January 25, 2025
Home » ଆନ୍ତର୍ଜାତୀୟ ମହିଳା କାବ୍ୟ ମଞ୍ଚ ସୁବର୍ଣ୍ଣପୁର ଶାଖା ର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆନ୍ତର୍ଜାତୀୟ ମହିଳା କାବ୍ୟ ମଞ୍ଚ ସୁବର୍ଣ୍ଣପୁର ଶାଖା ର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

0

ଆନ୍ତର୍ଜାତୀୟ ମହିଳା କାବ୍ୟ ମଞ୍ଚ ସୁବର୍ଣ୍ଣପୁର ଶାଖା ରେ ଆଭାସି ମାଧ୍ୟମ ରେ ପାଳିତ ହୋଇ ଯାଇଛି ନୂଆଖାଇ ଜୁହାର ଭେଟଘାଟ କାର୍ଯ୍ୟକ୍ରମ ଓ ଦ୍ବାଦଶ ତମ ବହୁଭାଷୀ କବିତା ଆସର ।ଏହି ସାରସ୍ୱତ ସମାରୋହ ରେ ବିଭିନ୍ନ ଜିଲ୍ଲା ରୁ କବି କବୟିତ୍ରୀ ଯୋଗ ଦେଇ ସ୍ବରଚିତ କବିତା ପାଠ କରିବା ସହିତ ନୂଆଖାଇ ଜୁହାର ଭେଟ ହୋଇଥିଲେ।ଏହି ଆସର ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଷ୍ଟ୍ରୀୟ ମହିଳା କାବ୍ୟ ମଞ୍ଚ ର ମହାସଚିବ ତଥା ଓଡ଼ିଶା ମହିଳା କାବ୍ୟ ମଞ୍ଚ ର ଅଧ୍ୟକ୍ଷା ଡ଼କ୍ଟର କମଳ ପ୍ରଭା କପାନି ଓ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ ବରଗଡ଼ ଜିଲ୍ଲା ସ୍ଵୟଂପ୍ରଭା ସାହିତ୍ୟ ସଂସଦ ର ସମ୍ପାଦିକା କବି କମଳିନୀ ଦେବୀ । ପରସ୍ପର ମଧ୍ୟ ରେ ଭାଇ ଚାରା ର ପର୍ବ ନୂଆଖାଇ ଓ ମା ମାଟିକୁ ପୂଜା କରି କୃଷକ କୁ ସମ୍ମାନ ଦେବା ସହିତ ଗୃହଲକ୍ଷ୍ମୀ ନାରୀ କୁ ପ୍ରାଧାନ୍ୟ ଦେବା ଥିଲା ଆଜିର କବିତା ଆସର ର ବିଶେଷ ବିଶେଷତ୍ଵ। ଏହି ବିଷୟ ରେ ମୁଖ୍ୟ ଅତିଥି କମଳ ପ୍ରଭା ମହୋଦୟା ଓ ସମ୍ମାନୀତ ଅତିଥି କମଳିନୀ ଦେବୀ ସମ୍ୟକ୍ ବର୍ଣ୍ଣନା କରିଥିଲେ।ପ୍ରାୟ ତିରିଶ ଜଣ ରୁ ଉର୍ଦ୍ଧ୍ଵ ସାରସ୍ୱତ ସ୍ରଷ୍ଟା ଏହି ଉତ୍ସବ ରେ ଯୋଗ ଦେଇ କାର୍ଯ୍ୟକ୍ରମ ଟିକୁ ସଫଳ କରିଥିଲେ l ଏହି ଅବସରରେ ସଭା ପ୍ରାରମ୍ଭ ରେ ସ୍ଵାଗତ ସଙ୍ଗୀତ ଗାୟନ କରିଥିଲେ କବି ସସ୍ମିତା ମଙ୍ଗରାଜ ଓ କବିତା ଗୁଡ଼ିକୁ ସୁନ୍ଦର୍ ଶବ୍ଦ ରେ ମଧୁର ସଂଯୋଜନା କରିଥିଲେ ସହ ଉପଦେଷ୍ଟା ଅଧ୍ୟାପିକା କବି ବୈଜୟନ୍ତୀ ସାହୁ l ସଭା କାର୍ଯ୍ୟ ପରିଚାଳନା କରିଥିଲେ ମହିଳା କାବ୍ୟ ମଞ୍ଚ ସୁବର୍ଣ୍ଣପୁର ଶାଖା ର ଅଧ୍ୟକ୍ଷା ସ୍ବର୍ଣ୍ଣପ୍ରଭା ମହାପାତ୍ର ଓ ଧନ୍ୟବାଦ୍ ଅର୍ପଣ କରିଥିଲେ ସହ ସଂଯୋଜିକା ସ୍ୱପ୍ନା ଶର୍ମିଷ୍ଠା ମିଶ୍ର l ଶୁନ୍ୟ ସଂଯୋଗ କରିଥିଲେ ଛାତ୍ରୀ ସଂଯୋଜିକା ସୁଶ୍ରୀ ତନ୍ମୟ ବାଲା ମିଶ୍ର l ସମସ୍ତଙ୍କ କବିତା ଗୁଡ଼ିକ ଖୁବ୍ ହୃଦୟ ସ୍ପର୍ଶୀ ଥିଲା l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *