ଅନ୍ତର୍ଜାତୀୟ ଶିକ୍ଷା ଇନୋଭେସନ ଶିବିରରେ କଳାହାଣ୍ଡିର ବରିଷ୍ଠ ସାମ୍ବାଦିକଙ୍କ ପୁଅ ମିଲନ ବିଶି
।
୭ ଦିନିଆ ଏହି ଶିବିରରେ ଭାରତର ୬୫ ଜଣ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ…..
ଥାଇଲାଣ୍ଡର ବ୍ୟାଙ୍କକସ୍ଥିତ ଏସିଆନ ଇଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରେ ଗତ ଜୁଲାଇ ୩୦ ତାରିଖରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ବିଜନେସ ଓ ମ୍ୟାନେଜମେଣ୍ଟ ଉପରେ ଇଣ୍ଟର ନେସନାଲ ଏଜୁକେସନ ଇନୋଭେସନ କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତରୁ ୬୫ ଜଣ ଏମବିଏ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।
ଏଥିରେ ବିଶ୍ବର ବିଭିନ୍ନ ବିଶ୍ବବିଦ୍ୟାଳୟ ମ୍ୟାନେଜମେଣ୍ଟ ପ୍ରଫେସରମାନେ ଯୋଗ ଦେଇଥିଲେ । ବିଜନେସ ଓ ଏଆଇ, ଡ଼ିଜିଟାଲ ମାର୍କେଟିଂ, ଆମଦାନୀ ଓ ରପ୍ତାନୀ, ବିଜନେସ ଇନୋଭେସନ, ଉଦ୍ୟୋଗ ଓ କାରିଗରୀ କୈାଶଳ ସମେତ ବ୍ୟବସାୟୀକ ବିଭିନ୍ନ ଦିଗ ଉପରେ ଏହି ଶିବିରରେ ତାଲିମ ଦିଆଯାଇଥିଲା । ଏହି ଟିମରେ କଳାହାଣ୍ଡି ଜିଲ୍ଲାର ଜୁନାଗଡ ବ୍ଲକ ଅର୍ନ୍ତଗତ ଭଇରିଗୁଡା ଗ୍ରାମର ମିଲନ କୁମାର ବିଶି ସାମିଲ ହୋଇଥିଲେ । ବର୍ତ୍ତମାନ ସେ ବେଙ୍ଗାଲୁରୁସ୍ଥିତ ନିଟି ବିଶ୍ବବିଦ୍ୟାଳୟର ଏମବିଏ ମ୍ୟାନେଜମେଣ୍ଟ ଛାତ୍ରଭାବେ ଅଧ୍ୟୟନ କରୁଛନ୍ତି । ସେ ବରିଷ୍ଟ ସାମ୍ବାଦିକ ଦେବେନ୍ଦ୍ର କୁମାର ବିଶି ଓ ବନଶ୍ରୀଙ୍କ ବିଶି ପୁଅ ଅଟନ୍ତି । ଏଥିନେଇ ମିଲନକୁ ବିଭିନ୍ନ ମହଲରେ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ…..