ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ଅବସରରେ ବକ୍ତୃତା ପ୍ରତିଯୋଗୀତା
ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ୨୫.୧୦.୨୪ ତାରିଖରେ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଶୋକ ମେହେଟ୍ଟା ସଭା ଗୃହରେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଏକ ବକ୍ତୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ପ୍ରତି ବର୍ଷ ଅକ୍ଟୋବର ୨୯ ତାରିଖକୁ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ରୂପେ ପାଳନ କରାଯାଏ । ପ୍ରକାଶ ଥାଉକି, ଓଡ଼ିଶାରେ ୧୯୯୯ ମସିହା ଅକ୍ଟୋବର ମାସ ୨୯ ତାରିଖ ଦିନର ମହାବାତ୍ୟାରେ ହଜାର ହଜାର ଲୋକ ମୃତ୍ୟୁବରଣ କରିବା ସହ ନାହିଁ ନ ଥିବା କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିଲା ।
ଏହି ବର୍ଷ ମଧ୍ୟ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଜିଲ୍ଲା ସ୍ତରରେ ପାଳନ କରିବା ପାଇଁ ରାଜ୍ଯ ସରକାର ନିଷ୍ପତି ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷର ମୁଖ୍ୟ ଆଲୋଚନାର ପ୍ରସଙ୍ଗ “ ଆଗୁଆ ପଦକ୍ଷେପ ପାଇଁ ପ୍ରାକ ସତର୍କ ସୂଚନା ”। ଏହି ଦିବସରେ ପଞ୍ଚାୟତ ସ୍ତରୀୟ ସମସ୍ତ ନିର୍ବାଚିତ ପ୍ରତିନିଧି, ଛାତ୍ର ଓ ଛାତ୍ରୀ, ବିଭିନ୍ନ ସ୍ଵେଛାସେବୀ ସଂଗଠନ, ବିଭିନ୍ନ ଗୋଷ୍ଠୀ ସଂଗଠନ ସମେତ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ଜଡ଼ିତ କରି, ଯାହାକି ପ୍ରାକୃତିକ ବିପର୍ଯ୍ୟୟ ଏବଂ ତାହାର ପରିଚାଳନା ବିଷୟରେ ସଚେତନତା ବୃଦ୍ଧି କରିବାରେ ଅଧିକ ପ୍ରଭାବ ପକାଇବ । ଏହି ଅବସରରେ ବିଭିନ୍ନ ବର୍ଗର ଛାତ୍ର ଛାତ୍ରୀମାନଙ୍କୁ ନେଇ ଏକ ବକ୍ତୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ବିଚାରକ ମଣ୍ଡଳୀ ଭାବେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଗୀତାଞ୍ଜଳି ବେହେରା, ଜିଲ୍ଲା କ୍ରୀଡା ଅଧିକାରୀ ଅଶ୍ୱିନୀ ମାଝୀ , ସହକାରୀ ଜିଲ୍ଲାପାଳ, ପ୍ରତିଷ୍ଠାନ ବିନାୟକ ଖାଡ଼ଙ୍ଗା, ସହକାରୀ ଜିଲ୍ଲାପାଳ ରାଜସ୍ବ ଆଶୁତୋଷ ପାତ୍ର ପ୍ରକାଶିନୀ ଚୌଧୁରୀ, ସରକାରୀ ଆପଗ୍ରେଡେଡ ହାଇସ୍କୁଲ ଝାଡବନ୍ଧଗୁଡା ,ସଚିନ ସଦଗୋପନ, ଏସଏସ ହାଇସ୍କୁଲ, ଉମରକୋଟ କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ପ୍ରତିଯୋଗିତାରେ ବିଭିନ୍ନ ମହାବିଦ୍ୟାଳୟ ଓ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍ସାହିତର ସହ ଏଥିରେ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାରେ ଭାଗ ନେଇ ପ୍ରଥମ ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗିଙ୍କୁ ଆଗାମୀ ୨୯ ଅକ୍ଟୋବର ୨୦୨୪ ଦିନ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ଦିନ ପୁରସ୍କୃତ କରାଯିବ । ଜିଲ୍ଲା ଜରୁରୀ କାଳୀନ ବିଭାଗର ଜିଲ୍ଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ, ଜିଲ୍ଲା ଶିକ୍ଷା ବିଭାଗର ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଭାତ କୁମାର ପଟ୍ଟନାୟକ, ଗଗନ କୁମାର ବିଶୋଇ, ଅଜୟ କୁମାର ନାୟକ, ଅଭିନାଶ ପାତ୍ର, ମୋବିନା ସୁଲତାନା, ରାମକୃଷ୍ଣ ପୂଜାରୀ, ପ୍ରଫୁଲ୍ଲ କୁମାରୀ ପାତ୍ର ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l
ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ