ଅଭିନେତ୍ରୀ ରୁକସାନାଙ୍କ ମୃତ୍ୟୁକୁ ନେଇ ବଢ଼ିଲା ସସ୍ପେନ୍ସ, ଜଣେ ସମ୍ବଲପୁରୀ ସିଙ୍ଗରଙ୍କୁ ଦାୟୀ କଲେ ମା’।
କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଯୁବ କଳାକାର ରୁକସାନା ବାନୁଙ୍କ ମୃତ୍ୟୁକୁ ନେଇ ସସ୍ପେନ୍ସ । ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ଯା କରାଯାଇଥିବା ଅଭିଯୋଗ କରିଛନ୍ତି ରୁକସାନା ବାନୋଙ୍କ ପରିବାର ।ସାମାଜିକ ଗଣମାଧ୍ୟମରେ ତାଙ୍କ ମା’ପଶ୍ଚିମ ଓଡିଶାର ଜଣେ ବିଶିଷ୍ଟ କଳାକାଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ତେବେ ତାଙ୍କ ପରିବାର ପ୍ରତି ବିପଦ ଥିବାରୁ ସେମାନେ କୌଣସି ଥାନାରେ ଅଭିଯୋଗ କରିନାହାନ୍ତି ଭବାନୀପାଟଣାରେ କବର ଦେବାକୁ ନେଉଥିବା କହିଛନ୍ତି । ତାଙ୍କ ପଛରେ କିଛି ଅସାମାଜିକ ଯୁବକ ଥିବା ସାଂଘାତିକ ଅଭିଯୋଗ କରିଛନ୍ତି।
ଦୁଇ ମାସ ଧରି ଗାୟକ ରୁକୁ ସୁନା ନିର୍ଯ୍ୟାତନା ଦେଇ ଆସୁଥିବା ରୁକସାନାଙ୍କ ମାଁ ସୋସିଆଲ ମଡିଆରେ କହିଛନ୍ତି । ଏନେଇ ରୁକସାନାଙ୍କ ସୋସିଆଲ ମିଡିଆ ଇନଷ୍ଟାଗ୍ରାମ ହ୍ୟାଣ୍ଡଲରେ ଭିଡିଓଟି ପୋଷ୍ଟ କରାଯାଇଛି । ବରଗଡରେ ସୁଟ୍ ହୋଇଥିବା ‘ସମ୍ବଲପୁରୀଆ ଫୁଲ’ ଗୀତରେ ରୁକସାନା ଅଭିନୟ କରିବା ପରେ ବିବାଦ ଆରମ୍ଭ ହୋଇଥିବା ରୁକସାନାଙ୍କ ମାଁ କହିଛନ୍ତି । ଏପରିକି ଏହି ଗୀତରେ ଅଭିନୟ ପରେ ରୁକସାନାକୁ ଅନ୍ୟ ସମସ୍ତ ପ୍ରକଡ୍ସକନରୁ ଜାଣିଶୁଣି ବାଦ୍ ଦେଇଥିବା ସେ ଅଭିଯୋଗ କରିଛନ୍ତି । ସମ୍ବଲପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ମନୋଜ ମିଶ୍ରଙ୍କ ସହ ରୁକସାନା ଯୋଗଦେବା ଘଟଣା ପରେ ରୁକୁ ନିର୍ଯ୍ୟାତନା ଦେଇଥିବା ସେ ଅଭିଯୋଗ କରିଛନ୍ତି | ସୁଟିଂ ସେଟରେ ରୁକସାନା ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ | ସେଠାରେ ଷଡଯନ୍ତ୍ର ହୋଇଥିବା ଅଭିଯୋଗ ହୋଇଛି ।
ସୂଚନାଯୋଗ୍ୟ ଯେ,୧୫ ଦିନ ତଳେ ବଲାଙ୍ଗୀରରେ ସୁଟିଂ ବେଳେ ସେ ଅସୁସ୍ଥ ହୋଇଥିଲେ । ଗତ ଅଗଷ୍ଟ ୨୭ରେ ତାଙ୍କୁ ପ୍ରଥମେ ଭବାନୀପାଟଣା, ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜ ଓ ପରେ ଗୁରୁତର ହେବାରୁ ବରଗଡ଼ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଗାୟିକା ରୁକ୍ ସାନା ବାନୋଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଛନ୍ତି ତାଙ୍କ ପରିବାର ଲୋକ ଓ ସମ୍ପର୍କୀୟ । ଭୁବନେଶ୍ବରର ଏକ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁର କାରଣ ସ୍କ୍ରାବ୍ ଟାଇଫସ୍ ବୋଲି କୁହାଯାଉଛି । ତେବେ ସ୍ଲୋ ପଏଜନ ଯୋଗୁଁ ରୁକ୍ ସାନା ବାନୋଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏନେଇ ଜଣେ ସମ୍ବଲପୁରୀ ଗାୟକଙ୍କ ନାଁରେ ପରିବାର ଲୋକ ଅଭିଯୋଗ ଆଣିଛନ୍ତି।
ଅବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ଏନେଇ ଏମ୍ସ କର୍ତ୍ତୁପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ସୂଚନା ଅନସାରେ ୧୫ ଦିନ ତଳେ ବଲାଙ୍ଗୀରରେ ସୁଟିଂ ବେଳେ ସେ ଅସୁସ୍ଥ ହୋଇଥିଲେ । ଗତ ଅଗଷ୍ଟ ୨୭ରେ ତାଙ୍କୁ ପ୍ରଥମେ ଭବାନୀପାଟଣା, ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜ ଓ ପରେ ଗୁରୁତର ହେବାରୁ ବରଗଡ଼ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଅବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ଏନେଇ ଏମ୍ସ କର୍ତ୍ତୁପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ସେପଟେ ସମ୍ବଲପୁରୀ ଗାୟିକା ରୁକ୍ସାନା ବାନୋଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ମାଆଙ୍କର ଏକ ଅଭିଯୋଗ ପୂର୍ଣ୍ଣ ଭିଡ଼ିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଯେଉଁଥିରେ ସେ କାହା ନାଁ ନ ନେଇ ନିର୍ଦ୍ଦିଷ୍ଟ କୌଣସି ଲୋକକୁ ତାଙ୍କ ଝିଅର ମୃତ୍ୟୁ ପାଇ ଦାୟୀ କରୁଛନ୍ତି । ତାଙ୍କ ଝିଅକୁ ସମ୍ବଲପୁର ଓ ବରଗଡ଼ ଲୋକଙ୍କ ସହ କାମ ନ କରିବାକୁ ଧମକ ଦିଆଯିବା ସହ ବିଷ ପିଆଇ ଦିଆଯାଇଥିବା ସାଂଘାତିକ ଅଭିଯୋଗ କରିଛନ୍ତି ରୁକ୍ସାନାଙ୍କ ମାଆ ।
ପୂର୍ବରୁ ରୁକ୍ସାନା ବାନୋ ଦିଲ୍ଲୀ ଜନ୍ତରମନ୍ତରରେ ନିଜ ହକ୍ ପାଇଁ ଧାରଣା ଦେଇ ଚର୍ଚ୍ଚିତ ହୋଇଥିଲେ ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ…..