ଏକ ଦିବସୀୟ ତାଲିମ ଓ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ l
ସୁବର୍ଣ୍ଣପୁର— ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଏକ ଦିବସୀୟ ତାଲିମ ଓ ଦକ୍ଷତା ବୃଦ୍ଧି କର୍ମଶାଳା ଉଦଘାଟିତ ହୋଇଯାଇଛି l ଉଦଘାଟନୀ ଉତ୍ସବରେ ସୋନପୁର ବିଡ଼ିଓ ସୌମ୍ୟ ରଂଜନ ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କର୍ମଶାଳା ର ଶୁଭାରମ୍ଭ କରିଥିଲେ l ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥାକୁ ନେଇ ଅନୁଷ୍ଟିତ ଏକ ଦିବସୀୟ କାର୍ଯ୍ୟକ୍ରମ ର ପ୍ରଥମ ଦିବସରେ ବ୍ଲକର ବଲାଡି, ଖରୀ, ଛକୋରମାଲ ଏବଂ ନାରାୟଣପୁର ଗ୍ରାମ ପଞ୍ଚାୟତର ସରପଞ୍ଚ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ସିଆରପି,ଏମବିକେ ଏବଂ ଭିଡବ୍ଲୁଏସଏସ ସଦସ୍ୟ ମିଶି ମୋଟ 49 ଜଣ ଯୋଗଦେଇଥିଲେ l କାର୍ଯ୍ୟକ୍ରମକୁ ଏପିଡି (ତାଲିମ) ଶୈବାଳିନୀ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଜିଲ୍ଲା ପ୍ରକଳ୍ପ ପରିଚାଳକ( DPMRGSA) ଜିଲ୍ଲା ପରିଷଦ ଯୋଗାନନ୍ଦ ମେହେର, ଜଳ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ବିକାଶ ତରାଇ, କନିଷ୍ଟ ଯନ୍ତ୍ରୀ ଦିଲ୍ଲୀପ ବେହେରା, ଡ଼ିଏସସି ବଂଶୀଧର ନାଏକ ଏବଂ ତାଲିମ ଦାତା ଶେଷଦେବ ବାରିକ ପ୍ରମୁଖ ଯୋଗଦେଇଥିଲେ l ଏହି ତାଲିମ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ହେବାକୁଥିବାବେଳେ ଏହି ଦୁଇ ଦିନରେ ବ୍ଲକର ଅନ୍ୟ ବାକି ରହିଥିବା ପଞ୍ଚାୟତର କର୍ମକର୍ତ୍ତା ତାଲିମ ଗ୍ରହଣ କରିବେ l ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର