September 17, 2024
Home » ଅଣଛାତ୍ରଙ୍କ ଦ୍ଵାରା କଲେଜ ଛାତ୍ରଙ୍କୁ ମାରପିଟ ଘଟଣା ରାୟଗଡ଼ା ପୋଲିସ ୧୪ ଜଣଙ୍କୁ ଗିରଫ କରି ପଚରାଉଚରା ଜାରି

ଅଣଛାତ୍ରଙ୍କ ଦ୍ଵାରା କଲେଜ ଛାତ୍ରଙ୍କୁ ମାରପିଟ ଘଟଣା ରାୟଗଡ଼ା ପୋଲିସ ୧୪ ଜଣଙ୍କୁ ଗିରଫ କରି ପଚରାଉଚରା ଜାରି

0

 

ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ଦ୍ୱିପହର ୧ ଘଣ୍ଟିକା ସମୟରେ ୪୦ ଅଣଛାତ୍ରଙ୍କ ଦ୍ଵାରା କଲେଜ ଛାତ୍ରଙ୍କୁ ମାରପିଟ ଘଟଣାରେ ରାୟଗଡ଼ ପୋଲିସ ୧୪ ଜଣଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଥିବା ବେଳେ ଖୁବ୍ ଶିଘ୍ର ଆଉ ଜଣକୁ ଧରିବ ବୋଲି ରାୟଗଡ଼ା ଥାନାର ଭାରପ୍ରାପ୍ତ ପୋଲିସ ଇନସ୍ପେକ୍ଟର କହିଛନ୍ତି । କେତେକ ଅଣଛାତ୍ରଙ୍କ ଦ୍ଵାରା ଗୋଡ଼ାଇ ଗୋଡ଼ାଇ କଲେଜ ଛାତ୍ରଙ୍କୁ ମାରପିଟ ଘଟଣାରେ ତିନି ଛାତ୍ରଙ୍କ ଗୁରୁତର ଭାବେ ମୁଣ୍ଡରେ ଶକ୍ତ ଆଘାତ ଯୋଗୁଁ ଜଣେ ଛାତ୍ରଙ୍କ ମୁଣ୍ଡରେ ୭ ଟି ଷ୍ଟିଚ ପଡ଼ିଥିଲା । ତାପରେ କଲେଜ ଅଧ୍ୟକ୍ଷା ବବିଲତା ସରାଫ ଓ ଆହତମାନଙ୍କ ସମେତ ଥାନାରେ ଉକ୍ତ ଏତଲା ନେଇ ଏକ ଲିଖିତ ଅଭିଯୋଗ ଦେଇଥିଲେ। ଅଭିଯୋଗ ଆଧାରରେ ମାମଲାକୁ ଗୁରୁତର ଭାବେ ଗ୍ରହଣ କରି ରାୟଗଡ଼ା ଏସପି ହରିଶ୍ ବିସି ଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓଙ୍କ ରଶ୍ମିରଞ୍ଜନ ସେନାପତି ନେତୃତ୍ୱରେ ଆଇଆଇସି ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଏହି ମାମଲାକୁ ମଙ୍ଗଳବାର ରାତି ପ୍ରାୟ ୨ଟା ପର୍ଯ୍ୟନ୍ତ ମାରପିଟ କରିଥିବା ଅଣଛାତ୍ରଙ୍କ ଅଞ୍ଚଳକୁ ଯାଇ ସେମାନଙ୍କୁ ଟ୍ରାକ୍ କରିବା ସହ ସହର ଓ ଉପକଣ୍ଠର ବିଭିନ୍ନ ଛକ, ଗଳି ସମେତ କୋତାପେଟା, ଭୁଜବଳ ଆଦି ସ୍ଥାନରେ ସାଦା ପୋଷାକରେ ପୋଲିସ କର୍ମଚାରୀ ପଇଁତରା ମାରିବା ସହ ବିଭିନ୍ନ ଅଞ୍ଚଳରେ ପାଟ୍ରୋଲିଂକୁ କଡ଼ାକଡ଼ି କରିଛି । ଗୁରୁବାର ସନ୍ଧ୍ୟା ୬.୩୦ ମି ସମୟରେ ୦୯ ଜଣଙ୍କୁ କୋର୍ଟ ଚାଲାଣ କରିଛି ରାୟଗଡ଼ ପୋଲିସ । ପରିସ୍ଥିତି ନିୟନ୍ତ୍ରଣାଧୀନ ଏବଂ ଶୃଙ୍ଖଳା ରକ୍ଷାପାଇଁ କଲେଜରେ ପୋଲିସ ମୁତୟନ କରାଯାଇଥିବା ପୋଲିସ କହିଛି।

ରିପୋର୍ଟ: ରାୟଗଡ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *