September 26, 2026
Home » ଓଡ୍ରାଫ୍ ଟିମ୍‌

ଓଡ୍ରାଫ୍ ଟିମ୍‌

0
WhatsApp Image 2026-09-25 at 2.43.58 PM (1)
ଓଡ୍ରାଫ୍ ଟିମ୍ ତୁମମାନଙ୍କୁ ମୋର କୋଟି କୋଟି ନମସ୍କାର
ନିଜ ଜୀବନକୁ ଖାତିର ନ କରି  ଲୋକଙ୍କୁ କରୁଛ ଉଦ୍ଧାର
 ବନ୍ୟା ବାତ୍ୟା ଆସିଲେ ତୁମେ ହେଉଛ ତତ୍ପର
ନାହିଁ ତୁମ କର୍ତ୍ତବ୍ୟରେ  କିଛି ବାଛ ବିଚାର
 କାହାର ତୁମେ ପୁଅ କାହାର ବାପ ଅବା ସ୍ୱାମୀ
ତଥାପି ନିଜକୁ ତୁମେ ସମର୍ପି ଦେଇଛ ପର ଆପଣା ନ ମଣି
 ପ୍ରଖର ସ୍ରୋତକୁ ଡେଇଁ ପଡୁଛ ନିଜ ଜୀବନକୁ ବାଜି ଲଗାଇ
 ନିଜକୁ ତୁମେ ଗଢି ତୋଳିଛ ଲୋକଙ୍କ ହିତ ପାଇଁ
ଭାବି ନେଇଛ ମନ ଭିତରେ  ଆସିଛି ମୁଁ ସଂସାରକୁ କଣ ପାଇଁ?
 ଯେତିକି ଦିନି ଥିବି ମୁଁ ଏ ଦୁନିଆରେ ଜଳାଞ୍ଜଳି ଦେବି ଲୋକଙ୍କ ପାଇଁ
 ନାହିଁ ତୁମ ମନରେ ନିଜ ମା, ସ୍ତ୍ରୀ ଓ ଛୁଆର ଭାବନା
ତଥାପି ତୁମେ ନିଜ ଲୋକଙ୍କୁ ଦୂରେଇ  ଶୁଣୁଛ ଆଗ ଅନ୍ୟର ବେଦନା।
ଓଡ୍ରାଫ୍ ଟିମ୍ ତୁମେ ମଣିଷ ନୁହଁ  ସାକ୍ଷାତ ଈଶ୍ୱର
ତୁମ ସାହାସ ଓ ବିରତ୍ୱକୁ ମୋର କୋଟି ଜୁହାର
ପ୍ରଭୁ ଜଗତର ନାଥ କାଳିଆ ସାଆନ୍ତ କରୁଛି ମୁଁ ଏତିକି ଅଳି
 ସବୁ ବିପଦ ଆପଦରୁ ଓଡ୍ରାଫ୍ ଟିମ୍ କୁ ରକ୍ଷା କରନ୍ତୁ ଏତିକି ମୋର ଗୁହାରୀ।
ଜୟ ଜଗନ୍ନାଥ (ବବିତା ପରିଡା ଇପିଏ)

Leave a Reply

Your email address will not be published. Required fields are marked *