ଅନ୍ତିମ ଯାତ୍ରାରେ ବରିଷ୍ଠ ବିଜେପିର ନେତା ତଥା ରାୟଗଡ଼ା ଟ୍ରକ୍ ମାଲିକ ସଂଘର ସଭାପତି ୟାଲ୍ଲା କୋଣ୍ଡାବାବୁ
ରାଜ୍ୟ ବିଜେପିର ଜଣେ ବିଶ୍ୱସ୍ତ, ନିଷ୍ଠାବାନ ନେତା କୋଣ୍ଡାବାବୁଙ୍କ ଅକାଳ ବିୟୋଗ ଦଳ ପାଇଁ ଏକ ଅପୂରଣୀୟ କ୍ଷତି”..ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
କୋଣ୍ଡାବାବୁଙ୍କ ବିୟୋଗରେ କୋରାପୁଟ ସାଂସଦ,ରାୟଗଡ଼ା ବିଧାୟକ, ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓଙ୍କ ଗଭୀର ଶୋକ ପ୍ରକାଶ କଲେବରିଷ୍ଠ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ଏବଂ ରାୟଗଡା ଜିଲ୍ଲା ଟ୍ରକ୍ ମାଲିକ ସଂଘର ସଭାପତି ଶ୍ରୀ ୟେଲା ଭେଙ୍କଟେଶ୍ୱର ରାଓ, ଯିଏକି ୟେଲା କୋଣ୍ଡା ବାବୁ ଭାବରେ ସୁପରିଚିତ ଏବଂ ରାୟଗଡାରେ ତାଙ୍କର ସାମାଜିକ କାର୍ଯ୍ୟ ଏବଂ ସାମୁଦାୟିକ ସମ୍ପୃକ୍ତି ପାଇଁ ଜଣାଶୁଣା ଲୋକ ପ୍ରିୟ ନେତା ହେବା ସହ ସମସ୍ତଙ୍କ ନିକଟତର ହୋଇ ପାରିଥିଲେ। ୬୪ ବର୍ଷୀୟ ଏଭଳି ଏକ ଲୋକ ପ୍ରିୟ ସୁନାମଧନ୍ୟ ନେତାଙ୍କ ଅକାଳ ବିୟୋଗ ହଜାର ହଜାର ତାଙ୍କ ସମର୍ଥକ ଓ ଅନୁଗାମୀମାନଙ୍କ ମନ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରସାରଣ ପରେ ସାଂସଦ,ବିଧାୟକ,ରାଜନେତା,ବିଭିନ୍ନ ଧର୍ମାନୁଷ୍ଠାନ ସମେତ ହଜାର ହଜାର ତାଙ୍କ ପ୍ରେମୀ ଶେଷଦର୍ଶନ ପାଇଁ ତାଙ୍କ ବାସଭବନ ପହଞ୍ଚିଥିଲେ।


ରାୟଗଡ଼ା ଜିଲ୍ଲା ବରିଷ୍ଠ ବିଜେପିର ନେତା ତଥା ରାୟଗଡ଼ା ଟ୍ରକ୍ ମାଲିକ ସଂଘର ସଭାପତି ୟାଲ୍ଲା କୋଣ୍ଡାବାବୁଙ୍କ ଅକସ୍ମାତ ଦେହାନ୍ତ ପରେ ପୂର୍ବତନ ବିଜେଡି ରାଜ୍ୟସଭା ସାଂସଦ ତଥା ବର୍ତ୍ତମାନର ବିଜୁ ସ୍ବାଭିମାନ ମଞ୍ଚର ପ୍ରତିଷ୍ଠାତା ଏନ ଭାସ୍କର ରାଓ ତାଙ୍କ ସମର୍ଥକଙ୍କ ସହ ଶନିବାର ଦିନ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସ୍ୱର୍ଗତ ୟେଲ୍ଲା କଣ୍ଡା ବାବୁଙ୍କ ରାନିଗୁଡ଼ା ଫାର୍ମସ୍ଥିତ ତାଙ୍କ ବାସଭବନରେ ପହଞ୍ଚି ଗଭୀର ଶୋକ ପ୍ରକାଶ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସ୍ୱର୍ଗତ ୟେଲ୍ଲା କଣ୍ଡା ବାବୁଙ୍କର ୨୭ ଅଗଷ୍ଟ ୨୦୨୬ ଗୁରୁବାର ରାତି ପ୍ରାୟ ୧୧.୩୦ ସମୟରେ ହୃଦଘାତରେ ମୃତ୍ୟୁ ସାଧାରଣ ଲୋକ ଏବଂ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଥିଲା। ବିଜେଡି ସାଂସଦ ତାଙ୍କ ଫୋଟ ଚିତ୍ରରେ ଫୁଲ ଅର୍ପଣ କରିଥିବା ବେଳେ ଭାସ୍କର ରାଓଙ୍କ ପୁଅ,ରାୟଗଡ଼ା ମ୍ୟୁନିସିପାଲିଟିର କିଛି କାଉନସିଲର ଓ ତାଙ୍କ ସମର୍ଥକ ନେତାମାନେ ଉପସ୍ଥିତ ଥିଲେ।ହୃଦଘାତରେ ୬୪ ବର୍ଷ ବୟସରେ ମୃତ୍ୟୁବରଣ କରିଥିବା ବିଜେପି ବରିଷ୍ଠ ନେତା ୟାଲ୍ଲା କୋଣ୍ଡାବାବୁଙ୍କ ଅନ୍ତିମ ସଂସ୍କାର ଯାତ୍ରାରେ ରାଜ୍ୟ ଶିକ୍ଷା ମନ୍ତ୍ରୀ,ନବରଙ୍ଗପୁର ବିଧାୟକ,sdc ଅଧ୍ୟକ୍ଷ,ଅଧ୍ୟକ୍ଷା,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନେ,ଅନେକ ନେତୃତ୍ୱ ସମେତ ଶହ ଶହ ତାଙ୍କ ସମର୍ଥକ ଏକତ୍ରିତ ହୋଇଥିଲେ। ତାଙ୍କ ମୃତ୍ୟୁ ଖବର ଜାଣିବା ପରେ ତାଙ୍କ ଘରକୁ କୋରାପୁଟ ସାଂସଦ, ରାୟଗଡ଼ା ଜିଲ୍ଲା କଂଗ୍ରେସ ସଭାପତି ତଥା ବିଧାୟକ, ଅନ୍ୟାନ୍ୟ ରାଜନୈତିକ ନେତା ଏବଂ ସାମାଜିକ ଏବଂ ଧାର୍ମିକ ସଂଗଠନର ପ୍ରତିନିଧିମାନେ ଯୋଗ ଦେଇ ଶୋକ ପ୍ରକାଶ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓ ସ୍ୱର୍ଗତ ୟାଲ୍ଲା କୋଣ୍ଡାବାବୁଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ଅବସରରେ ଏକ ବୈଦୁତିକ ଗଣମାଧ୍ୟମକୁ ନିଜ ବାର୍ତ୍ତାରେ କହିଥିଲେ ଯେ,”ସେ ମୋ ସହିତ ବହୁତ ବର୍ଷ ଧରି କାମ କରିଥିଲେ ଏବଂ ବର୍ତ୍ତମାନ ବିଜେପି ପାଇଁ କାମ କରୁଛନ୍ତି। ଯେଉଁଠି ଥିଲେ ମଧ୍ୟ ଭଲ ରୁହନ୍ତୁ ବୋଲି ସର୍ବଦା ଆମେ ଚାହୁଥିଲି, କିନ୍ତୁ ଆମେ କେବେ କଳ୍ପନା କରିନଥିଲୁ ଯେ ଏହି ଦୁଃଖଦ ଘଟଣା ଘଟିବ। ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରକୁ ଧୈର୍ଯ୍ୟ ଓ ଆତ୍ମବଳ ପ୍ରଦାନ କରିବା ସହ ସ୍ୱର୍ଗତ କୋଣ୍ଡାବାବୁଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ।
ସ୍ୱର୍ଗତ ୟେଲ୍ଲା କଣ୍ଡା ବାବୁଙ୍କ ବାସଭବନରୁ ଫେରିବା ପରେ ଏନ ଭାସ୍କର ରାଓଙ୍କ ଦ୍ୱାରା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୋଣ୍ଡାବାବୁଙ୍କ ବିଷୟରେ ଆଲୋଚନା କରିବା ସହ ତାଙ୍କ ପରିବାରକୁ ସବୁ ପ୍ରକାର ସହଯୋଗ କରିବେ ବୋଲି କହିଥିଲେ।
ସ୍ୱର୍ଗତ ୟାଲ୍ଲା କୋଣ୍ଡାବାବୁଙ୍କ ରାଜନୀତିକ ଜୀବନ ବିଷୟରେ କହିବାକୁ ଗଲେ ଦୀର୍ଘ ଚାରି ଦଶନ୍ଧି ଧରି ଏନ ଭାସ୍କର ରାଓଙ୍କର ଘନିଷ୍ଠ ସମ୍ପର୍କ ଥିବା ସହ ଦୀର୍ଘ ବର୍ଷ ସାଂସଦଙ୍କ ଅତି ନିକଟତର ଭାବେ ମିଶି ବିଜେଡିରେ ରାଜନୀତି କରୁଥିବା ବେଳେ ୨୦୨୨ ମସିହା ରାୟଗଡ଼ା ପୌର ପରିଷଦ ନିର୍ବାଚନ ପରେ ସେ ସାଂସଦ ଏନ୍ ଭାସ୍କର ରାଓଙ୍କ ଠାରୁ ଅଲଗା ହୋଇ ନିଜର ସମର୍ଥକଙ୍କ ସହ ବିଜେଡିର ଏକ କାର୍ଯ୍ୟାଳୟ ଉଦ୍ଘାଟନ କରି ନିଷ୍ଠା ଭାବେ କାର୍ଯ୍ୟ ତୁଲାଇଥିବା ବେଳେ ବିଜେଡ଼ିର ପ୍ରାଥମିକ ସଦସ୍ୟରୁ ଦଳ ବିରୋଧୀ କାର୍ଯ୍ୟକ୍ରମ ଆଳରେ କୋଣ୍ଡାବାବୁଙ୍କୁ ସୁସ୍ପେଣ୍ଡ କରାଯାଇଥିବା ବେଳେ ତାଙ୍କ ନେତୃତ୍ବରେ ତାଡମାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୨୦୨୪ ନିର୍ବାଚନର ବିଜେଡ଼ି ପାଇଁ ଭୋଟ ମାଗିଥିଲେ। ସେହି ସମୟରେ ସ୍ୱର୍ଗତ କଣ୍ଡା ବାବୁ କହିଥିଲେ ଯେ “ଦଳ ସସପେଣ୍ଡ କଲେ ମଧ୍ୟ ବିଜେଡି ନ ଛାଡି ନବୀନ ପଟ୍ଟନାୟକ ଓ ବିଜେଡି ପାଇଁ କାମ କରୁଥିବି।” ଏଥିରୁ ହିଁ ତାଙ୍କର ନିରୀହ ସମର୍ପିତ କାର୍ଯ୍ୟକଳାପ ସ୍ପଷ୍ଟ ଭାବେ ଜଣାପଡ଼ିଥିଲା।ହେଲେ,ଯାହା କି ପରବର୍ତ୍ତୀ ସମୟରେ ବିଜେପିରେ ଯୋଗ ଦେଇଥିଲେ। ରାଜ୍ୟରେ ବିଜେଡି ହାରିବା ପରେ ରାୟଗଡ଼ା ଜିଲ୍ଲା ବିଜେପିରେ ଏକ ସକ୍ରୀୟ ,ନିଷ୍ଠାପର ଭାବେ ନେତୃତ୍ୱ ତୁଲାଇ ଆସୁଥିଲେ। ଏପରି କି ଆଗମୀ ପଂଚାୟତ ନିର୍ବାଚନର ରାୟଗଡ଼ା ଜିଲ୍ଲା ବିଜେପି ଜିତିବାରେ ଏକ ଉଦୟବାନ୍ ଚର୍ଚ୍ଚିତ ଚେହେରା ପାଲଟିଥିଲେ ସ୍ୱର୍ଗତ ୟେଲ୍ଲା କଣ୍ଡା ବାବୁ। ସେ ରାୟଗଡ଼ା ଟ୍ରକ୍ ୟୁନିଅନର ସଭାପତି ଭାବେ ଦୁଇଥର ମନୋନିତ ହୋଇ ସକ୍ରିୟ ଭାବେ ଶୃଙ୍ଖଳିତ ଭାବେ କାର୍ଯ୍ୟ ତୁଲାଇବା ସମୟରେ ସଙ୍ଗକୁ ଲାଭାନ୍ୱିତ କରିବା ସହ ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିଲେ। ତାଙ୍କ ପୂର୍ବରୁ ସାଙ୍ଗରେ ହୋଇଥିବା ଆର୍ଥିକ ହେରଫେର ଦୁର୍ନୀତି ନେଇ ସ୍ୱର ଉତ୍ତୋଳନ କରି ସମ୍ପୂର୍ଣ୍ଣ ରୂପେ ଫର୍ଦାଫାସ କରିଥିଲେ।
ରାଜ୍ୟ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ..”ସେ ଆମର ଜଣେ ନିଷ୍ଠାବାନ କାର୍ଯ୍ୟକର୍ତା ତଥା ରାଜ୍ୟର କାର୍ଯ୍ୟକାରିଣୀ ସଦସ୍ୟ ଥିଲେ ଏବଂ ଜଣେ ଲୋକପ୍ରିୟ ନେତା ଥିଲେ। ଗରିବଙ୍କ ସେବା କରୁଥିଲେ। ସେ ଟ୍ରକ ୟୁନିଅନ୍ ସମେତ ବିଭିନ୍ନ ସଙ୍ଗଠନରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ସେ ନିଜର ଦକ୍ଷତା ପ୍ରମାଣିତ କରିଥିଲେ। ଅତି ଅଳ୍ପ ସମୟରେ ତାଙ୍କ ସଂସ୍ପର୍ଶରେ ଆସି ତାଙ୍କ ସହ ସାକ୍ଷାତ କରିଥିବା ସ୍ମୃତିକୁ ମନେ ପକାଇ ମନ୍ତ୍ରୀ କହିଥିଲେ ଯେ, ତାଙ୍କର କଥାବାର୍ତ୍ତାରୁ ଜଣାପଡୁଥିଲା ସେ ଦଳ ପାଇଁ କେତେ ନିଷ୍ଠାପର ସହିତ ସମର୍ପିତ କାର୍ଯ୍ୟ କରୁଥିଲେ। ଏଭଳି ଏକ ମହାନ ବ୍ୟକ୍ତି ଆଜି ଆମ ସମସ୍ତଙ୍କୁ ଛାଡ଼ି ଚାଲିଗଲେ,ଏଥିରେ ଆମେ ସମସ୍ତେ ମର୍ମାହତ, ନିଶ୍ଚୟ ଆଜି ଆମେ ସମସ୍ତେ ଏଥିରେ ଦୁଃଖିତ। ତାଙ୍କ ବିୟୋଗରେ ଦଳ ଏକ ବଡ଼ ଅପୂରଣୀୟ କ୍ଷତିର ସମ୍ମୁଖୀନ ହୋଇଛି ବୋଲି ମନ୍ତ୍ରୀ ମତ ପ୍ରକାଶ କରିଥିଲେ। ଏହି ଦୁଃଖଦ ସମୟରେ ତାଙ୍କ ପରିବାରକୁ ଧୈର୍ଯ୍ୟ ଓ ସାହସ ମିଳୁ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଶେଷରେ, ତାଙ୍କ ଆତ୍ମାର ସଦ୍ଗତି ପାଇଁ ଭଗବାନଙ୍କୁ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ଜଣେ ସକ୍ରିୟ ରାଜନେତା,ସଂଗଠକ ହରାଇଥିବା ବେଳେ ସ୍ୱର୍ଗତ କଣ୍ଡାବାବୁଙ୍କ ଅକାଳ ବିୟୋଗରେ ତାଙ୍କ ସମର୍ଥକ ଓ ଅନୁଗାମୀମାନଙ୍କ ନିରାଶ ହୋଇ ଦିଗହରା ହୋଇପଡ଼ିଥିବା ଜଣାପଡ଼ିଛି। ରାୟଗଡ଼ା ବିଜେପିର ଏକ ଉଦୟବାନ ବ୍ୟକ୍ତିତ୍ୱ ହାରିବା ପରେ ତାଙ୍କ ସ୍ଥାନ କିଏ ନେଉଛନ୍ତି.. ତାଙ୍କ ସମର୍ଥକ ଓ ଅନୁଗାମୀମାନଙ୍କ ତାଙ୍କ ସ୍ବପ୍ନ ପୂରଣ କରି ବିଜେପିକୁ ଆଗେଇପାରୁଛନ୍ତି କି ବୋଲି ..ତାହା ଜନସାଧାରଣଙ୍କ ମଧ୍ୟରେ ସମାଲୋଚନା ବିଷୟ ପାଲଟିଛି।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
