେଇ ଏମ୍ସ ଭୁବନେଶ୍ବର ପରିସରରେ ଶନିବାର ରାତିରେ ଉତ୍ତେଜନା ଦେଖାଦେଇଥିଲା । ଘଟଣା ଘଟିବାପରେ ପୀଡିତା ଏମ୍ସ ଆସିଥିଲା. ଏହାପରେ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ଠାରୁ ଆରମ୍ଭ କରି ବିଧାୟକ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଗହଳି ଏମ୍ସରେ ଲାଗି ରହିବାସହ ପୋଲିସ ସୁରକ୍ଷା ଦୃଷ୍ଟିରୁ ଜମାହେଲେ. ବିଜେପି, ବିଜେଡି ଓ କଂଗ୍ରେସର ନେତା-କର୍ମୀମାନେ ନାରାବାଜି ସହ ମୁହାଁମୁହିଁ ହେଲେ । ସୁରକ୍ଷାକୁ ଦୃଷ୍ଟିରେ ରଖି ୩ ପ୍ଲାଟୁନୁ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା । ଯାହାଫଳରେ ସାଧାରଣ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ନାହିଁନଥିବା ଅସୁବିଧାର ସମୁଖୀନ ହୋଇଥିଲେ. ଏହାକୁ ନେଇ ସମାଜସେବି ତଥା ଏକାମ୍ର ବିକାଶ ମଞ୍ଚର ଅଧ୍ୟକ୍ଷା ରଶ୍ମୀ ମହାପାତ୍ର ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଯେକୌଣସି ସମ୍ବେଦନଶୀଳ ଘଟଣାରେ ନ୍ୟାୟ ପାଇଁ ପ୍ରତିବାଦ କରାଯାଇପାରେ, କିନ୍ତୁ ଚିକିତ୍ସlଳୟ ଆଗରେ ପ୍ରତିବାଦ ଓ ନାରାବାଜି କରାଯିବା ଉଚିତ ନୁହେଁ. କାରଣ ଏହାଦ୍ୱାରା ରୋଗୀ ଓ ଡାକ୍ତର ପ୍ରଭାବିତ ହେବେ.ରୋଗୀସେବା ମଧ୍ୟ ପ୍ରଭାବିତ ହେବ. ପ୍ରତିବାଦ କରିବାକୁ ଅନେକସ୍ଥାନ ରହିଛି. ହସ୍ପିଟାଲ ଆଗରେ ପ୍ରତିବାଦ କରାନଯାଉ କି ଗହଳି କରାନଯାଉ ବୋଲି ଶ୍ରୀମତୀ ମହାପାତ୍ର କହିଛନ୍ତି. ସରକାର ଉଚିତ ପଦକ୍ଷେପ ନେବାସହ ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ସେ ଦାବିକରିଛନ୍ତି.

Leave a Reply

Your email address will not be published. Required fields are marked *