December 14, 2024
Home » ଆଇ.ଏମ. ଟି. ଫାର୍ମାସୀ କଲେଜ ଆନୁକୁଲ୍ୟରେ ଜାତୀୟ ଫାର୍ମାସୀ ସପ୍ତାହ ୨୦୨୪ ପାଳିତ

ଆଇ.ଏମ. ଟି. ଫାର୍ମାସୀ କଲେଜ ଆନୁକୁଲ୍ୟରେ ଜାତୀୟ ଫାର୍ମାସୀ ସପ୍ତାହ ୨୦୨୪ ପାଳିତ

0

ପୁରୀ ଗୋପାଳପୁର ସ୍ଥିତ ଆଇ.ଏମ.ଟି.ଫାର୍ମାସୀ କଲେଜ ଆନୁକୁଲ୍ୟରେ ୬୩ତମ ଜାତୀୟ ଫାର୍ମାସୀ ସପ୍ତାହ ୨୦୨୪, ଅନେକ ଉତ୍ସାହ ଓ ଉଦ୍ଦିପନା ସହ ପାଳିତ ହୋଇ ଯାଇଛି ।ଏହି କାର୍ଯ୍ୟକ୍ରମ ସମୁହ ଚଳିତ ମାସ ତା.୨୦ଠାରୁ ୨୬ ରିଖ ପର୍ଯ୍ୟନ୍ତ,ଏକ ସପ୍ତାହ ଧରି ପାଳନ କରାଯାଇଛି । ଚଳିତ ବର୍ଷ “ସ୍ୱାସ୍ଥ୍ୟ ବିଷୟରେ ଭାବ,ଭେଷଜ ବିଜ୍ଞାନ (ଫାର୍ମାସୀ)ବିଷୟରେ ଭାବ” ଶୀର୍ଷକକୁ ଜାତୀୟ ଫାର୍ମାସୀ ସପ୍ତାହ ୨୦୨୪ପାଇଁ ବିଷୟବସ୍ତୁ ଭାବରେ ନିଆଯାଇଅଛି । ଏହି ସପ୍ତାହ ବ୍ୟାପୀ ପାଳିତ କାର୍ଯ୍ୟକ୍ରମକୁ ପ୍ରଥମ ଦିନ,ତା୨୦ରିଖ, ସୋମବାର ପୂର୍ବାହ୍ନରେ ପୁରୀ ଜିଲ୍ଲାର ଭେଷଜ ନିରୀକ୍ଷକ (ଡ୍ରଗ ଇନିସପେକ୍ଟର) ଶ୍ରୀ ଅଞ୍ଜନ କୁମାର ସାହୁ ଉଦ୍ଘାଟନ କରିଥିଲେ । ମୁଖ୍ୟଅତିଥି ଭାବେ ଶ୍ରୀ ସାହୁଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଫାର୍ମାସୀ ଶିକ୍ଷା, ବୃତ୍ତିଗତ ଦାଇତ୍ଵ ଓ ସାମାଜିକ ପ୍ରତିବଦ୍ଧତା ସମ୍ବନ୍ଧରେ ଅଭିଭାଷଣ ଦେଇଥିଲେ ।କଲେଜର ନିର୍ଦ୍ଦେଶକ ପ୍ରଫେସର୍ଡ଼. ଅନ୍ନଦା ପ୍ରସାଦ ମହାପାତ୍ର ପିଲାମାନଙ୍କୁ ଫାର୍ମାସୀ ବୃତ୍ତିର ଉତ୍କର୍ଷ ମାର୍ଗ ବିଷୟରେ ବକ୍ତବ୍ୟ ଦେଇଥିଲେ ।ଅନ୍ୟତମନିର୍ଦ୍ଦେଶକପ୍ରଫେସର୍ଡ.ପ୍ରକାଶ ଚନ୍ଦ୍ର ସେନାପତି ଉଦ୍ଘାଟନୀ ଭାଷଣରେ ବିଶ୍ୱରେ ଭାରତୀୟ ଫାର୍ମାସୀ ଉଦ୍ୟୋଗର ବୃହତ୍ତମ ଅବଦାନ ବିଷୟରେ କହିଥିଲେ।କଲେଜର ଅଧ୍ୟକ୍ଷ ପ୍ରଫେସର୍ ଡ. ଅଗ୍ନୀମିତ୍ର ଦିଣ୍ଡା ଫାର୍ମାସୀ ବୃତ୍ତିର ଇତିହାସ ଓ କ୍ରମବିକାଶ ସମ୍ମୀଳିତ ଚିତ୍ରାବଳିର ଉପସ୍ଥାପନା କରିଥିଲେ । ପ୍ରଥମ ଦିନର ଏହି ସଭାକୁ ଅଧ୍ୟାପିକା ଜ୍ୟୋତିର୍ମୟୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

ଜାତୀୟ ଫାର୍ମାସୀ ସପ୍ତାହ ପାଳନର ଦ୍ୱୀତିୟଦିବସ, ମଂଗଳବାରରେ ଆଇ.ଏମ.ଟି. ଫାର୍ମାସୀ କଲେଜଛାତ୍ରଛାତ୍ରୀ ମାନେ “ଭେଷଜ ବିଜ୍ଞାନ କ୍ଷେତ୍ରରେ,ନିୟଂତ୍ରଣ ପ୍ରତିଷ୍ଠାନ ମାନଂକ ଭୂମିକା” ଶୀର୍ଷକବକ୍ତ୍ରୁତା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।ଉକ୍ତ ପ୍ରତିଯୋଗିତାରେ ସ୍ନାତକ ପ୍ରଥମ ବର୍ଷର ଛାତ୍ରି ପ୍ରତିଶ୍ରୁତୀ ବିଶ୍ୱାଳ, ଶେଷ ବର୍ଷର ଛାତ୍ରି ଗାୟତ୍ରୀ ପଟ୍ଟନାୟକ, ଡିପ୍ଲୋମା ଛାତ୍ର ବିଶ୍ୱରଂଜନ ବେହେରା ଯଥାକ୍ରମେ ପ୍ରଥମ,ଦ୍ୱୀତିୟ ଓ ତୃତୀୟ ସ୍ଥାନ ଅଧିଗ୍ରହଣ କରିଥିଲେ। ସେହିପରି ଫାର୍ମାସୀ ସପ୍ତାହ ପାଳନର ତୃତୀୟ ଦିବସରେ କଲେଜ ପ୍ରେକ୍ଷାଳୟ ଠାରେ ଏକ ଦଳଗତ କୁଇଜ୍ ପ୍ରତିଯୋଗିତାଆୟୋଜିତ ହୋଇଥିଲା । ଏହି ପ୍ରତିଯୋଗିତାରେ ପ୍ରଥମ ଓ ଦ୍ୱୀତିୟ ସ୍ଥାନ ଅଧିକାର କରିଥିବା ଦୁଇଟି ଦଳକୁ ବିଜେତା ଘୋଷଣା କରାଯାଏଇଥିଲା।ପରବର୍ତ୍ତୀ ଦିବସ ଗୁରୁବାର ପୂର୍ବାହ୍ନରେଆଇ.ଏମ.ଟି. ଫାର୍ମାସୀ କଲେଜରଛାତ୍ରଛାତ୍ରୀ ମାନେ ଏକସ୍ୱାସ୍ଥ୍ୟ ସଚେତନତା ଯତ୍ରା ନିକଟସ୍ଥ ବାଲିଗୁଆଳି ଗ୍ରାମ ଠାରେ ଆୟୋଜନ କରିଥିଲେ ।

ଉକ୍ତ ପଦଯାତ୍ରା ମାଧ୍ୟମରେ ସ୍ୱସ୍ଥ୍ୟ ରକ୍ଷଣ,ବିଧି ସହିତ ଔଷଧ ସେବନ,ରୋଗକୁ ଜାଣ ରୋଗକୁ ଜିଣଆଦି ବର୍ତ୍ତାକୁ ସ୍ଲୋଗାନ ଓ ପ୍ରଚାରପତ୍ର ଦ୍ୱାରା ଗ୍ରାମବାସୀ ମାନଂକ ମଧ୍ୟରେ ପ୍ରସାର କରିଥିଲେ।ପରବର୍ତ୍ତୀ ଦିବସ ଶୁକ୍ରବାରପୂର୍ବାହ୍ନରେ,ଛାତ୍ରଛାତ୍ରୀ ମାନେପୁରୀ ସହରରେ ଥିବା ଗାନ୍ଧୀ ଉଦ୍ୟାନ ରେ ପହଂଚି, ଉପସ୍ଥିତ ଥିବା ବୟସ୍କ ଓ ବରିଷ୍ଠ ନାଗରିକ ମାନଂକ ମଧ୍ୟରେ ସଠିକ ଔଷଧ ବ୍ୟବହାର ଓ ସ୍ୱାସ୍ଥ୍ୟ ସମ୍ବନ୍ଧରେ ସଚେତନତା ବାର୍ତ୍ତା ବାଣ୍ଟିଥିଲେ ।ଫାର୍ମାସୀ ସପ୍ତାହ ପାଳନର ଷଷ୍ଠ ଦିବସରେ, କଲେଜର ଅଧ୍ୟାପକ ଓ ଛାତ୍ରମାନଂକର ଏକ ଦଳ ସଚେତନତା ବାର୍ତ୍ତା ସହ ଭେଟିଥିଲେ, ପୁରୀର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ଂକୁ ।

ସପ୍ତାହ ବ୍ୟାପି ଚାଲିଥିବା ୬୩ତମ ଜାତୀୟ ଫାର୍ମାସୀ ସପ୍ତାହ କାର୍ଯ୍ୟକ୍ରମର ଉଦ୍ଯାପନକଲେଜ ପ୍ରେକ୍ଷାଳୟ ଠାରେ ତା୨୬ ରିଖ,ମଂଗଳବାର ଅପରାହ୍ନରେହୋଇଯାଇଛି । ଏହି ସମାପନ ସଭାରେ କଲେଜର ପ୍ରଶାସନିକ ନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ରଥ କୃତ୍ତି ଛାତ୍ରଛାତ୍ରୀ ମାନଂକୁ ମାନପତ୍ର ଓ ଉପଢୌକନ ସହିତ ପୁରସ୍କୃତ କରିଥିଲେ । ଉକ୍ତ ଅବସରରେ ଶ୍ରୀ ରଥ ପିଲାମାନଂକୁ ଫାର୍ମାସୀ ଶିକ୍ଷା ଓ ବୃତ୍ତିରେ ଉଚ୍ଚମାନ ତଥା ଉତ୍କର୍ଷ ପ୍ରତିପାଦନ କରିବା ପାଇଁ ଅନୁପ୍ରାଣିତ କରିଥିଲେ ।ଏହି ସଭାରେ ଉପସ୍ଥିତ ଥିଲେନିର୍ଦ୍ଦେଶକ ପ୍ରଫେସର୍ ଡ଼. ଅନ୍ନଦା ପ୍ରସାଦ ମହାପାତ୍ର,ପ୍ରଫେସର୍ ଡ. ପ୍ରକାଶଚନ୍ଦ୍ର ସେନାପତି, ଅଧ୍ୟକ୍ଷ ପ୍ରଫେସର୍ ଡ. ଅଗ୍ନୀମିତ୍ର ଦିଣ୍ଡା,ଉପାଧ୍ୟକ୍ଷ ଶ୍ରୀ ଦେବାଶିଷ ମିଶ୍ର, ପ୍ରାଧ୍ୟାପକ ଶ୍ରୀ ସମୀର କୁମାର ପାତ୍ର, ଶ୍ରୀମତୀ ଅଳକା କର,ଶ୍ରୀସାରଦା ପ୍ରସାଦ ଷଢଂଗି,ପ୍ରମୁଖ I

ଏହିଜାତୀୟ ଫାର୍ମାସୀ ସପ୍ତାହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେପ୍ରାଧ୍ୟାପକ ଶ୍ରୀ ଦେବଦତ୍ତ ସାହୁ, ଶ୍ରୀ ଦେବଶିଷ ଦାସ, ଶ୍ରୀ ଜଗନ୍ନାଥ ପ୍ରସାଦ ମିଶ୍ର,ଶ୍ରୀ ସ୍ନେହାଶିଷ ତ୍ରିପାଠୀ,ଅଧ୍ୟାପିକାଜ୍ୟୋତିର୍ମୟୀ ଦାଶ, ସହାୟକ ଆଦିତ୍ୟ ପ୍ରଧାନ୍, ନିର୍ଂଜନ ନାୟକ ପ୍ରମୁଖ I

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *