September 17, 2024
Home » ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ବର୍ଷ କାରାଦଣ୍ଡ ସହ ପଚାସ ହଜାର ଟଙ୍କା ଜରିମାନାରେ ଦଣ୍ଡିତ

ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ବର୍ଷ କାରାଦଣ୍ଡ ସହ ପଚାସ ହଜାର ଟଙ୍କା ଜରିମାନାରେ ଦଣ୍ଡିତ

0

 

“ଡିଏଲଏସଏ ପକ୍ଷରୁ ନାବାଳିକା ପିଡିତାକୁ ୦୬ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ”

କୋଟପାଡ଼ ଥାନା ଅଞ୍ଚଳର ୨୦୨୨ ଫେବ୍ରୁଆରି ୧୮ ତାରିଖରେ ଘଟିଥିବା ଅପହରଣ ଓ ଦୁଷ୍କର୍ମ ମାମଲାରେ ଜୟପୁର ଫାଷ୍ଟ ଟ୍ରାକ୍ କୋର୍ଟ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ ରାୟରେ ଶୁଣାଣି କରି ଅଭିଯୁକ୍ତ ହରିବନ୍ଧୁ କରଲିଆକୁ ୨୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫୦ହଜାର ଟଙ୍କା ଜରିମାନା ବାବଦକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଟଙ୍କା ପୈଠ ନକଲେ ଆଉ ୧୫ ମାସ କାରାଦଣ୍ଡ ଶୁଣାଇଛନ୍ତି । ଅପରପକ୍ଷରେ ଜିଲ୍ଲା ଆଇନ ଆଇନସେବା ପ୍ରାଧିକରଣ ପକ୍ଷରୁ ୦୬ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପୀଡ଼ିତା ନାବାଳିକାକୁ ପ୍ରଦାନ କରିବାକୁ ରାୟରେ ପ୍ରକାଶ ପାଇଛି ।
ମିଳିଥିବା ସୂଚନା ମୁତାବକ କୋଟପାଡ଼ ଥାନା ଅଞ୍ଚଳର ଏକ ନାବାଳିକାକୁ ୧୮/୦୩/୨୦୨୨ ତାରିଖ ଦିନ ଅଭିଯୁକ୍ତ ହରିବନ୍ଧୁ ସଣ୍ଡିଗାଁରେ ହେଉଥିବା ମଣ୍ଡେଇ ଯାତ୍ରା ବୁଲାଇ ନେବ କହିଥିଲା । ତାପରେ ପିଡିତାକୁ ସମ୍ପର୍କୀୟଙ୍କ ଘରକୁ ନେଇ ସେଠାରେ ରଖି ବାହା ହେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ପ୍ରାୟ ଏକ ମାସରୁ ଉର୍ଦ୍ଧ୍ବ ସମୟ ଧରି ଡରାଇ ଧମକାଇ ଶାରୀରିକ ସମ୍ପର୍କ ରଖିବା ଯୋଗୁଁ ଗର୍ଭବତୀ ହୋଇଥିଲେ ନାବାଳିକା ଜଣକ । ଉକ୍ତ ବିଷୟରେ ପରିବାରବର୍ଗ ଜାଣିବା ପରେ କୋଟପାଡ଼ ଥାନାରେ ଏକ ଲିଖିତ ଅଭିଯୋଗ ଆଧାରରେ ତତ୍କାଳୀନ କୋଟପାଡ଼ ଥାନା ଅଧିକାରୀ ଶେଷଦେବ ବେହେରା ତଦନ୍ତ ସମୟରେ ପୀଡ଼ିତା ନାବାଳିକାଙ୍କୁ ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କ ଘରୁ ଉଦ୍ଧାର କରି ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିବା ସହ ଚାର୍ଜସିଟ୍ ଦାଖଲ କରିଥିଲେ । ଏହା ପରେ ଉକ୍ତ ମାମଲାର ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଡ. ବି. ଗାୟତ୍ରୀ ଦେବୀ ମାମଲା ପରିଚାଳନା କରିଥିବା ବେଳେ ମାମଲା ବିଚାରଧିନ ସମୟରେ ପରେ ବିଚାରପତି ୧୨ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଗୁରୁବାର ଦିନ ଚୂଡ଼ାନ୍ତ ରାୟ ପ୍ରକାଶ କରିଥିଲେ ।

ରିପୋର୍ଟ:କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *