October 12, 2026
Home » ଅଖିଳ ଭାରତୀୟ ସାହିତ୍ୟ ପରିଷଦ ସୁବର୍ଣ୍ଣପୁର ଶାଖା ପକ୍ଷରୁ ବ୍ରଜ ବିହାରୀ ଙ୍କ 106 ତମ ଜୟନ୍ତୀ ପାଳିତ

ଅଖିଳ ଭାରତୀୟ ସାହିତ୍ୟ ପରିଷଦ ସୁବର୍ଣ୍ଣପୁର ଶାଖା ପକ୍ଷରୁ ବ୍ରଜ ବିହାରୀ ଙ୍କ 106 ତମ ଜୟନ୍ତୀ ପାଳିତ

0
WhatsApp Image 2026-10-12 at 2.13.37 PM

ସୁବର୍ଣ୍ଣପୁର — ରବିବାର ଦିନ ସୁବର୍ଣ୍ଣପୁର ମହାନଦୀ ଯୋଗ ବିହାର ସ୍ଥିତ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମଧ୍ୟରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ସୁବର୍ଣ୍ଣପୁର ଶାଖା ଦ୍ୱାରା ବିଶିଷ୍ଟ ସାରସ୍ଵତ ସ୍ରଷ୍ଟା, ବୈଦିକ ବିଦ୍ୱାନ ବ୍ରଜ ବିହାରୀଙ୍କ ର ୧୦୬ତମ ଜୟନ୍ତୀ ସମାରୋହ ଡକ୍ଟର ସନ୍ତୋଷ କୁମାର ପାଢ଼ୀ ଙ୍କ ଅଧ୍ୟକ୍ଷତାରେ ରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ରେ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ସନ୍ଦିପ କୁମାର କୁଅଁର, ମୁଖ୍ୟ ଅତିଥି ଡ. ଭବାନୀ ଶଙ୍କର ପଟେଲ , ସ୍ୱତନ୍ତ୍ର ଅତିଥି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗିରିଜା ଶଙ୍କର ରଥ , ସମ୍ମାନୀତ ଅତିଥି ଭାବରେ ପରିଷଦର ଉପଦେଷ୍ଟା ଶ୍ରୀ ଗୋରେଖନାଥ ସାହୁ ଏବଂ ଡକ୍ଟର ଜ୍ୟୋତିରଞ୍ଜନ ବହିଦାର ଯୋଗ ଦେଇ ତପସ୍ଵୀ ବ୍ରଜ ବିହାରୀ ଙ୍କର ଜୀବନୀ ଓ ସାହିତ୍ୟ ଉପରେ ବିସ୍ତୃତ ଭାବରେ ଆଲୋଚ଼ନା କରି ବ୍ରଜବିହାରୀ ଙ୍କର ଅପ୍ରକାଶିତ ପାଣ୍ଡୁଲିପି କୁ ପ୍ରକାଶିତ କରିବାସହ ଉଚ୍ଚ ଶିକ୍ଷା ପାଠ୍ୟ ଖସଡ଼ାରେ ସ୍ଥାନୀତ କରିବାପାଇଁ ମିଳିତ ଭାବେ ପ୍ରଚେଷ୍ଟା କରି ସରକାରଙ୍କର ଦୃଷ୍ଟି ଆକର୍ଷଣ କରିବା ପାଇଁ ମତପ୍ରକାଶ କରିଥିଲେ । ସଭାରେ ଶ୍ରୀମତୀ ମଞ୍ଜୁଶ୍ରୀ ବାବୁ ସ୍ୱାଗତ ସଙ୍ଗୀତ ଓ ଶ୍ରୀ ଯଜ୍ଞେଶ୍ଵର ପୂଝାରୀ ଉଦଯାପନୀ ସଙ୍ଗୀତ ଗାନ କରିଥିଲେ । ସମ୍ପାଦକ କବି ଆର୍ତ୍ତତ୍ରାଣ ବାବୁ ସଭା କୁ ସଂଯୋଜନା କରିଥିବା ବେଳେ ବ୍ରଜ ବିହାରୀ ଙ୍କ ସହିତ ବିତାଇଥିବା ସମୟର କିଛି ଅଭୁଲା ସ୍ମୃତିକୁ ମଧ୍ୟ ଉଦ୍ଧାର କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ଡକ୍ଟର ଦେବାଶିଷ ପାଣ୍ଡିଆ । ଅଧ୍ୟାପିକା ମୀନା ମାହାଣା ,ଡ. ପ୍ରଫୁଲ୍ଲ କୁମାର ରଥ, ଡ.ଅନିରୁଦ୍ଧ କୁରକୁରିଆ, ଡ଼. ଦ୍ୱିତୀକୃଷ୍ଣ ପଣ୍ଡା, ଜ୍ୟୋତିରଞ୍ଜନ ପଟ୍ଟନାୟକ, ଡ.ସୌରଭ ରଞ୍ଜନ ଖମାରୀ,ଦେବ କିଶୋର ଦାନୀ,ସଚ୍ଚିଦା ନନ୍ଦ ନାୟକ ଯୋଗୀନ୍ଦ୍ର ପଣ୍ଡା, ଦୟାନିଧି ସେଠୀ, ମଦନମୋହନ ଦାନୀ, ଶୁଭେନ୍ଦୁ ମେହେର, ସୁବାସ ଧରୁଆ, ମୃତ୍ୟୁଞ୍ଜୟ ଦାସ, ହିମାଂଶୁ ପଣ୍ଡା, ପଙ୍କଜ ମେହେର,ବିଭୂତି ଶତପଥି ପ୍ରମୁଖ ସହଯୋଗକରିବା ସହିତ ଆଲୋଚ଼ନାରେ ଅଂଶଗ୍ରହଣ କରିଥିଲେ ।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *