June 14, 2025
Home » ଏନଏସଏସ ଶାଖା ପକ୍ଷରୁ ହର ଘର ତିରଙ୍ଗା ଅଭିଯାନ

ଏନଏସଏସ ଶାଖା ପକ୍ଷରୁ ହର ଘର ତିରଙ୍ଗା ଅଭିଯାନ

0
WhatsApp Image 2024-08-14 at 6.53.05 PM

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଏନଏସଏସ ଶାଖା ପକ୍ଷରୁ ହର ଘର ତିରଙ୍ଗା ଅଭିଯାନରେ ରଙ୍ଗେଇଲୁଣ୍ଡା ପଞ୍ଚାୟତରେ ପାଞ୍ଚଶହ ପତକା ବଣ୍ଟନ।
ହର ଘର ତିରଙ୍ଗା ଅଭିଯାନରେ ଆଜି ବ୍ରହ୍ମପୁର ବିଶ୍ବବଦ୍ୟାଳୟ ଏନଏସଏସ ପକ୍ଷରୁ ରଙ୍ଗେଇଲୁଣ୍ଡା ପଞ୍ଚାୟତର ବିଭିନ୍ନ ଗ୍ରାମରେ ପାଞ୍ଚଶହ ପତକା ବଣ୍ଟାଯାଇଛି। ସାଧାରଣରେ ଜାତୀୟ ପତକା ପ୍ରତି ଶ୍ରଦ୍ଧା ଓ ସମ୍ମାନ ସୃଷ୍ଟି କରିବା ସହ ଦେଶପ୍ରେମର ଭାବନା ଜାଗୃତ କରିବା ପାଇଁ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଏନଏସଏସ ପକ୍ଷରୁ ଏହି ଅଭିଯାନର ଆୟୋଜନ କରାଯାଇଥିଲା।

ଏନଏସଏସର ସ୍ବେଚ୍ଛାସେବୀମାନେ ବିଭିନ୍ନ ସ୍ଲୋଗାନ ଦେଇ କ୍ୟାମ୍ପସ ପରିକ୍ରମା କରିବା ପରେ ନିକଟସ୍ଥ ଗ୍ରାମକୁ ଲୋକଙ୍କୁ ସଚେତନତା କରିବା ସହ ପତକା ବଣ୍ଟନ କରିଥିଲେ। ଏହାସହ ସ୍ବେଚ୍ଛାସେବୀମାନେ ରଙ୍ଗେଇଲୁଣ୍ଡା ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ଯାଇ କୁନିକୁନି ଛାତ୍ରଛାତ୍ରୀଙ୍କୁ ଜାତୀୟ ପତକାର ମହତ୍ବ ସଂପର୍କରେ ବୁଝାଇଥିଲେ। କେନ୍ଦ୍ର ଶିକ୍ଷା ବିଭାଗ ତଥା ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଆଜି ବିଶ୍ବବିଦ୍ୟାଳୟର ବିଭିନ୍ନ ବିଭାଗରେ ଜାତୀୟ ପତକାକୁ ସମ୍ମାନ ଦେବା ତଥା ଦେଶର ବିକାଶ ପାଇଁ ନିଜକୁ ଉତ୍ସର୍ଗ କରିବା ଲାଗି ଏକ ଶପଥ ପାଠ ଅଭିଯାନ ଆୟୋଜନ କରାଯାଇଥିଲା। ଏଥିରେ ପ୍ରତି ବିଭାଗର ଛାତ୍ରଛାତ୍ରୀ ଓ ଅଧ୍ୟାପକ ମାନେ ଭାଗ ନେଇ ଜାତୀୟ ପତକାକୁ ସମ୍ମାନ ଦେବା ସହ ସ୍ବାଧିନତା ଦିବସର ଅବସରରେ ନିଜ ଘରେ ଜାତୀୟ ପତକା ଲଗାଇବା ପାଇଁ ଶପଥ ନେଇଥିଲେ। ଏନଏସଏସ ପକ୍ଷରୁ ଆୟୋଜିତ ହର ଘର ତିରଙ୍ଗା ଅଭିଯାନକୁ ଡକ୍ଟର ଶଂକର୍ଷଣ ମଲିକ ସଂଯୋଜନା କରିଥିବା ବେଳେ ଏଥିରେ ଏନଏସଏସ ବ୍ୟୁରୋ ସଂଯୋଜକ ଡକ୍ଟର ଜୟନ୍ତ କୁମାର ପଣ୍ଡା, ଛାତ୍ର କଲ୍ୟାଣ ନିର୍ଦ୍ଦେଶକ ପ୍ରଫେସର ଗଣେଶ ସେଠୀ, ସୌମ୍ୟଶ୍ରୀ ସାହୁ ପ୍ରମୂଖ ଭାଗ ନେଇ ଛାତ୍ରଛାତ୍ରୀ ତଥା ସ୍ବେଚ୍ଛାସେବୀମାନେ ଉତ୍ସାହିତ କରିଥିଲେ।

Leave a Reply

Your email address will not be published. Required fields are marked *