August 21, 2026
Home » ଓଡିଶା ମହାକାଶ ଉପଯୋଗ କେନ୍ଦ୍ରରେ ଜାତୀୟ ମହାକାଶ ଦିବସ ସମାରୋହ ପାଳିତ

ଓଡିଶା ମହାକାଶ ଉପଯୋଗ କେନ୍ଦ୍ରରେ ଜାତୀୟ ମହାକାଶ ଦିବସ ସମାରୋହ ପାଳିତ

0
WhatsApp Image 2025-08-23 at 8.15.44 PM

ଭୁବନେଶ୍ୱର: ଓଡିଶା ମହାକାଶ ଉପଯୋଗ କେନ୍ଦ୍ରରେ ଜାତୀୟ ମହାକାଶ ଦିବସ ମହାସମାରୋହରେ ପାଳିତ ହୋଇଛି । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏହି ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡିଶା ମହାକାଶ ଉପଯୋଗ କେନ୍ଦ୍ରର (ଓରସାକ) ବିଭିନ୍ନ ଭୂମିକା ଉପରେ ଆଲୋକପାତ କରିଥିଲେ । ଆଜିର ଦିବସ ପ୍ରତ୍ୟେକ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ପ୍ରେରଣାଦାୟୀ ହେବାନେଇ ମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ରହିଲେ ଦେଶରେ ପ୍ରଗତିର ନୂତନ ସମ୍ଭାବନା ସୃଷ୍ଟି ହୋଇପାରିବ । ଏଥିପ୍ରତି ସରକାର ପ୍ରତି କ୍ଷେତ୍ରରେ ପ୍ରୋତ୍ସାହନ ଦେଉଥିବା ସେ ଉଲ୍ଲେଖ କରିଥିଲେ । ମହାକାଶ ଗବେଷଣା ଏକ ସ୍ୱତନ୍ତ୍ର ଅଧ୍ୟୟନ ହୋଇଥିବାରୁ ଏଥିପ୍ରତି ଛାତ୍ରଛାତ୍ରୀ ମାନେ ନୀତିନିଷ୍ଠ ଧ୍ୟାନ ଦେଲେ ଜଣେ ମହାକାଶ ବିଜ୍ଞାନୀ ହୋଇପାରିବ। ରାଜ୍ୟରେ ବିଜ୍ଞାନ ଗବେଷଣା ଓ ବୈଷୟିକ ବିକାଶର ସୁଯୋଗ ରହିଛି ଏବଂ ଓଡିଶା ମହାକାଶ ଉପଯୋଗ କେନ୍ଦ୍ରର ସହଯୋଗ ରହିଥବା ନେଇ ସେ ସୂଚନା ଦେଇଥିଲେ ।


ମୁଖ୍ୟ ବକ୍ତା ଭାବେ ଆଇଆଇଟି, ଭୁବନେଶ୍ୱରର ସହକାରୀ ପ୍ରଫେସର ଡଃ ଦେବଦତ୍ତ ସ୍ୱାଇଁ ଯୋଗଦେଇ ଚଳିତ ବର୍ଷର ଶୀର୍ଷକ “ଆର୍ଯ୍ୟଭଟ୍ଟ ଠାରୁ ଗଗନାୟନ- ପ୍ରାଚୀନ ପ୍ରଜ୍ଞା ଠାରୁ ଅସୀମ ସମ୍ଭାବନା” ଉପରେ ଆଲୋକପାତ କରିଥିଲେ।
ଆଜିର ଦିବସ ଭାରତର ମହାକାଶ ଅଭିଯାନର ବିଜୟ ଗାଥାକୁ ମନେପକାଇବା ସହ ମହାକାଶ ଗବେଷଣା କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହ ଉଦ୍ରେକ କରିବ ବୋଲି ସେ ଉଲ୍ଲେଖ କରିଥିଲେ ।

ସୂଚନାଯୋଗ୍ୟ ଚନ୍ଦ୍ରଯାନ-୩ ମିଶନର ଉଲ୍ଲେଖନୀୟ ସଫଳତାକୁ ପାଳନ କରିବା ପାଇଁ ଭାରତ ସରକାର ଅଗଷ୍ଟ ୨୩ ତାରିଖକୁ “ଜାତୀୟ ମହାକାଶ ଦିବସ” ରୁପେ ଘୋଷଣା କରିଛନ୍ତି । ଏହି ମିଶନରେ ବିକ୍ରମ ଲ୍ୟାଣ୍ଡରର ନିରାପଦ ଏବଂ ସୂକ୍ଷ୍ମ ଅବତରଣ କରିବା ସହ ଦକ୍ଷିଣ ମେରୁ ନିକଟରେ ଚନ୍ଦ୍ର ପୃଷ୍ଠରେ ପ୍ରଜ୍ଞାନ ରୋଭରକୁ ନିୟୋଜିତ କରିବାରେ ସଫଳ ହୋଇପାରିଥିଲା । ଏହି ଐତିହାସିକ ସଫଳତା ଭାରତକୁ ମହାକାଶ ଯାତ୍ରା କରୁଥିବା ରାଷ୍ଟ୍ରଗୁଡିକ ମଧ୍ୟରେ ଏକ ଗୁରୁତ୍ବପୂର୍ଣ ସ୍ଥାନ ପ୍ରଦାନ କରିଛି । ଏହା ଭାରତକୁ ଚନ୍ଦ୍ରରେ ଅବତରଣ କରିବାରେ ଚତୁର୍ଥ ଦେଶ ଏବଂ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ପହଂଚିବାରେ ପ୍ରଥମ ଦେଶ ହେବାର ଗୌରବ ହାସଲ କରିଛି ।

ଏହି ଦିବସକୁ ପାଳନ କରିବା ପାଇଁ ଆଜି ଓଡିଶା ମହାକାଶ ଉପଯୋଗ କେନ୍ଦ୍ର ପରିସରରେ ପୂର୍ବାହ୍ନରେ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଆୟୋଜନ କରଯାଇଥିଲା। ମହାକାଶ ବିଜ୍ଞାନ କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିବିଶେଷ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ନିମନ୍ତ୍ରଣ କରଯାଇଥିଲା । ବିଶେଷ କରି ଭୁବନେଶ୍ଵରର କେତେକ ସରକାରୀ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରଛାତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ମହାକାଶ ବିଜ୍ଞାନ ସମ୍ବନ୍ଧୀୟ କୁଇଜ ପ୍ରତିଯୋଗୀତା କରାଯାଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରଯାଇଥିଲା ।

ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ପାତ୍ର ଓରସାକ ପରିସରରେ ବୃକ୍ଷ ରୋପଣ କରିବା ସହ ରକେଟ ଉତକ୍ଷେପଣ ସଂକ୍ରାନ୍ତୀୟ ଏକ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ । ଏଥିସହ ଏହି ଅବସରରେ ଆଇଆଇଟି, ଭୁବନେଶ୍ୱରର ଛାତ୍ରଛାତ୍ରୀ ସମେତ ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ ।

ଏହି ଅବସରରେ ଓଡିଶା ମହାକାଶ ଉପଯୋଗ କେନ୍ଦ୍ର (ଓରସାକ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀମତୀ ରଶ୍ମିତା ପଣ୍ଡା ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ନିଜର ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ପରିଶେଷରେ ଓଡିଶା ମହାକାଶ ଉପଯୋଗ କେନ୍ଦ୍ର (ଓରସାକ)ର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ସୋଫି ସାଇନିକା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।