କଂଗ୍ରେସ ଦଳ ପକ୍ଷରୁ ଏଆଇସିସି ସମ୍ପାଦକ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଲେ କଂଗ୍ରେସ କର୍ମକର୍ତ୍ତା
ଧର୍ମଗଡ଼ :କୋକସରା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବୁଧବାର ଏଆଇସିସି ସମ୍ପାଦକ ତଥା ଓଡିଶା ପ୍ରଭାରୀ ଥିବା କଂଗ୍ରେସ ଦଳ ର ବରିଷ୍ଠ ନେତା ଜେ.ଟି କୁଶୁମ କୁମାର ଙ୍କୁ ବ୍ଲକ କଂଗ୍ରେସ କମିଟି ସଭାପତି ଲକ୍ଷ୍ମଣ ଶବର ଙ୍କ ନେତୃତ୍ବରେ କୋକସରା ବ୍ଲକ ଆମପାଣି ବୁଢ଼ାରଜା ମନ୍ଦିର ନିକଟରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି। ଶ୍ରୀ କୁଶୁମ କୁମାର ନବରଙ୍ଗପୁର ଦେଇ କଳାହାଣ୍ଡି, ନୂଆପଡା ଗସ୍ତ ରେ ଆସିଥିବା ବେଳେ ଆମପାଣି ଠାରେ କଂଗ୍ରେସ କର୍ମକର୍ତ୍ତା ଙ୍କ ପକ୍ଷରୁ ଉପଢୌକନ ସହ ସମ୍ବର୍ଦ୍ଧନା ଜଣାଇଥିଲେ।

ପରେ ବୁଢ଼ାରଜା ମନ୍ଦିର ଦର୍ଶନ କରି ଦଳୀୟ କର୍ମକର୍ତ୍ତା ଙ୍କ ସହ କିଛି ସମୟ ଆଲୋଚନା କରିଥିଲେ ଶ୍ରୀ କୁଶୁମ କୁମାର। ଏହି ଅବସରରେ କୋକସରା ବ୍ଲକ କଂଗ୍ରେସ ଉପ ସଭାପତି ଟିକିଚନ୍ଦ୍ର ଧଙ୍ଗଡାମାଝୀ,ଅଜୟ କୁମାର ପଣ୍ଡା,ଧନୁ ଦୁର୍ଗା,ବନମାଳୀ ପାଣିଗ୍ରାହୀ,ଲକ୍ଷ୍ମଣ ବାଗ, ଗୋକୁଳ ବାରିକ ସମେତ ଦଳୀୟ କର୍ମୀ ଉପସ୍ଥିତ ଥିଲେ। ଏହାପରେ କୋକସରା ଠାରେ ମଧ୍ୟ ଶ୍ରୀ କୁସୁମ ଙ୍କୁ ବରିଷ୍ଠ କଂଗ୍ରେସ ନେତା ପୁରୁଷୋତ୍ତମ ଗୁପ୍ତା, ନିମାଇଁ ଚରଣ ଧଙ୍ଗଡା ମାଝୀ, ନବୀନ କୁମାର ନାଏକ,ଅରୁଣ କୁମାର ମାଝୀ,ଧନେଶ୍ବର ମହାନନ୍ଦ,କୃପାସିନ୍ଧୁ ବାଗ ପ୍ରମୁଖ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।କୋକସରା ରେ ଦୀର୍ଘଦିନ ଧରି ଜାରି ରହିଥିବା ମେଗାଲିଫ୍ଟ ଚାଷି ଙ୍କ ଆନ୍ଦୋଳନ ସ୍ଥଳ ରେ ପହଞ୍ଚି ଚାଷି ପ୍ରତିନିଧି ଙ୍କ ସହ ଆଲୋଚନା କରିବା ସହ ଚାଷି ଙ୍କ ପାଇଁ ଏହା ଦୁର୍ଭାଗଜନକ ଘଟଣା ରାଜ୍ୟ ସରକାର ଚାଷି ଙ୍କ ହକ ଦେବାକୁ କହିଥିଲେ ଏଆଇସିସି ସମ୍ପାଦକ ଜେ.ଟି କୁଶୁମ କୁମାର। ଏହାପରେ ସେ ଭବାନୀପାଟଣା ଅଭିମୁଖେ ବାହାରିଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ…..
