February 6, 2026
Home » ୩୮ତମ ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ ଓ ଗାଇଡ୍ କ୍ୟାମ୍ପୋରୀ ଉଦଯାପିତ।

୩୮ତମ ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ ଓ ଗାଇଡ୍ କ୍ୟାମ୍ପୋରୀ ଉଦଯାପିତ।

0
WhatsApp Image 2026-02-06 at 11.54.06 AM

 ସରକାରୀ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ମୁଖ୍ୟ ଅତିଥି।
କେନ୍ଦୁଝର:  ପିଏମଶ୍ରୀ ସନ୍ଥେ ଭଞ୍ଜ ସରକାରୀ ଉଚ୍ଚ ବିଦ୍ୟାଳୟ,ପଳାଶପଙ୍ଗା ଠାରେ ୩୮ତମ ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ୍ ଓ ଗାଇଡ୍ କ୍ୟାମ୍ପୋରୀ ଗୁରୁବାରରେ ଉଦଯାପିତ ହୋଇଯାଇଛି।କେନ୍ଦୁଝର ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କ ସଭାପତିତ୍ବରେ ଓ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରାମକୃଷ୍ଣ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କ୍ୟାମ୍ପୋରୀରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ଭାରତୀୟ ଜନତା ପାର୍ଟି ଜିଲ୍ଲା ସଭାପତି ଶୁକଦେବ ମହାନ୍ତ ଯୋଗ ଦେଇ ସ୍କାଉଟ୍ ଓ ଗାଇଡ୍ ମାନଙ୍କୁ ସମାଜର କଲ୍ୟାଣମୂଳକ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ।ମୁଖ୍ୟବକ୍ତା ଭାବେ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ ଛାତ୍ର ଛାତ୍ରୀମାନଙ୍କୁ ଭଲ ମଣିଷ ହେବା ନିମନ୍ତେ ପରାମର୍ଶ ଦେଇଥିଲେ।ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା,ସତ୍ୟନାରାୟଣ ମହାନ୍ତ,ରୁଦ୍ର ନାରାୟଣ ସାମଲ, ଡି.ଏନ୍. ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରବୀର କୁମାର ମହାନ୍ତି,ସଦର ଗୋଷ୍ଠୀ ଶିକ୍ଷା ଅଧିକାରୀ ଓଁକାର ଅନ୍ୱେଷ,ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କପିଳ ଚନ୍ଦ୍ର ଦାସ,ଜିଲ୍ଲା କମିଶନର ସ୍କାଉଟ୍ ସୁଶୀଲ କୁମାର ନାୟକ,ଜିଲ୍ଲା କମିଶନର ଗାଇଡ୍ ସନ୍ତୋଷିନୀ ସେଠୀ,ପୂର୍ବତନ ଜିଲ୍ଲା କମିଶନର ଗାଇଡ୍ ଲୀଳା ପଢ଼ିଆରୀ ଯୋଗ ଦେଇ ସ୍କାଉଟ୍ ଏବଂ ଗାଇଡ୍ ମାନଙ୍କୁ ଉତ୍ସାହିତ କରିଥିଲେ।ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୬୦୦ ଜଣ ସ୍କାଉଟ୍, ଗାଇଡ୍,ସ୍କାଉଟ୍ ମାଷ୍ଟର,ଗାଇଡ୍ କ୍ୟାପଟେନ ଯୋଗ ଦେଇଥିଲେ।କ୍ୟାମ୍ପୋରୀର ଦ୍ଵିତୀୟ ଦିବସରେ ଜାତୀୟ ଉପସଭାପତି ତଥା ରାଜ୍ୟ କମିଶନର ସ୍କାଉଟସ୍ ଓ ଗାଇଡସ୍ କାଳୀ ପ୍ରସାଦ ମିଶ୍ର ଯୋଗ ଦେଇ ଶିବିରାର୍ଥିମାନଙ୍କୁ ସ୍କାଉଟ୍ ଗାଇଡର ଉଦ୍ଦେଶ୍ୟ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ।କ୍ୟାମ୍ପୋରୀରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ରେ ସଫଳ କୃତୀ ପ୍ରତିଯୋଗୀଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ।ତିନିଦିନ ବ୍ୟାପୀ ଏହି କ୍ୟାମ୍ପୋରୀ ପରିଚାଳନାରେ ପ୍ରଫୁଲ୍ଲ ଚନ୍ଦ୍ର ଘୋଷ,ଦେବୀଦାସ ପଣ୍ଡା ଫକୀର ମୋହନ ମହାନ୍ତ,ପ୍ରଦୀପ କୁମାର ବାରିକ,ସଚ୍ଚିଦାନନ୍ଦ ମହାନ୍ତ,ମୌଳିନ୍ଦୁ ମହାନ୍ତ,ପ୍ରଶାନ୍ତ କୁମାର ପରିଡ଼ା,ରଞ୍ଜନ କୁମାର ମହାନ୍ତ,ପାପୁନ ମହାନ୍ତ,ସଂଯୁକ୍ତା ନାଥ ତଥା ପିଏମ୍ ଶ୍ରୀ ସ6ନ୍ଥଭଞ୍ଜ ସରକାରୀ ଉଚ୍ଚ ବିଦ୍ୟାଳୟ ପଳାଶପଙ୍ଗାର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ,ଶିକ୍ଷା କର୍ମଚାରୀବୃନ୍ଦ ଏବଂ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ସ୍କାଉଟ୍ ମାଷ୍ଟର୍ସ,ଗାଇଡ କ୍ୟାପଟେନ ସହଯୋଗ କରିଥିଲେ।ଶେଷରେ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।
କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *