ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତି ପ୍ରଭାତୀ ପରିଡାଙ୍କ କଳାହାଣ୍ଡି ଗ୍ରସ୍ତ
ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ବିଳନୀ।
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ହସ୍ପିଟାଲ ଠାରେ କଳାହାଣ୍ଡି,ମାଲକାନଗିରି,ନବରଙ୍ଗପୁର, ନୂଆପଡ଼ା ଓ କୋରାପୁଟ ଜିଲ୍ଲା ର ସମସ୍ତ ବ୍ଲକ ଲେବଲ୍ ଫେଡେରେସନ ର ଇସି ସଦସ୍ୟା ମାନଙ୍କୁ ନେଇ ଏକ ଆଞ୍ଚଳିକ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ବିଲନି ଅନୁଷ୍ଠିତ ହୋଇଯାଇଛି।ଅପରାହ୍ନରେ ଗୋଷ୍ଠୀ ସହାୟକ ମାନଙ୍କୁ ନେଇ ଏକ ବାର୍ତ୍ତାଲାପ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ସରକାର ଙ୍କ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତି ପ୍ରଭାତୀ ପରିଡା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ମାନ୍ୟବର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ , ଜିଲ୍ଳା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ବିକାଶ ପରିଷଦ ର ସଭାପତି ବିଜୟ କୁମାର ଦିଶାରି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସୌମ୍ୟ ରଞ୍ଜନ ପ୍ରଧାନ,ସହକାରୀ ସଚିବ ଶ୍ରୀମତି ନମ୍ରତା ମୋଦୀ, ଜିଲ୍ଲା ମଙ୍ଗଳ ଅଧିକାରୀ ମୂଜିବୁନ ନିଶା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।


ଏହି ଆଞ୍ଚଳିକ ସମ୍ବିଳନୀର ପ୍ରଥମ ପର୍ଯ୍ୟାୟ ରେ ପାଞ୍ଚ ଗୋଟି ଜିଲ୍ଲାର ବି ଏଲ୍ ଏଫ୍ ମାନେ ଯୋଗ ଦାନ କରି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସହ ବାର୍ତ୍ତା ଲାପ କରିଥଲେ। ଦ୍ୱିତୀୟ ପର୍ଯ୍ୟାୟରେ କଳାହାଣ୍ଡି ଜିଲାର ୧୩ ଗୋଟି ବ୍ଲକ ରୁ ଆସିଥିବା ଗୋଷ୍ଠୀ ସହାୟକ ମାନଙ୍କ ସହ ମଧ୍ୟ ଉପ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥଲେ। ଏହି କାର୍ଯ୍ୟକ୍ରମକୁ ଡିପିଏମ୍ ଭୁବନେଶ୍ୱର ବିବେକ ଚନ୍ଦ୍ର ବେହୁରିଆ ପରିଚାଳନା କରିଥିଲେ।କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ସ୍ଵାଗତ ଅଭି ଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସୌମ୍ୟ ରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ବିଏଲଏଫ ଓ ଇସି ସଦସ୍ୟା ମାନେ କିପରି ଗ୍ରାମାଞ୍ଚଳ ସୟଂ ସହାୟକ ଗୋଷ୍ଠୀ ମାନଙ୍କର କିପରି ଅର୍ଥନୈତିକ ବିକାଶ ଜାରି ରଖିବେ ସେନେଇ ଆଲୋଚନା କରିଥଲେ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶ ମୂଳକ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
