April 23, 2026
Home » କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ବିଜେପିର କୁମ୍ଭୀର କାନ୍ଦଣା

କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ବିଜେପିର କୁମ୍ଭୀର କାନ୍ଦଣା

0
1001048366
ନୟାଗଡ: ନୟାଗଡ ମହିଳାଙ୍କ ପାଇଁ କୁମ୍ଭୀର କାନ୍ଦଣା ବନ୍ଦ କରୁ ବିଜେପି । ବିଜେପି କଂଗ୍ରେସ ବିରୁଦ୍ଧରେ ମହିଳା ବିଲକୁ ନେଇ ଦେଶବାସୀଙ୍କୁ ଭ୍ରମିତ କରୁଛି । କଂଗ୍ରେସ ଦଳ ମହିଳାଙ୍କ ସଶକ୍ତିକରଣ ଓ ନେତୃତ୍ୱକୁ ଆଗକୁ ବଢାଇବା ପାଇଁ ସର୍ବଦା ପ୍ରତିବଦ୍ଧ । ପଞ୍ଚାୟତିରାଜ ପ୍ରତିଷ୍ଠାନରେ ୩୩% ସଂରକ୍ଷଣ ଠାରୁ ଆରମ୍ଭ କରି ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ଲୋକସଭା ବାଚସ୍ପତି, ଏବଂ ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ, କଂଗ୍ରେସ ଦଳ ସବୁବେଳେ ମହିଳାଙ୍କୁ ଅଗ୍ରଣୀ ଭୂମିକା ନେବା ପାଇଁ ପ୍ରୋତ୍ସାହିତ କରିଆସିଛି l ମହିଳାଙ୍କୁ ଦେଶରେ ୩୩% ସଂରକ୍ଷଣ ପାଇଁ ୨0୨୩ ମସିହାରେ ଦେଶର ସଂସଦ ରେ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହେବା ପରେ ମହମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋହର ମାରି ଆଇନରେ ପରିଣତ କରିବା ପରେ କେନ୍ଦ୍ର ବିଜେପି ସରକାର ମହିଳା ମାନଙ୍କୁ ୨୦୨୪ ସାଧାରଣ ନିର୍ବାଚନରେ ଉପଯୁକ୍ତ ପ୍ରତିନିଧିତ୍ୱ ଦେଲେ ନାହିଁ ଏବଂ ଏହା ପଛରେ କି ରାଜନୈତିକ ରହସ୍ୟ ରହିଛି ।

 ଦେଶ ପ୍ରଧାନମନ୍ତ୍ରୀଙ୍କ ଠାରୁ ଉତ୍ତର ଚାହୁଁଛି l ୨୦୨୩ରେ ଗୃହୀତ ହୋଇଥିବା ମହିଳା ବିଲ ତୁରନ୍ତ କାର୍ଯ୍ୟକାରୀ କରିବା ମହିଳା ମାନଙ୍କୁ ନ୍ୟାୟ ଦେବା ପାଇଁ ଲୋକସଭା ବିରୋଧି ଦଳ ନେତା ଜନ ନାୟକ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଆହ୍ୱାନ ଦେଇଛନ୍ତି l ନୟାଗଡ଼ ଡିସିସି ସଭାପତି ଶ୍ରୀ ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ଶ୍ରୀ ଅଭିଷେକ ମହାନନ୍ଦ, ବରିଷ୍ଠ କଂଗ୍ରେସ ନେତା ଶ୍ରୀ ହଳଧର ସେଠୀ, ରାଜ୍ୟ ମହିଳା କଂଗ୍ରେସ ବରିଷ୍ଠ ଉପସଭାନେତ୍ରୀ ପ୍ରଣତି ମିଶ୍ର, ବିଶ୍ୱକଲ୍ୟାଣୀ କର, ସାଧାରଣ ସମ୍ପାଦିକା ସିଲି ସେଠି, ଡିସିସି ଉପସଭାପତି ଫକୀର ଚରଣ ମଲ୍ଲ, ଡିସିସି ଅନୁସୂଚିତ ଜାତି ସଭାପତି ଜିତେନ୍ଦ୍ର ଦଳେଇ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁ,ଡିସିସି ମନରେଗା କମିଟି ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସାନ୍ତ ପ୍ରମୁଖ ଉପସ୍ଥିତ ଥିଲେ l
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *