କଣ୍ଟେନର ରେ ହେଉଥିଲା ଗୋରୁ ଚାଲାଣ
ଗୋ ଚାଲାଣ ବେଳେ ଧରିଲେ ବଜରଙ୍ଗ ଦଳ ର କର୍ମୀ : ପୁଲିସ ର ସହାୟତା ରେ ୨୮ ଗୋରୁ ଉଦ୍ଧାର l
ସୁବର୍ଣ୍ଣପୁର — ବେ ଧଡକ ଭାବରେ ଚାଲିଛି ଗୋରୁ ଚାଲାଣ l ପୋଲିସ ସବୁ ଜାଣି ନ ଜାଣିଲା ପରି ରହୁଛି l କେତେକ କ୍ଷେତ୍ର ରେ ଗୋରୁ ମାଫିଆ ମାନେ ଧାରପଡୁଛନ୍ତି ତ କେତେକ କ୍ଷେତ୍ର ରେ ଧରାପଡ଼ୁନାହାନ୍ତି l ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଧିନସ୍ଥ ବିନିକା – ସିଲାଟି ରାସ୍ତା ପିତେଇପାଲି ଗାଁ ନିକଟରେ ଥିବା କାମଧେନୁ ଗୋ ସେବାଶ୍ରମକୁ ମେଣ୍ଡା ପୁଲିସ ଫାଣ୍ଡିର ଏସ. ଆଇ ପ୍ରେମରାଜ ସାହୁ, ଧିରେନ ବେହେରା, ଡି. ଏନ. ବେହେରା ଏକ ଗୋରୁ ବୋଝେଇ କଣ୍ଟେନର ନେଇ ଆସିଥିଲେ l ଗୋ ସେବାଶ୍ରମରେ ସେବାଶ୍ରମର ସଭାପତି ଡମ୍ବରୁଧର ମେହେର, ଉପସଭାପତି ଶମ୍ଭୁ ପ୍ରସାଦ ଖମାରୀ, ଗୋଶାଳା ପରିଚାଳକ ବିନୋଦ ପରଡିଆ, ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ର ରିକୁନାଥ, ଶ୍ରୀକାନ୍ତ କର୍ମୀ, ବୁଦ୍ଧଦେବ ବାଗ ଏବଂ ଅଗ୍ନିଶମ ବାହିନୀ ଓ ଗ୍ରାମ ବାସୀଙ୍କ ସହଯୋଗରେ କଣ୍ଟେନରରୁ ୨୮ ଟି ଗୋରୁଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାବେ ବାହାର କରାଯାଇଥିଲା l ସମସ୍ତ ଗୋରୁକୁ ସୁବର୍ଣ୍ଣପୁର ଜିଲ୍ଲା ମେଣ୍ଡା ଫାଣ୍ଡି ପୁଲିସ କାମଧେନୁ ଗୋ ସେବାଶ୍ରମର ଜିମାରେ ଦେଇଥିଲେ l ଏଠାରେ ପ୍ରାପ୍ତ ସୂଚନା ଅନୁଯାଇ ପୋଲିସ ଆଖିରେ ଧୂଳିଦେଇ ଗୋରୁ ମାଫିଆମାନେ ନୁଆଁ ତରିକାରେ ବେଟି ବଚାଓ ବେଟି ପଢ଼ାଓ ଲେଖାଥିବା ଏକ ଛଅ ଚକିଆ ଡାକ ପାର୍ସଲ କଣ୍ଟେନର ରେ ୨୮ ଟି ଗୋରୁ ବୋଝେଇ କରି ନେଉଥିଲେ l

କୌଣସି ବିଶ୍ୱାସ୍ଥ ସୂତ୍ରରୁ ଏକ କଣ୍ଟେନର ଯୋଗେ ବେଆଇନ ଗୋରୁ ଚାଲାଣ ହେଉଥିବା ଖବର ପାଇ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କର୍ମୀ ମାନେ ମେଣ୍ଡା ତିଳେଇମାଲ ଛକ ନିକଟରେ ଉକ୍ତ ଡାକ ପାର୍ସଲ ଲେଖାଥିବା ଏଚ୍ଆର ୩୮ଭି – ୮୨୯୫( HR38-V-8295) କଣ୍ଟେନର ଟିକୁ ଅଟକାଇ ଥିଲେ l ଗୋରୁ ମାଫିଆ ଓ ବଜରଙ୍ଗ ଦଳ କର୍ମୀ ମାନଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା ତାପରେ ଘଟଣା ସ୍ଥଳରୁ ଗୋରୁ ବୋଝେଇ କଣ୍ଟେନର ଛାଡି ମାଫିଆ ଓ ଡ୍ରାଇଭର ଫେରାର ହୋଇଯାଇଥିଲେ l ପରେ ମେଣ୍ଡା ପୁଲିସକୁ ଖବର ଦେବାରୁ ପୁଲିସ ଘଟଣା ସ୍ଥଳକୁ ପହଞ୍ଚି କଣ୍ଟେନର ଟିକୁ ଜବତ କରିଥିଲା l ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଙ୍କ ନିର୍ଦେଶ କ୍ରମେ କଣ୍ଟେନରରେ ଥିବା ସମସ୍ତ ୨୮ ଟି ଗୋରୁକୁ ଉଦ୍ଧାର କରି ବିନିକା ଥାନା ପିତେଇପାଲି ଗାଁ ନିକଟରେ ଥିବା କାମଧେନୁ ଗୋ ସେବାଶ୍ରମରେ ଜିମା ଦିଆଯାଇଛି l ସମସ୍ତ ଗୋରୁ ସୁସ୍ଥ ଅଛନ୍ତି ବୋଲି ମେଣ୍ଡା ଫାଣ୍ଡି ଏସ.ଆଇ ଶ୍ରୀ ସାହୁ ପ୍ରକାଶ କରିଛନ୍ତି l ହେଲେ ଏଇ ଗୋରୁ ଚାଲାଣର ଚେର କଲିକତା ପର୍ଯ୍ୟନ୍ତ ଲମ୍ବିଛି ବୋଲି ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ସଦସ୍ୟମାନେ ପ୍ରକାଶ କରିଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
