November 25, 2026
Home » ୧୫ ବର୍ଷ ହେଲା ଖାଲି ପଡ଼ିଛି ନାରାୟଣପୁର ପ୍ୟାକ୍ସର ସ୍ଥାୟୀ ସମ୍ପାଦକ ପଦବୀ

୧୫ ବର୍ଷ ହେଲା ଖାଲି ପଡ଼ିଛି ନାରାୟଣପୁର ପ୍ୟାକ୍ସର ସ୍ଥାୟୀ ସମ୍ପାଦକ ପଦବୀ

0
WhatsApp Image 2026-11-25 at 4.09.41 PM

ତିନିଥର ବିଜ୍ଞାପନ ସତ୍ତ୍ୱେ ନିଯୁକ୍ତି ନାହିଁ; ଚାଷୀଙ୍କ ସ୍ୱାର୍ଥ ଉପେକ୍ଷିତ l

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ନାରାୟଣପୁର ପ୍ରାଥମିକ କୃଷି ସମବାୟ ସମିତି (PACS) ରେ ଦୀର୍ଘ ପ୍ରାୟ ୧୫ ବର୍ଷ ଧରି ସ୍ଥାୟୀ ସମ୍ପାଦକ ପଦବୀ ଖାଲି ପଡ଼ିଥିବାରୁ ସମିତିର କାର୍ଯ୍ୟ ପରିଚାଳନା ଓ ଚାଷୀମାନଙ୍କୁ ମିଳୁଥିବା ସେବା ଗୁରୁତର ଭାବେ ପ୍ରଭାବିତ ହେଉଛି। ଏହି ପଦବୀ ପୂରଣ ପାଇଁ ଇତିମଧ୍ୟରେ ତିନିଥର ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଥିଲେ ମଧ୍ୟ ଏଯାଏଁ ସ୍ଥାୟୀ ନିଯୁକ୍ତି ହୋଇପାରିନାହିଁ। ବିଶେଷ କରି ୦୫.୦୨.୨୦୨୫ ତାରିଖରେ ନିଯୁକ୍ତି ସମ୍ବନ୍ଧୀୟ ବିଜ୍ଞାପନ ପ୍ରକାଶ ପାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ପଦବୀ ପୂରଣ ନହେବା ଅନେକ ପ୍ରଶ୍ନ ସୃଷ୍ଟି କରିଛି।
ବର୍ତ୍ତମାନ ଅସ୍ଥାୟୀ ଓ ଡେପୁଟେସନ୍‌ରେ ନିୟୋଜିତ କର୍ମଚାରୀଙ୍କ ଦ୍ୱାରା ସମିତିର କାର୍ଯ୍ୟ ପରିଚାଳିତ ହେଉଛି। ଫଳରେ ସମିତିର ନିୟମିତ କାର୍ଯ୍ୟକଳାପ ସୁଚାରୁ ରୂପେ ଚାଲିପାରୁ ନାହିଁ। ଅଭିଯୋଗ ଅନୁଯାୟୀ, ଜଣେ ସମ୍ପାଦକଙ୍କୁ ଏକ ସମୟରେ ଦୁଇଟି ପ୍ୟାକ୍ସର ଦାୟିତ୍ୱ ତୁଲାଇବାକୁ ପଡ଼ୁଥିବାରୁ ନାରାୟଣପୁର ପ୍ୟାକ୍ସ ପ୍ରତି ଆବଶ୍ୟକୀୟ ସମୟ ଓ ଧ୍ୟାନ ଦିଆଯାଇପାରୁ ନାହିଁ।ଏହାର ପ୍ରଭାବରେ ଚାଷୀଙ୍କ ସହ ସିଧାସଳଖ ଯୋଗାଯୋଗ, ନିୟମିତ କ୍ଷେତ୍ର ପରିଦର୍ଶନ, କୃଷି ସମ୍ବନ୍ଧୀୟ କାର୍ଯ୍ୟର ତଦାରଖ ଏବଂ ବିଭିନ୍ନ ସରକାରୀ ଯୋଜନାର ସୁଫଳ ଚାଷୀଙ୍କ ନିକଟରେ ପହଞ୍ଚାଇବା ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଚାଷୀମାନେ ଠିକ୍ ସମୟରେ ଆବଶ୍ୟକୀୟ ସହଯୋଗ ଓ ସୁବିଧା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି।
ପ୍ୟାକ୍ସ ହେଉଛି ଗ୍ରାମାଞ୍ଚଳର ଚାଷୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମବାୟ ଅନୁଷ୍ଠାନ। କୃଷି ଋଣ, ସାର ଓ ବିହନ ଯୋଗାଣ, ଧାନ ସଂଗ୍ରହ ଏବଂ ସରକାରୀ କୃଷକ କଲ୍ୟାଣ ଯୋଜନାର ସୁଫଳ ପହଞ୍ଚାଇବାରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏପରି ଏକ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନରେ ଦୀର୍ଘ ୧୫ ବର୍ଷ ଧରି ସ୍ଥାୟୀ ସମ୍ପାଦକ ନିଯୁକ୍ତି ନହେବା ନିଶ୍ଚିତ ଭାବେ ଚିନ୍ତାଜନକ ବିଷୟ।
ତୁରନ୍ତ ସ୍ଥାୟୀ ନିଯୁକ୍ତି ପାଇଁ ଦାବି
ଏହି ପରିସ୍ଥିତିରେ ସମବାୟ ବିଭାଗ, ନିବନ୍ଧକ ସମବାୟ ସମିତି, ଓଡ଼ିଶା, ସମ୍ପୃକ୍ତ ଜିଲ୍ଲା ସମବାୟ ବ୍ୟାଙ୍କ ଏବଂ ସମବାୟ ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି ହେଉଛି। ୦୫.୦୨.୨୦୨୫ ତାରିଖରେ ପ୍ରକାଶିତ ବିଜ୍ଞାପନ ଆଧାରରେ ନିଯୁକ୍ତି ପ୍ରକ୍ରିୟା ଶୀଘ୍ର ସମାପ୍ତ ପାଇଁ ଦାବି ହେଉଛି l
ନାରାୟଣପୁର ପ୍ୟାକ୍ସରେ ଜଣେ ସ୍ଥାୟୀ ଓ ପୂର୍ଣ୍ଣକାଳୀନ ସମ୍ପାଦକ ନିଯୁକ୍ତ କରାଯାଇ ଦୁଇଟି ପ୍ୟାକ୍ସର ଦାୟିତ୍ୱ ଜଣେ କର୍ମଚାରୀଙ୍କୁ ନଦେଇ ପ୍ରତ୍ୟେକ ସମିତି ପାଇଁ ପୃଥକ୍ ସମ୍ପାଦକଙ୍କ ବ୍ୟବସ୍ଥା ନିୟମ ଥିଲେ ମଧ୍ୟ ଏଠାରେ ତାହା ପାଳନ କରାଯାଉ ନାହିଁ l ଚାଷୀମାନଙ୍କ ସମସ୍ୟାର ସମାଧାନ ପାଇଁ ନିୟମିତ କ୍ଷେତ୍ର ପରିଦର୍ଶନ ଓ କାର୍ଯ୍ୟର ତଦାରଖ ସୁନିଶ୍ଚିତ କରାଯାଉ ବୋଲି ଚାଷୀ ମାନେ ଦାବି କରିଛନ୍ତି l ପ୍ୟାକ୍ସର ସମସ୍ତ କାର୍ଯ୍ୟରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ଚାଷୀଙ୍କୁ ଉଚିତ ସେବା ପ୍ରଦାନ ନିଶ୍ଚିତ କରାଯିବା ଆବଶ୍ୟକ l ଚାଷୀଙ୍କ ସ୍ୱାର୍ଥ ଓ କୃଷିର ବିକାଶ ପାଇଁ ନାରାୟଣପୁର ପ୍ୟାକ୍ସରେ ସ୍ଥାୟୀ ସମ୍ପାଦକ ନିଯୁକ୍ତି ଆଉ ବିଳମ୍ବ ନକରି ତୁରନ୍ତ ନିଯୁକ୍ତି କରାଯିବା ଆବଶ୍ୟକ। ପ୍ରଶାସନିକ ଅବହେଳାର ଶିକାର ଚାଷୀମାନେ ନହୁଅନ୍ତୁ ବୋଲି ସାଧାରଣରେ ଦାବି ହେଉଛି। ସ୍ଥାୟୀ ନିଯୁକ୍ତି ପାଇଁ ଦାବି ପାଇଁ ସମସ୍ତ ଚାଷୀ ଦାବି କରିଛନ୍ତି l
ଏହି ପରିସ୍ଥିତିରେ ସମବାୟ ବିଭାଗ, ନିବନ୍ଧକ ସମବାୟ ସମିତି, ଓଡ଼ିଶା, ସମ୍ପୃକ୍ତ ଜିଲ୍ଲା ସମବାୟ ବ୍ୟାଙ୍କ ଏବଂ ସମବାୟ ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି ହେଉଛି।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *