May 9, 2026
Home » ଅଧିବକ୍ତା କାମଦେବ ବଡନାୟକ ଗଜପତି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନୂତନ ଅଧ୍ୟକ୍ଷ

ଅଧିବକ୍ତା କାମଦେବ ବଡନାୟକ ଗଜପତି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନୂତନ ଅଧ୍ୟକ୍ଷ

0
WhatsApp Image 2026-04-07 at 3.54.25 PM (1)

 

ରାଜ୍ୟ ସରକାର ୨୩ଟି ଜିଲ୍ଲାର ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନୂତନ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ମାନଙ୍କନ ନାମ ଘୋଷଣା କରିଛନ୍ତି । ଗଜପତି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନୂତନ ଅଧ୍ୟକ୍ଷ ଭାବେ ଅଧିବକ୍ତା କାମଦେବ ବଡନାୟକ ଓ ପଙ୍କଜିନୀ ଦଲାଇଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି ।

ଏନେଇ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନାଜାତି ଓ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିଭାଗର ଚିଠି ନଂ-୮୩୧୪/ଏସଏସଡି, ଭୂବନେଶ୍ୱର, ତାରିଖ.୦୬-୦୪-୨୦୨୬ରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଶ୍ରୀ ବଡନାୟକ ରାଜ୍ୟ ସରକାର ଏହି ଦାୟିତ୍ୱ ତାଙ୍କୁ ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ବିଭିନ୍ନ କ୍ଷେତ୍ରରେ ଜିଲ୍ଲାର ବିକାଶକୁ ତ୍ୱରାନ୍ୱିତ କରିବାକୁ ଉଦ୍ୟମ କରିବେ ଶ୍ରୀ ବଡନାୟକ ଗଣମାଧ୍ୟମକୁ କହିଛନ୍ତି । ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ମାନେ ଦାୟିତ୍ୱ ଗ୍ରହଣ କରିବା ପରଠୁ ୨ବର୍ଷ ପର୍ଯ୍ୟନ୍ତ ପଦବୀରେ ରହିବେ ବୋଲି ସରକାରଙ୍କ ତରଫରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

ଗଜପତି ଜିଲ୍ଲା ଇପିଏ ରୁ ଦିଲ୍ଲୀପ କୁମାର ଶତପଥିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *