October 3, 2026
Home » ଏକ ସପ୍ତାହ ବ୍ୟାପି “ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ୩୨ ବେଶ, ପ୍ରବଚନ ଓ ଭଜନ କାର୍ଯ୍ୟକ୍ରମ”

ଏକ ସପ୍ତାହ ବ୍ୟାପି “ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ୩୨ ବେଶ, ପ୍ରବଚନ ଓ ଭଜନ କାର୍ଯ୍ୟକ୍ରମ”

0
unnamed
ନୟାଗଡ 🙁 ଇପିଏ ) ନୟାଗଡ ପୁରୁଣା ସହର ମାଆ ଦକ୍ଷିଣକାଳୀ ପଡ଼ିଆରେ ଆଜି ତା ୩.୧୦.୨୦୨୬ ଠାରୁ ତା ୯.୧୦.୨୦୨୬ ପର୍ଯ୍ୟନ୍ତ ସପ୍ତାହ ବ୍ୟାପି, ଶ୍ରୀ ଶ୍ରୀ ଜଗନ୍ନାଥ ସଂସ୍କୃତିର ବ୍ୟାପକ ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ, ଓଡ଼ିଶା ସର୍ଭିସ ଫର ଦି ଦିବ୍ୟାଙ୍ଗ ପିପୁଲ୍ସ ପୁରୀ ଓ ବିଶ୍ୱ ହିନ୍ଦୁ ପରିଷଦ, ନୟାଗଡ ପକ୍ଷରୁ ଜଗତରନାଥ ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ୩୨ ବେଶ, ସ୍ୱାଧ୍ୟାୟ ଓ ଭଜନ କାର୍ଯ୍ୟକ୍ରମ ପ୍ରତିଦିନ ସନ୍ଧ୍ୟା ୬ ଘଟିକା ଠାରୁ ରାତ୍ର ଘ ୯.୩୦ ମିନିଟ୍ ପର୍ଯ୍ୟନ୍ତ ଦର୍ଶନ ଓ ପରିବେଷଣ ହେବ । ତତ୍ ସଙ୍ଗେ ସଙ୍ଗେ ରାତ୍ର ୧୦ ଘଟିକାରେ ମହାପ୍ରଭୁଙ୍କ ବଡ଼ସିଂହାର ଆଳତି ହେବ । ଏଣୁ ବହୁ ସଂଖ୍ୟାରେ ଜିଲ୍ଲାର ଶ୍ରଦ୍ଧାଳୁ ଭକ୍ତ ବୃନ୍ଦ ନିରୁଉଦ୍ଦିଷ୍ଟ ସ୍ଥାନ ଓ ସମୟରେ ଉପସ୍ଥିତ ରହି ବିଭୂ କୃପା ଲାଭ କରି ମନୁଷ୍ୟ ଜୀବନକୁ ସାର୍ଥକ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *