May 14, 2026
Home » ଅବସର ପ୍ରାପ୍ତ ସୈନିକ ସଂଘର କାର୍ଯ୍ୟାଳୟ ପାଇଁ ଜମି ଯୋଗାଇଦେବା ପାଇଁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଠାରେ ଦାବି

ଅବସର ପ୍ରାପ୍ତ ସୈନିକ ସଂଘର କାର୍ଯ୍ୟାଳୟ ପାଇଁ ଜମି ଯୋଗାଇଦେବା ପାଇଁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଠାରେ ଦାବି

0
WhatsApp Image 2026-05-13 at 3.16.41 PM

ସୁବର୍ଣ୍ଣପୁର ଜିଲ୍ଲା ରେ ପ୍ରାୟ ୧୩୦ ଜଣ ଅବସରପ୍ରାପ୍ତ ସୈନିକ ଙ୍କୁ ନେଇ ଏକ ସଂଘ ଗଢ଼ି ଉଠିଛି। ବର୍ତ୍ତମାନ ସାନଝିଙ୍କୀ ଠାରେ ଏହାର ଅସ୍ଥାୟୀ ସଂଘ କାର୍ଯ୍ୟାଳୟ ଥିବାବେଳେ ଭବିଷ୍ୟତ ରେ ଏକ ସରକାରୀ ଜମି ଯୋଗାଇ ଦେବା ପାଇଁ ସଂଘ ସଭାପତି ସୁଭେଦାର ସଞ୍ଜୟ ଷଡ଼ଙ୍ଗୀ ଙ୍କ ସଭାପତିତ୍ବ ରେ ଉପ ସଭାପତି ରମାକାନ୍ତ ମହାକୁର , ସମ୍ପାଦକ ବିକ୍ରମାଦିତ୍ୟ ମହାକୁର ଙ୍କ ସହ ଅନେକ ଅବସର ପ୍ରାପ୍ତ ସୈନିକ ସୁବର୍ଣ୍ଣପୁର ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ଙ୍କୁ ସାକ୍ଷାତ କରି ସଂଘର କାର୍ଯ୍ୟାଳୟ ପାଇଁ ଏକ ସରକାରୀ ଜମି ଯୋଗାଇଦେବାକୁ ଦାବି ପତ୍ର ପ୍ରଦାନ କରିଛନ୍ତି। ଅବସର ପ୍ରାପ୍ତ ସୈନିକ ସଦା ସର୍ବଦା ପ୍ରାକୃତିକ ବିପର୍ଯ୍ୟୟ ସମୟ ରେ ଦେଶ ସେବା କରିବୁ ବୋଲି କହିଛନ୍ତି ଉପସ୍ଥିତ ଅବସରପ୍ରାପ୍ତ ସୈନିକ। ଅନେକ କଲେଜ୍ ଛାତ୍ର ତଥା ଯୁବକ ମଧ୍ୟ ସୈନିକ ହୋଇ ଦେଶ ମାତୃକା ର ସେବା କରିବାକୁ ପ୍ରେରଣା ଦେବା ସହ ଅଗ୍ନିବୀର ହେବା ପାଇଁ ମଧ୍ୟ ଉତ୍ସାହ ଯୋଗାଇବ ଏହି ଅବସର ପ୍ରାପ୍ତ ସୈନିକ ସଂଘ ବୋଲି ଗଣ ମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି ସଂଘର ସମ୍ପାଦକ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *