ଆଶ୍ରମ ବିଦ୍ୟାଳୟ ୧ମ ରୁ ୮ ମ ଶ୍ରେଣୀ ପାଇଁ ୨ ଜଣ ଶିକ୍ଷକ ଜିଲ୍ଲାପାଳ ଙ୍କ ଦୃଷ୍ଟି ପଡୁ ??
ଫୁଲବାଣୀ ଇ ପି ଏ _କନ୍ଧମାଳ ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ଭାବେ ରାଜ୍ୟରେ ପ୍ରତିଷ୍ଠିତ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଢ଼ ପଦକ୍ଷେପ ଅନୂସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ଵାରା ଅନ୍ତେବାସୀ ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷା ର ବିକାଶ ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତିି। ଅନ୍ତେବାସୀ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ରହିବା ଠାରୁ ଗାଧୋଇବା ସାମଗ୍ରୀ, ପୋଷାକ, ଖାଦ୍ୟପେୟ, ବିଦ୍ୟୁତ, କମ୍ପୁଟର ଭଳି ନାମିଦାମୀ ସାମଗ୍ରୀ ସହ ପାଠ୍ୟପୁସ୍ତକ ପ୍ରଦାନ ଯୋଗାଇ ଦେଉଥିବା ବେଳେ, ପ୍ରକାଶ ଥାଉ କି ସମସ୍ୟା ହେଉଛି ପାଠପଢ଼ା ରେ ବ୍ୟାଘାତ ସ୍ତୃଷ୍ଟି ହେଉଥିବା ବିଭିନ୍ନ କାରଣ ମଧ୍ୟରେ ଶିକ୍ଷକ, ଶିକ୍ଷୟିତ୍ରୀ ଅଭାବ ମୂଖ୍ୟ କାରଣ, ଶ୍ରେଣୀ ଗୃହ ଅଭାବ, ଗୋଟିଏ ଶ୍ରେଣୀ ଗୃହ ରେ ୨/୩ ଟି ଶ୍ରେଣୀ ର ଛାତ୍ର ଛାତ୍ରୀ ଗୋଟିଏ ଗୃହ ରେ ପାଠପଢ଼ା ହେଲେ, ଶିକ୍ଷା ଦାନ ରେ ଛାତ୍ର ଛାତ୍ରୀ ଯାହା ଶିକ୍ଷା ଆହରଣ କରୁଥିବେ ମାଁ ଗଙ୍ଗେ ଜାଣନ୍ତୁ। ସରକାର କୋଟି କୋଟି ଟଙ୍କାର ଖର୍ଚ୍ଚ କରି ଚକାଚକ ମହଲା ଉପରେ ମହଲା ବିଶିଷ୍ଟ ଗୃହ (ଅଟ୍ଟାଳିକା) ନିର୍ମାଣ ଚାଲୁଅଛି। ରାଜ୍ୟରେ ଦୀର୍ଘ ବର୍ଷ ଧରି ବି.ଜେ.ଡି ସୁପ୍ରିମୋ ତଥା ପୂର୍ବତନ ପ୍ରିୟ ମୂଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଅମଳରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅନ୍ତେବାସୀ ଛାତ୍ର ଛାତ୍ରୀ ମାନଙ୍କ ମେଷ ସଂକ୍ରାନ୍ତି ସମସ୍ତ କଥାକୁ ବୁଝୁଥିଲେ।

ସେତେବେଳେ ଛାତ୍ରୀ ମାନଙ୍କ ପାଇଁ ଖାଦ୍ୟପେୟ କେମିତି ହେଉଥିଲା, କିନ୍ତୁ ପରିତାପର ବିଷୟ ମୂଖ୍ୟ ମନ୍ତ୍ରୀ ଯାହା ବୁଝିଲେ, ପୂର୍ବ କଥା କୁ ଭୂଲି ଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନେ ପକାଲେ ଭୋଟ ବ୍ୟାଙ୍କ କୁ ଅନ୍ତେବାସୀ ଛାତ୍ର ଛାତ୍ରୀ ମେଷ ସଂକ୍ରାନ୍ତି ଦାୟିତ୍ଵ ଦେଇଦେଲେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ କୁ ହେଲେ ରାଜରାସ୍ତାରେ ଚର୍ଚ୍ଚା ହେଉ ଘରକୁ ଆଳୁ,ପିଆଜ,ପରିବା ନେଇଥିଲେ ଗୋଟେ ଦୁଇଦିନ ରେ ପୁଚୁରା ବାହାରୁଛି।ତେବେ ହଷ୍ଟେଲ ରେ ପରିବା ପୁଚୁରା ହେଉନାହିଁ, କିନ୍ତୁ ଡାଲି ପାଣିଆ ହେଉଛି।ହେଲେ ରାତିରେ ହଷ୍ଟେଲ ଛାତ୍ର ଛାତ୍ରୀ ମାନଙ୍କ ହଠାତ୍ ଦେହ ଖରାପ ହେଲେ ରାତିରେ ଡାକ୍ତରଖାନା କୁ ନେଉଛି କିଏ ଉଣା ଅଧିକା ହେଲେ ପ୍ରଧାନ ଶିକ୍ଷକଙ୍କ ଦାୟି, କନ୍ଧମାଳ ଜିଲ୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀ, ବାଲିଗୁଡା,ଘୁଉଦୟଗିରି ବିଧାୟକଙ୍କ ବାର୍ଷିକ ଉତ୍ସବ ପାଳନ ଅବସରରେ ବିଧାୟକ ମାନଙ୍କ ଯୋଗଦାନ, ପ୍ରଧାନ ଶିକ୍ଷକଙ୍କ ହଷ୍ଟେଲ ରେ ରାତ୍ରୀଯାପନ ପାଇଁ ପିଅନ ଦାୟି, ପ୍ରଧାନଶିକ୍ଷକ ଘରେ ଶୋଇଛନ୍ତି, ବିଦ୍ୟାଳୟର ପ୍ରଧାନଶିକ୍ଷକ ଦାୟିତ୍ୱ ରେ ଥିବା ପ୍ରଧାନଶିକ୍ଷକ ଙ୍କୁ ସକାଳେ, ସନ୍ଧ୍ୟା ବେଳକୁ ରାତି ରେ ନିଜ ଘରେ ରହି ଦିବା ଆସିବା କରୁଥିବା କଥା ବ୍ଲକ ମଙ୍ଗଳ ଅଧିକାରୀ ଙ୍କ ଠାରୁ ଜିଲ୍ଲା ମଙ୍ଗଳ ଅଧିକାରୀ ଭଲଭାବରେ ଜାଣିଛନ୍ତି,ପରଦା ଆଢୁଆଳରେ ରାଧେ ରାଧେ ନୀତି ଅବଲମ୍ବନ କରୁଥିଲେ କିଏ କହିପାରିବ ଜଣେ ଶିକ୍ଷକଙ୍କ ଆଉ ପ୍ରାୟ ଦୁଇ ବର୍ଷ ମଧ୍ୟରେ ଚାକିରି ରୁ ଅବସର ନେବେ ତାଙ୍କର ଅଦିନିଆ ବଦନୀ,ଯେପରି ଇସ୍କନ ସଂସ୍ଥା ଭଳି ଅଦିନିଆ ରଥଯାତ୍ରାକୁ କୁ ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ମନରେ ଘୃଣା,ଶିକ୍ଷକ ଜଣକ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦ ଭୁଷଣ ଙ୍କ ନିକଟରେ ନିଜର ପାରିବାରିକ ସମସ୍ୟା ନିଜର ଶରୀର ସମସ୍ୟା ନେଇ ବଦଳି ବାତିଲ ପାଇଁ ଗୁହାରୀ ଜଣାଇଥିଲେ ହେଲେ ଜିଲ୍ଲାପାଳ ଦୁଃଖ ପ୍ରକାଶ କରିବା ସହ ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କୁ ନିର୍ଦ୍ଦେଶ ପାଣିରେ ଗାର, ତେବେ ହଷ୍ଟେଲ ରେ ରହୁଥିବା ଛାତ୍ର ଛାତ୍ରୀ କେତେ ସୁରକ୍ଷିତ। ବାଲିଗୁଡା ସବଡିଭିଜନ ଅଧିନସ୍ଥ କ ନୂଆଗାଁ ବ୍ଳକ ଗଟାମାହା ଆଶ୍ରମ ବିଦ୍ୟାଳୟ ରେ ଗ୍ରୀଷ୍ମ ଋତୁରେ ଛୁଟି ପରେ ଆଜକୁ ଦୁଇ ମାସରୁ ଉର୍ଦ୍ଧ ହେବ ଆଶ୍ରମ ବିଦ୍ୟାଳୟ ରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟତଃ ୧୨୬ ଛାତ୍ର ଛାତ୍ରୀ ମାତ୍ର ଦୁଇ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅନ୍ତେବାସୀ ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷା ର ବିକାଶ ଦିଗରେ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦ ଭୁଷଣ ଙ୍କ ଦୃଷ୍ଟି ଆକର୍ଷଣ ପାଇଁ ସାଧାରଣ ରେ ଦୃଢ଼ ଦାବି ହେଉଛି।
ଇ ପି ଏ ରୁ କନ୍ଧମାଳ ଜିଲ୍ଲାପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ
