ସୁଦାମ ନାଗ ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାସ କଲା ପୋଲିସ : ପତ୍ନୀ ମୁଖ୍ୟ ଷଡଯନ୍ତ୍ରକାରୀ
ସୁବର୍ଣ୍ଣପୁର—- ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅଞ୍ଚଳର ସାଲେପାଲି-ଆଇଁଲାସାରୀ ରାସ୍ତାର ପଙ୍କେଲ ଛକ ନିକଟରେ ଗତ ୧୭ ତାରିଖ ସନ୍ଧ୍ୟାରେ ସୁଦାମ ନାଗଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଏହି ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ତ୍ରିଲୋଚନ ଓରଫ୍ ଟିଙ୍କୁ ବାଗ, ଯୁବରାଜ ସାହୁ ଏବଂ ମୃତକଙ୍କ ପତ୍ନୀ କବିତା ନାଗ । ଏ ନେଇ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦେଇଛନ୍ତି ଏସପି ନାରାୟନ ନାୟକ ଓ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ କେ. କେ ହରିପ୍ରସାଦ । ପୁଲିସ ତଦନ୍ତରୁ ଜଣାପଡ଼ିଛି, କବିତା ନାଗଙ୍କ ସହିତ ତାଙ୍କ ବ୍ରାହ୍ମଣୀପାଲି ଗ୍ରାମର ଯୁବରାଜ ସାହୁ ଓ ପରେ ନିକଟସ୍ଥ କପାସିରା ଗ୍ରାମର ତ୍ରିଲୋଚନ ବାଗଙ୍କର ପ୍ରାୟ ଦୀର୍ଘ୍ ବର୍ଷ ଧରି ବନ୍ଧୁତା ରହିଥିଲା । ଏହା ଜାଣିବା ପରେ ସୁଦାମ ନାଗ ତ୍ରିଲୋଚନଙ୍କୁ ଘରକୁ ଆସିବାକୁ ବାରଣ କରିଥିଲେ । ଏହାକୁ ନେଇ ତିନିଜଣ ମିଶି ସୁଦାମଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିଲେ । ଷଡ଼ଯନ୍ତ୍ର ପାଇଁ କବିତା ନାଗ ନିଜର ସୁନା ମଙ୍ଗଳସୂତ୍ର ତ୍ରିଲୋଚନଙ୍କୁ ଦେଇଥିଲେ । ତ୍ରିଲୋଚନ ଏହାକୁ ଜଣେ ବଣିଆଙ୍କ ନିକଟରେ ୪୫ ହଜାର ଟଙ୍କାରେ ବନ୍ଧକ ପକାଇଥିଲେ । ସେହି ଟଙ୍କାରେ ସେ ରାଉରକେଲାର ଜଣେ ବ୍ୟକ୍ତିଙ୍କ ଠାରୁ ଗୋଟିଏ ଦେଶୀ ପିସ୍ତଲ ଓ ଗୁଳି ପ୍ରାୟ ୬୦ ହଜାର ଟଙ୍କା ଦେଇ କିଣିଥିଲେ । ୪୫ ହଜାର ଟଙ୍କା ନେଇ ସେ ରାଉରକେଲା ଯାଇଥିବାରୁ ପୁଣି ଏଥିପାଇଁ ଫୋନ୍ ପେ ଓ ନଗଦ ଟଙ୍କା ମାଧ୍ୟମରେ ମଧ୍ୟ ଅର୍ଥ ପୈଠ କରାଯାଇଥିଲା ।

ଘଟଣା ଦିନ ସୁଦାମ ନାଗ ମୋଟରସାଇକେଲ ମରାମତି ପାଇଁ ଡୁଙ୍ଗୁରିପାଲି ସ୍ଥିତ ଏକ ଗ୍ୟାରେଜକୁ ଯାଇଥିଲେ। କବିତା ଫୋନ୍ କରି ତାଙ୍କ ଅବସ୍ଥିତି ବିଷୟରେ ଯୁବରାଜ ସାହୁଙ୍କୁ ଜଣାଉଥିଲେ । କବିତା ହ୍ୱାଟ୍ସଆପ୍ କଲ୍ ମାଧ୍ୟମରେ ଯୁବରାଜ ଙ୍କୁ ସୂଚନା ଦେଉଥିବା ବେଳେ ସେ ତ୍ରିଲୋଚନଙ୍କୁ ସୂଚନା ଦେଉଥିଲେ । ଏହି ସୂଚନା ଆଧାରରେ ତ୍ରିଲୋଚନ ପାଙ୍କେଲ ଛକ ନିକଟରେ ସୁଦାମଙ୍କୁ ଅଟକାଇ ପ୍ରଥମେ ୨ ରାଉଣ୍ଡ ଗୁଳି କରି ଥିଲେ ତାହା ତାଙ୍କ ଜଂଘ୍ ଓ ପିଠି ରେ ବାଜି କିଛି ବାଟ ପରେ ତଳେ ପଡ଼ିଯିବା ପରେ ପାଖରୁ ଆଉ ୨ ରାଉଣ୍ଡ ଗୁଳି ଅତି ନିକଟରୁ ତାଙ୍କ ଛାତି ଓ ମୁଣ୍ଡକୁ ଚଳାଇଥିଲେ। ଘଟଣାସ୍ଥଳରେ ହିଁ ସୁଦାମଙ୍କ ମୃତ୍ୟୁ ହୋଇଥିଲା। ହତ୍ୟା ପରେ ନିଜକୁ ବଞ୍ଚାଇବା ପାଇଁ କବିତା ନାଗ ଥାନାରେ ଅଜଣା ବ୍ୟକ୍ତି ହତ୍ୟା କରିଥିବା ମିଥ୍ୟା ଅଭିଯୋଗ କରିଥିଲେ । ପୁଲିସ ଦେଶୀ ପିସ୍ତଲ, ୪ଟି ଖାଲି ଖୋକା, ୨ଟିମୋଟରସାଇକେଲ ଜବତ କରିଛି l ଗୋଟିଏ ନାଲି ରଙ୍ଗର ହିରୋ ଗ୍ଲାମର ମୋଟରସାଇକେଲ ରେଜିଷ୍ଟ୍ରସନ ନଂ. OD -31 F- 1835 ଓ କଳା ରଙ୍ଗର ବଜାଜ ପଲସର ମୋଟରସାଇକେଲ ରେଜିଷ୍ଟ୍ରସନ ନଂ. OD -31 H- 9173 ଜବତ ସହ ୫ଟି ମୋବାଇଲ ଫୋନ ଜବତ କରିଛି। ଏ ନେଇ ଡୁଙ୍ଗୁରିପାଲି ପୋଲିସ କେଶ ନମ୍ବର 250/17/11/2026 ଧାରା 103( C ) BNS ଏବଂ ଧାରା 25/27Arms Act ରେ ମାମଲା ରୁଜୁ ହୋଇଛି l ଏ ନେଇ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ତିନି ଅଭିଯୁକ୍ତଙ୍କୁ ଶୁକ୍ରବାର ଦିନ କୋର୍ଟ ଚାଲାଣ କରାଯିବା ନେଇଅନୁଷ୍ଠିତ ଏକ ସାମ୍ବାଦିକ ସମ୍ବିଳନୀ ରେ ସୂଚନା ଦେଇଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
