December 10, 2024
Home » ଓଡ଼ିଆଣୀ ବେଶରେ ଲକ୍ଷାଧିକ ଶ୍ରଦ୍ଧାଳୁ ଶ୍ରୀରାଧାଙ୍କୁ ଦର୍ଶନକଲେ l

ଓଡ଼ିଆଣୀ ବେଶରେ ଲକ୍ଷାଧିକ ଶ୍ରଦ୍ଧାଳୁ ଶ୍ରୀରାଧାଙ୍କୁ ଦର୍ଶନକଲେ l

0

ପବିତ୍ର ଅଁଳା ନବମୀ ଅବସରରେ ସତ୍ୟବାଦୀ ସ୍ଥିତ ସାକ୍ଷୀ ଗୋପୀନାଥ ମନ୍ଦିରରେ ଶ୍ରୀରାଧାଙ୍କ ଦୁଲଭ ଓଡ଼ିଆଣୀ ବେଶ ଓ ପାଦ ଦରସନ ଲକ୍ଷାଧିକ ଶ୍ରଦ୍ଧାଳୁ ଦରସନ କରିଥିଲେ. ରାତି ତିନିଟାରେ ମନ୍ଦିରର ଦୁଆର ଫିଟାହେବାପରେ ମଙ୍ଗଳା ଆଳତୀ ଓ ଅନ୍ୟାନ୍ୟ ଦୈନ ଦିନ ନୀତି ସମ୍ପୂର୍ଣ ହେବା ପରେ ଶ୍ରୀରାଧାଙ୍କୁ ଓଡ଼ିଆଣୀ ବେଶରେ ସାଜିତ କରାଯାଇଥିଲା ଏହାପରେ ସାଧାରଣ ଦରସନ କରାଯାଇଥିଲା l ଶ୍ରଦ୍ଧାଳୁ ଭକ୍ତମାନେ ଶୃଙ୍ଖଳିତ ଭାବେ ବାରିକେଟ ମଧ୍ୟରେ ଲମ୍ବା ଧାଡିରେ ମନ୍ଦିରର ମୁଖ୍ୟ ଦ୍ଵାର ଦେଇ ପ୍ରବେଶ କରି ଶ୍ରୀରାଧାଙ୍କ ପାଦ ଦରସନକରିଥିଲେ l ପ୍ରାୟ ଦୁଇକିଲମିଟର ବ୍ୟାପି ଶ୍ରଦ୍ଧାଳୁ ମାନଙ୍କର ଲମ୍ବା ଧାଡି ଦେଖିବାକୁ ମିଳିଥିଲା l ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା l

ରଫିକ ନିଅନ୍ତ୍ରଣକୁ କଡାକଡି ଭାବେ ଗ୍ରହଣ କରାଯିବାସହ ଦୁଇ ଚକିଆ ଓ ଚାରି ଚକିଆ ଜାନ ପାଇଁ ସ୍ୱତନ୍ତ୍ର ପର୍କିଙ୍ଗ ବ୍ୟବସ୍ଥା କରାଯାଇଥିଲା, ମନ୍ଦିର ସମୁଖ ପରିସର ମଧ୍ୟରେ ଭୋଗ ପସରା ଓ ଫୁଲ ଦୀପ ଆଦି ଦୋକାନ ମାନ ଖୋଲାଯାଇଥିଲା, ସ୍ୱାସ୍ଥ୍ୟ ବିଭାଗ ଓ ସୂଚନା ଲୋକସମ୍ପର୍କ ବିଭାଗ ପକ୍ଷରୁ ଶିବିର ଖୋଲାଯାଇଥିଲା, କେତକ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ବିନା ମୂଲ୍ୟରେ ଖାଦ୍ୟ ଓ ପାଣି ବିତରଣ କରାଯାଉଥିବାର ଦେଖିବାକୁ ମିଳିଥିଲା, ପ୍ରବଳ ଖରାରୁ ରାକ୍ଷପାଇବାପାଇଁ ଦମକଳ ବାହିନୀ ପକ୍ଷରୁ ଜଳ ଛୀଚନ କରାଯାଉଥିଲା, ଶ୍ରୀରାଧାଙ୍କ ପାଦ ଦର୍ଶନ ହଲେ ଅନେକ ପୂନ୍ୟ ମିଳିଥାଏ ବୋଲି ବିଦିତ ଅଛି l

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *