August 20, 2026
Home » ଆଦର୍ଶ ପ୍ରଧାନ ଶିକ୍ଷକଙ୍କୁ ଉଚ୍ଛର୍ଷିତ ଭାବ ବିହ୍ବଳ ଅବସରକାଳୀନ ସମ୍ବର୍ଦ୍ଧନା

ଆଦର୍ଶ ପ୍ରଧାନ ଶିକ୍ଷକଙ୍କୁ ଉଚ୍ଛର୍ଷିତ ଭାବ ବିହ୍ବଳ ଅବସରକାଳୀନ ସମ୍ବର୍ଦ୍ଧନା

0
WhatsApp Image 2026-07-06 at 5.35.02 PM

 ପୋଲସରା ବ୍ଲକ କଳମ୍ୱ ଗ୍ରାମ ପଞ୍ଚାୟତ ସ୍ଥିତ ଶିକ୍ଷା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ସ୍ୱାଭିମାନ ଏବଂ ପରିଚୟ ବଜାୟ ରଖିଥିବା ପୁରୁଷୋତ୍ତମ ଉଚ୍ଚ ବିଦ୍ୟାଳୟ କଳମ୍ୱ ଠାରେ ଏକ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଗୌରୀ ସେଠୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନୁଷ୍ଠାନର ସର୍ବପ୍ରଥମ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ରଥ ମୁଖ୍ୟ ଅତିଥି ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଭାକର ପ୍ରଧାନ ମୁଖ୍ୟବକ୍ତା ଏବଂ ଅନୁଷ୍ଠାନର ପ୍ରତିଷ୍ଠାତା ସ୍ୱର୍ଗତ କୈଳାଶ ଚନ୍ଦ୍ର ନାୟକଙ୍କ ପରିବାରବର୍ଗଙ୍କ ସମେତ ସ୍ଥାନୀୟ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅମିତାଭ ମିଶ୍ର, ସମାଜସେବୀ ସୁଶୀତ କୁମାର ସାହୁ, ସମିତି ସଭ୍ୟ ପ୍ରସାଦ କୁମାର ସାହୁ, ଶିକ୍ଷାବିତ୍ କୁମୁଦ ଚନ୍ଦ୍ର ଦଳେଇ, ଉପେନ୍ଦ୍ର କୁମାର ସାହୁ ଏବଂ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିବୃନ୍ଦ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ବେଦ ମନ୍ତ୍ରୋଚାରଣ ମଧ୍ୟରେ ମୁଖ୍ୟଅତିଥି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭ ଉଦ୍‌ଘାଟନ କରିଥିବା ବେଳେ ଅନ୍ୟ ଅତିଥିମାନେ ସହଯୋଗ କରିଥିଲେ।

ଏହା ପୂର୍ବରୁ ପରିସର ସ୍ଥିତ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତୀରେ ମଞ୍ଚାସିନ ଅତିଥିବୃନ୍ଦଙ୍କ ଦ୍ୱାରା ଭକ୍ତିପୂତ ଭାବେ ପୁଷ୍ପମାଲ୍ୟାର୍ପଣ ଏବଂ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ଏହି ଅବସରରେ ଦୀର୍ଘ ୩୯ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଏହି ଅନୁଷ୍ଠାନର ଶିକ୍ଷାଦାନ କ୍ଷେତ୍ରରେ ନିଜର ସେବାଦାନ କରି ଗତ ଜୁନ୍ ୩୦ ତାରିଖ ମଙ୍ଗଳବାର ଦିନ ଅବସର ନେଇଥିବା ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ପ୍ରଧାନଙ୍କ ଆଦର୍ଶ ପ୍ରେରଣାଦାୟୀ କର୍ମମୟ ଜୀବନ ଉପରେ ସମସ୍ତ ମଞ୍ଚାସୀନ ଅତିଥିବୃନ୍ଦଙ୍କ ସମେତ ଉପସ୍ଥିତ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀମାନେ ନିଜ ନିଜର ବକ୍ତବ୍ୟ ଜରିଆରେ ଆଲୋକପାତ କରିବା ସହିତ ଭୂରି ଭୂରି ପ୍ରଶଂସା କରିବା ସହ ତାଙ୍କର ଅବସର ପରବର୍ତ୍ତୀ ଜୀବନ ଆନନ୍ଦ ଓ ନିରାମୟରେ ଅତିବାହିତ ହେବାପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ପରେ ସେବାନିବୃତ୍ତ ପ୍ରଧାନ ଶିକ୍ଷକଙ୍କୁ ଅନୁଷ୍ଠାନ ତରଫରୁ ପାରମ୍ପାରିକ ଉତ୍ତରୀୟ, ପୁଷ୍ପଗୁଚ୍ଛ ସହିତ ମାନପତ୍ର ପ୍ରଦାନ ପୂର୍ବକ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ଉପସ୍ଥିତ ଅନ୍ୟ ଶିକ୍ଷା ଅନୁଷ୍ଠାନ, ବ୍ୟକ୍ତିବିଶେଷ, ପୁରାତନ ଛାତ୍ରଛାତ୍ରୀମାନେ ମଧ୍ୟ ବିଭିନ୍ନ ପୁରସ୍କାର ପ୍ରଦାନ କରି ଆଶୀର୍ବାଦ ଗ୍ରହଣ କରିଥିବାର ଏକ ଭାବ ବିହ୍ବଳ ପରିବେଶ ସୃଷ୍ଟି କରିଥିବାର ଦେଖିବାକୁ ମିଳିଥିଲା। ସମ୍ବର୍ଦ୍ଧିତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଧାନ ନିଜର କୋହଭରା ବାଷ୍ପରୁଦ୍ଧ କଣ୍ଠରେ ତାଙ୍କର ନିଜର କର୍ମମୟ ଜୀବନ ମଧ୍ୟରେ ସମସ୍ତଙ୍କ ଠାରୁ ମିଳିଥିବା ଅଜସ୍ର ଶ୍ରଦ୍ଧା, ସହଯୋଗ ପାଇଁ ନିଜର ଅନ୍ତରର ଗଭୀରତମ ପ୍ରଦେଶରୁ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଏବଂ କୃତଜ୍ଞତା ଜଣାଇବା ସହ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ନିଜର ପିତା, ମାତା ଓ ଗୁରୁମାନଙ୍କର କଥା ମାନି, ସମୟକୁ ପାଥେୟ କରି କଠୋର ପରିଶ୍ରମ କରି ଭଲ ପାଠ ପଢି ସମାଜରେ ଭଲ ଚରିତ୍ରବାନ୍ ମଣିଷ ହେବାକୁ ପରାମର୍ଶ ଦେଇଥିଲେ ଏବଂ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ପବିତ୍ର ହୃଦୟରେ ନିଷ୍ଠାର ସହକାରେ ଶିକ୍ଷାଦାନ କରି ନିଜ ନିଜର କର୍ତ୍ତବ୍ୟ ପାଳନ କରିବାକୁ ଅନୁରୋଧ
କରିଥିଲେ।

ପ୍ରାରମ୍ଭରେ ଅତିଥି ସ୍ୱାଗତ ଏବଂ ପରିଚୟ ପ୍ରଦାନ ସହିତ ମଞ୍ଚ ପରିଚାଳନା ଶିକ୍ଷକ କୁଳମଣି ସାହୁ କରିଥିବାବେଳେ ତାଙ୍କୁ ନିକୁଞ୍ଜ କୁମାର ସାହୁ ସହଯୋଗ କରିଥିଲେ। ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ମହୋଦୟା ବିଦ୍ୟାଳୟ ପକ୍ଷରୁ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ। ତେବେ ସବୁଠାରୁ ଉଲ୍ଲେଖନୀୟ ଏବଂ ଚର୍ଚ୍ଚିତ ଦୃଶ୍ୟ ଦେଖିବାକୁ ମିଳିଥିଲା। ନିଜର ଅତି ପ୍ରିୟ ଅବସରକାଳୀନ ବିଦାୟୀ ପ୍ରଧାନ ଶିକ୍ଷକଙ୍କୁ ଉପସ୍ଥିତ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ମଣ୍ଡଳୀ, ଅତିଥିବୃନ୍ଦ ଓ ଗ୍ରାମବାସୀମାନେ ଶ୍ରଦ୍ଧାସୁମନ ମିଳିତଭାବେ ତାଙ୍କର ନିଜର ଗ୍ରାମ ଏ. ଗୁଣ୍ଠପଡା ନେଇ ତାଙ୍କ ବାସଭବନରେ ସସମ୍ମାନେ ଛାଡ଼ି ଆସିବାଟା ଅନ୍ୟମାନଙ୍କ ପାଇଁ ଏକ ଜ୍ୱଳନ୍ତ ଉଦାହରଣ ହୋଇଛି।ଏହି ପ୍ରେରଣାଦାୟୀ ଓ ଶିକ୍ଷାପ୍ରଦ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ନୀଳକାନ୍ତ ଦାସ, ପ୍ରଭାକର ପଲେଇ, ମନୋଜ କୁମାର ସାହୁ, ପ୍ରିୟରଂଜନ ଜାଲି ଓ ଶିକ୍ଷୟିତ୍ରୀ ରିତାଞ୍ଜଳୀ ସାହୁ, ଲିନା ନାୟକ, ଦିପାଞ୍ଜଳୀ ସେଠୀ, କିରାଣୀ ଅଙ୍କିତା କୁମାରୀ ବେହେରା ଓ ପିଅନ ନିବେଦିତ ସାହୁ ସମସ୍ତେ ଉପସ୍ଥିତ ରହି ସହଯୋଗ କରିଥିଲେ ।

hrusikesh nayak nka report

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed