December 14, 2024
Home » ଆନ୍ତର୍ଜାତିକ କନ୍ୟା ସନ୍ତାନ ଦିବସ ୨୦୨୪ ଅବସରରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ l

ଆନ୍ତର୍ଜାତିକ କନ୍ୟା ସନ୍ତାନ ଦିବସ ୨୦୨୪ ଅବସରରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ l

0

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ୱାରା ଆୟୋଜିତ ଆନ୍ତର୍ଜାତିକ କନ୍ୟା ସନ୍ତାନ ଦିବସ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ମୁଖ୍ୟ ଅତିଥି କେକ୍ କାଟି ବାଳିକା ମାନଙ୍କୁ ଖୁଆଇଥିଲେ ।ବାଳିକାମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉତ୍ତରୋତ୍ତର ମଙ୍ଗଳ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ଜିଲ୍ଲା ନ୍ୟାୟାଳୟ ଆଇନ୍ ସହାୟତା କେନ୍ଦ୍ର ସମ୍ପାଦିକା କୁମୁଦିନୀ ମୁଦୁଲି , ଡି. ଏସ୍. ପି ଏଚ୍. ଆର୍ ପି ସି ପ୍ରତାପ ରଣା,ADPHO ଭି . ଭି. ଡି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ,କାର୍ଯ୍ୟକ୍ରମ ଅଧିକାରୀ ଅନିତା ଗୁରୁ ପ୍ରମୁଖ ଯୋଗଦେଇ ଶିଶୁକନ୍ୟା ମାନଙ୍କର ସୁରକ୍ଷା ,ଆତ୍ମରକ୍ଷା, ଶିକ୍ଷା ଓ ପାରଦର୍ଶିତା ଉପରେ ମତାମତ ରଖିଥିଲେ । ବାଲ୍ୟବିବାହ ପରାମର୍ଶ ଦାତା ଅକ୍ଷୟ କୁମାର ସିଂ ଜୀବନ କୌଶଳ ଏବଂ ଆଶିଷ ଅଗ୍ରୱାଲ ସାଇବର କ୍ରାଇମ୍ ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମରେ ଏନ୍ .ସି. ସି ବିଭାଗ ,ବାଳିକା ଉଚ୍ଚ ବିଦ୍ୟାଳୟ , ମହିଳା ମହାବିଦ୍ୟାଳୟ,ପଦ୍ମିନୀ କଲେଜ୍, ଅଦ୍ୱିକା ବାଳିକା ସୋନପୁର ଆଦିର ୨୩୦ ବାଳିକା ଅଂଶଗ୍ରହଣ କରିଥିଲେ।
ଏହି ଅବସରରେ ବିଶେଷ ପାରଦର୍ଶିତା ଲାଭକରିଥିବା ଯଥା ଅସୁରମୁଣ୍ଡାର ତିଳୋତ୍ତମା ସାହୁ ଆର୍ଟ ଓ ପେଣ୍ଟିଂ ପାଇଁ, ଫେସନ୍ ସୋ ପାଇଁ ଅଂଶିକା ମିଶ୍ର ,ବାଲ୍ୟବିବାହ ସଚେତନତା ପାଇଁ ପଦ୍ମିନୀ ବେହେରା ଏବଂ କୀର୍ତ୍ତନ ଗାୟିକା କୁନି କଳାକାର ଶୁଭଶ୍ରୀ ସାଣ୍ଢଙ୍କୁ ପ୍ରଂଶସା ପତ୍ର ଓ ଫଳକ ଦେଇ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା। ସେହିପରି ସୁକନ୍ୟା ସମୃଦ୍ଧି ଯୋଜନା ରେ ଦୁଇ ଜଣକୁ ୨୦୦୦/- ଟଙ୍କା ର ଚେକ୍ ଓ ବୈଷୟିକ ଶିକ୍ଷା ପାଇଁ ଯୋଶଡା ଯୋଜନା ରେ ଦୁଇ ଜଣ ବାଳିକାଙ୍କୁ ୧୦୦୦୦/- ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ସଭା ସଂଯୋଜନା କରିଥିଲେ । ଉତ୍କଳ ବଳାଶ୍ରମ ର ଶିଶୁ ମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଥବିର କାଲସେ, ସ୍ୱାଗତରାଜ ମିଶ୍ର,ରୁଦ୍ର ପ୍ରସନ୍ନ ମିଶ୍ର,ପ୍ରଶାନ୍ତ ମହାକୁଡ ,କେଶବ ଚନ୍ଦ୍ର ମେହେର,ଅନିଲ ମହଲା,ସରିତା ସୁନା ,ସୁଧୀର ଦାସ, ଧର୍ମେନ୍ଦ୍ର ଦାସ ଆଦି ସହଯୋଗ କରିଥିଲେ ।

ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *