August 21, 2026
Home » ଓଡିଶାର ବିକାଶ ରେ ଆଞ୍ଚଳିକ ଭାଷା ଓ ସଂସ୍କୃତିର ମହତ୍ତ୍ୱ ଶୀର୍ଷକ ଆଲୋଚନା ଚକ୍ର

ଓଡିଶାର ବିକାଶ ରେ ଆଞ୍ଚଳିକ ଭାଷା ଓ ସଂସ୍କୃତିର ମହତ୍ତ୍ୱ ଶୀର୍ଷକ ଆଲୋଚନା ଚକ୍ର

0
WhatsApp Image 2025-08-22 at 5.53.55 PM

ସୁବର୍ଣ୍ଣପୁର:ଚଳିତ ମାସ 25 ତାରିଖ ସନ୍ଧ୍ୟା 6 ଘଣ୍ଟା ସମୟ ରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ରେ ” ଓଡିଶା ର ବିକାଶ ରେ ଆଞ୍ଚଳିକ ଭାଷା ଓ ସଂସ୍କୃତି ର ମହତ୍ତ୍ୱ ” ଶୀର୍ଷକ ଏକ ଆଲୋଚନା ଚକ୍ର ଏବଂ ମାଟିର ସଂସ୍କୃତି ଓ ପରମ୍ପରା ଉପରେ ପର୍ଯ୍ୟବେଷ୍ଟିତ ଚଳଚିତ୍ର ” ଜଙ୍ଗଲ ଜଲୁଛେ ” ର ଟ୍ରେଲର ଲଞ୍ଚ ଅନୁଷ୍ଠିତ ହେବ l ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ମାନବ ଅଧିକାର ସୁରକ୍ଷା ଆୟୋଗ ର ଅଧ୍ୟକ୍ଷ ବିଚାରପତି ଶତ୍ରୁଘ୍ନ ପୁଜାହାରୀ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ ର ଉପ କୁଳପତି ନରେନ୍ଦ୍ର କୁମାର ମିଶ୍ର, ବରଗଡ଼ ର ପ୍ରାକ୍ତନ ସାଂସଦ ଡା. ପ୍ରଭାସ ସିଂହ, ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ର ପ୍ରାକ୍ତନ ବିଧାୟକ ନାଉରି ନାଏକ, ଓଡିଶା ସାହିତ୍ୟ ଓ ସଂଗୀତ ନାଟକ ଏକାଡେମୀ ର ସଚିବ ଡା. ଚନ୍ଦ୍ରଶେଖର ହୋତା ଓ ଲେଖକ ଓ ଗବେଷକ ପ୍ରlଧ୍ୟାପକ ଡା. ସନ୍ତୋଷ କୁମାର ରଥ ବିଶିଷ୍ଟ ଅତିଥି ଭାବରେ ଯୋଗ ଦେଉଥିବା ବେଳେ ବିଶିଷ୍ଟ ସାମ୍ବାଦିକ, ଚଳଚ୍ଚିତ୍ର ଗବେଷକ ଦିଲ୍ଲୀପ ହାଲି, ଓଡ଼ିଆ ଅଭିନେତା ଅଶ୍ରୁ ମୋହନ ମହାନ୍ତି, ପ୍ରଦ୍ୟୁମ୍ନ ଲେଙ୍କା, ବୀରେନ୍ଦ୍ର ମିଶ୍ର, ଆଦିକନ୍ଦ ରାଉତ ତଥା ନୈନା ଦାସ ପ୍ରମୁଖ ଯୋଗଦାନ କରିବେ ବୋଲି ସହଯୋଗୀ ଗୋରଖନାଥ ସାହୁ, ପ୍ରଯୋଜକ ନିବେଦିତା ନାୟକ, ମୀନା ମହାରଣା ଓ ନିର୍ଦ୍ଦେଶକ ସରୋଜ କୁମାର ଭୂୟାଁ ସୂଚନା ଦେଇଛନ୍ତି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed