କବିସୂର୍ଯ୍ୟନଗର ହାଜତ ମୃତ୍ଯୁ ଘଟଣାର ବିଚାର ବିଭାଗୀୟ ତଦନ୍ତ,ଆର୍ଥିକ ସହାୟତା ଓ ଆଇନଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଉ- ଫରୱାର୍ଡ ବ୍ଲକ।
କବିସୂର୍ଯ୍ୟନଗର:କବିସୂର୍ଯ୍ୟନଗର ପୁଲିସର ଥାର୍ଡ ଡିଗ୍ରୀ ଯୋଗୁଁ ଦିବ୍ଯାଙ୍ଗ ଯୁବକ ସୁଶାନ୍ତ କୁମାର ସାହୁଙ୍କ ମୃତ୍ଯୁ ଘଟଣାରେ ପୁଲିସର ବର୍ବରତା ଗ୍ରହଣୀୟ ନୁହେଁ ବୋଲି ଫରୱାର୍ଡ ବ୍ଲକ ପକ୍ଷରୁ କୁହାଯାଇଛି। ଅଭିଯୋଗ ଫର୍ଦ୍ଦରେ ସୁଶାନ୍ତଙ୍କ ନାମ ନଥିବା ବେଳେ ପୁଲିସ ତାଙ୍କୁ ୭ ଦିନଧରି ରଖି ଶାରୀରିକ ନିର୍ଯାତନା ଦେଇ ପିଟିପିଟି ହତ୍ଯା କରିଛି। ଏଭଳି ଘଟଣା ସଭ୍ଯ ସମାଜରେ ଗ୍ରହଣୀୟ ନୁହେଁ। ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ ଗଞ୍ଜାମ ଜିଲ୍ଲା କମିଟି ତରଫରୁ ମୃତକଙ୍କ ପରିବାରକୁ ସୁବଳିଆ ଗ୍ରାମରେ ସାକ୍ଷତ କରି ଆଲୋଚନା କରିଛନ୍ତି।

ଫରୱାର୍ଡ ବ୍ଲକ ପକ୍ଷରୁ ଦିବ୍ଯାଙ୍ଗ ଯୁବକ ସୁଶାନ୍ତ କୁମାର ସାହୁ ହତ୍ୟା ଘଟଣାର ବିଚାର ବିଭାଗୀୟ ତଦନ୍ତ,ମୃତ ସୁଶାନ୍ତଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ, ଦିବ୍ଯାଙ୍ଗ ଯୁବକ ସୁଶାନ୍ତ କୁମାର ସାହୁ ହତ୍ୟାକାଣ୍ଡ ଘଟଣାରେ ଆଇପିଏସ ଅଧିକାରୀ ସମେତ ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କ ବିରୁଦ୍ଧରେ ଶାରୀରିକ ନିର୍ଯାତନା ଓ ହତ୍ଯା ଭଳି ଅପରାଧିକ ମାମଲା ରୁଜ୍ଜୁ କରାଯାଉ,ଭାଟଖାଲି ପାହାଡ ନିକଟରେ ମହିଳା ଶ୍ରମିକଙ୍କୁ ଅସାଦାଚରଣ ଓ ଆକ୍ରମଣ ଘଟଣାରେ ସମ୍ପୃକ୍ତ ପୁଲିସ ବିରୁଦ୍ଧରେ ଅପରାଧିକ ମମଲା ରୁଜ୍ଜୁ କରାଯାଉ,ବୟାନ ବଦଳାଇବାକୁ ମୃତକଙ୍କ ଭାଇ ଉପରେ ଚାପ ଓ ଧମକ ଦେଉଥିବା ଅଧିକାରୀଙ୍କ ବିରୁଦ୍ଧରେ ବିଭାଗୀୟ ଓ ଆଇନଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଉ।

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ୫ ଦଫା ସମ୍ବଳିତ ଦାବିପତ୍ର ତହସିଲଦାରଙ୍କ ଜରୀଆରେ ପ୍ରଦାନ କରାଯାଇଛି। ସ୍ଥାନୀୟ ଡାକବଙ୍ଗଳା ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଫରୱାର୍ଡ ଜିଲ୍ଲା ସଭାପତି ବିଭୂଧେନ୍ଦ୍ର ପାଢୀ,ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସାହୁ,ଜିଲ୍ଲା ସମ୍ପାଦକ ମିଥୁନ ବେହେରା,କୋଷାଧ୍ୟକ୍ଷ ସପ୍ନେଶ୍ବର ପାଣିଗ୍ରାହୀ, ଜିଲ୍ଲା କମିଟି ସଦସ୍ଯ ଅଜୟ କୁମାର ପଣ୍ଡା, ଯୁବନେତା ମୁନା ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଫରୱାର୍ଡ ବ୍ଲକ ପକ୍ଷରୁ କୁହାଯାଇଛି ମୃତ ସୁଶାନ୍ତଙ୍କ ପରିବାରକୁ ନ୍ୟାୟ ମିଳିବା ପଯର୍ଯନ୍ତ ଲଢେଇ ଜାରିରହିବ। ପୁଲିସର ବର୍ବରତାକୁ ଦୃଢ ନିନ୍ଦା କରାଯାଇଛି।
