May 13, 2025
Home » ଅଣ ସଂକ୍ରାମକ ରୋଗ ଚିହ୍ନଟ ଶିବିର ଅନୁଷ୍ଠିତ

ଅଣ ସଂକ୍ରାମକ ରୋଗ ଚିହ୍ନଟ ଶିବିର ଅନୁଷ୍ଠିତ

0
WhatsApp Image 2025-04-24 at 4.18.52 PM

ଭାରତରେ ଦିନକୁ ଦିନ ଅଣ ସଂକ୍ରାମକ ରୋଗ ଯଥା ମଧୁମେହ, ଉଚ୍ଚ ରକ୍ତଚାପ, ହୃଦରୋଗ, ମସ୍ତିଷ୍କଘାତ, କର୍କଟ ଇତ୍ୟାଦି ବୃଦ୍ଧି ପାଇବାରେ ଲାଗିଛି। ଏହି ରୋଗ ସ୍ଵାସ୍ଥ୍ୟଗତ ଓ ସାମାଜିକ ଅଭିବୃଦ୍ଧିରେ ନୀରବ ସମସ୍ୟା ସୃଷ୍ଟି କରୁଛି। ତେଣୁ ଏହିରୋଗ ର ନିରାକରଣ ଓ ନିୟନ୍ତ୍ରଣ ନିହାତି ଆବଶ୍ୟକ। ଏହି ରୋଗର ଚିହ୍ନଟ ଓ ଚିକିତ୍ସା ଉଦ୍ଧେଶ୍ୟ ରେ ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନ ପକ୍ଷରୁ ପ୍ରତିବର୍ଷ ଅଣ ସଂକ୍ରାମକ ରୋଗ ଚିହ୍ନଟ ଓ ଚିକିତ୍ସା ଶିବିର ଆୟୋଜନ କରାଯାଇ ରୋଗୀଙ୍କୁ ସେବା ପ୍ରଦାନ କରାଯାଉଛି। ଏହି କାର୍ଯ୍ୟକ୍ରମ ଅଧୀନରେ ଗୁରୁବାର ଦିନ ଛତ୍ରପୁର ବିଜ୍ଞାପିତ ଅଞ୍ଚଳର ୱାର୍ଡ ୧୧ ନମ୍ୱର୍ ସ୍ଥିତ ଗୋପବନ୍ଧୁ ନଗର ଅଙ୍ଗନୱାଡ଼ି କେନ୍ଦ୍ର ପରିସରରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ଭାରପ୍ରାପ୍ତ ଅଧିକ୍ଷକ ଡାକ୍ତର ସୁଦର୍ଶନ ସାହୁଙ୍କ ନେତୃତ୍ୱ ଓ ଚିକିତ୍ସାଳୟ ପରିଚାଳକ ଶ୍ରୀ ଗଣେଶ ନାହାକଙ୍କ ତତ୍ତ୍ଵାବଧାନରେ ଏକ ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରରେ ୨୧ଜଣ ପୁରୁଷ ଓ ୩୧ ଜଣ ମହିଳାଙ୍କ ରକ୍ତ ଶର୍କରା, ରକ୍ତଚାପ ପରୀକ୍ଷା ହେବା ସହ ସ୍ବାସ୍ଥ୍ୟ ପରୀକ୍ଷା କରି ଆବଶ୍ୟକ ଡାକ୍ତର ଚିକିତ୍ସା, ସ୍ବାସ୍ଥ୍ୟ ପରାମର୍ଶ ଓ ଔଷଧ ପ୍ରଦାନ କରାଯାଇଛି। ଡାକ୍ତର ମଧୁଛନ୍ଦା ପଣ୍ଡା,ଫାର୍ମାସୀ ଅଧିକାରୀ ଶ୍ରୀ ସତ୍ୟ ରଞ୍ଜନ ବେହେରା, ନର୍ସିଂ ଅଧିକାରିଣୀ ମନୀଷା ମଲ୍ଲିକ, ମହିଳା ସ୍ବାସ୍ଥ୍ୟ କର୍ମୀ ପ୍ରତିମା ବେହେରା, ଟି ପ୍ରିୟମ୍ବଦା ରାଓ ପ୍ରମୁଖ ସ୍ବାସ୍ଥ୍ୟ ସେବା ପ୍ରଦାନ କରିଥିଲେ। ଅଣ ସଂକ୍ରାମକ ରୋଗ ସ୍ବାସ୍ଥ୍ୟ ପରାମର୍ଶ ଦାତା ଡି ଦେବହରି ରେଡ଼ିଙ୍କ ସଂଯୋଜନାରେ ଆୟୋଜିତ ସ୍ବାସ୍ଥ୍ୟ ଶିବିରକୁ ଏମ୍. ଆର୍.ଏ ବାସୁଦେବ ଗୌଡ,ଜଗନ୍ନାଥ ପାଢ଼ୀ, ପି ତାର୍କେଶ୍ୱର୍ ରାଓ, ଡି ଧର୍ମା ରେଡ଼ି, ସହଦେବ ସାହୁ, ଅଜିତ ପଣ୍ଡା,ଦୁଃଖିଶ୍ୟାମ ମହାରଣା, ଅଙ୍ଗନୱାଡ଼ି କର୍ମୀ ମଞ୍ଜୁବାଳା ପାଣିଗ୍ରାହୀ, ଆଶା କର୍ମୀ ସୁନୀତା ମିଶ୍ର,ଆଇ.ସି.ଟି.ସି କାଉନସିଲର ସାନୂଜ କୁମାର ପଟ୍ଟନାୟକ,ଅମ୍ବିକା ପ୍ରସାଦ ଚୌଧୁରୀ ପ୍ରମୁଖ ପରିଚାଳନା କରିଥିଲେ। ଆକାଉଣ୍ଟାଣ୍ଟ ପି ଲକ୍ଷ୍ମୀ ବାଇ ଓ ୟୁଡ଼ିଏମ୍ ଗତିକୃଷ୍ଣ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।ଏହି ଶିବିରରେ ଅଣ ସଂକ୍ରାମକ ରୋଗ ନିୟନ୍ତ୍ରଣ ପାଇଁ ଜୀବନ ଶୈଳୀ ପରିବର୍ତ୍ତନ ସମ୍ପର୍କେ ସ୍ବାସ୍ଥ୍ୟ ପରାମର୍ଶ ଅଭିଜ୍ଞ ସ୍ବାସ୍ଥ୍ୟ ପରାମର୍ଶ ଦାତା ଙ୍କ ଦ୍ଵାରା ପ୍ରଦାନ କରିବା ସହ ଯକ୍ଷ୍ମା ଲକ୍ଷଣ ଥିବା ବ୍ୟକ୍ତିଙ୍କ ଠାରୁ ଯକ୍ଷ୍ମା ଚିହ୍ନଟ ପାଇଁ କଫ ନମୁନା ସଂଗ୍ରହ କରାଯାଇଥିଲା।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *