April 27, 2025
Home » କବିସୂର୍ଯ୍ୟ ବିଦ୍ୟାପୀଠ ବିଦ୍ୟାଳୟ କୁ ଫେରିଲେ 39 ଛାତ୍ର..

କବିସୂର୍ଯ୍ୟ ବିଦ୍ୟାପୀଠ ବିଦ୍ୟାଳୟ କୁ ଫେରିଲେ 39 ଛାତ୍ର..

0
WhatsApp Image 2024-08-05 at 3.47.36 PM

 

କବିସୂର୍ଯ୍ୟନଗର ( ) ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର କବିସୂର୍ଯ୍ୟ ବିଦ୍ୟାପୀଠ ବିଦ୍ୟାଳୟ କୁ ଫେରିଲେ 39 ଛାତ୍ର..ଗତ 31 ତାରିଖ ଦିନ ହଷ୍ଟେଲ ର ପାଣି ଟ୍ୟାପ ଭାଙ୍ଗିଥିବା ନେଇ ପ୍ରଧାନ ପଣ୍ଡିତ ତାଗିଦ କରିବା ପରେ ହଷ୍ଟେଲ ଛାଡି ଘରକୁ ପଳେଇଥିଲେ 39 ଅନ୍ତେବାସୀଘଟଣା ଟି ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ରେ…..କବିସୂର୍ଯ୍ୟ ବିଦ୍ୟାପୀଠ ରେ 115 ପିଲା ପଢ଼ୁଥିବା ଥିବା ବେଳେ ସମସ୍ତ ଆଦିବାସୀ ଛାତ୍ର ବୋଲି ଜଣାପଡିଛି..ଅଞ୍ଚଳର ସର୍ବପୁରାତନ ବିଦ୍ୟାଳୟ କୁ ବଞ୍ଚାଇବା ପାଇଁ କମିଟି ନିଷ୍ପତି ପ୍ରକାରେ ଆଦିବାସୀ ପିଲାଙ୍କୁ ଆଣି ଖାଇବା ଦେଇ ଶିକ୍ଷାଦାନ କରାଯାଉଛି ବୋଲି ବିଦ୍ୟାଳୟ ସଭାପତି କହିଛନ୍ତି.. କୌଣସି ପିଲା ପାଣି ଟ୍ୟାପ ଭାଙ୍ଗିବା ନେଇ ପ୍ରଧାନ ଶିକ୍ଷକ ପିଲାଙ୍କୁ ତାଗିଦ କରିବା ପରେ ସବୁ ପିଲା ନିଷ୍ପତି କରି ହଷ୍ଟେଲ ଛାଡି ଘରକୁ ପଳାଇଥିଲେ.. ଏନେଇ ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ କବିସୂର୍ଯ୍ୟନଗର ଥାନାରେ ଏତଲା ଦେବା ପରେ ପୋଲିସ ବିଦ୍ୟାଳୟ କୁ ଆସି ତଦନ୍ତ କରିଥିଲେ ଏବଂ ପରେ ପରେ ଜିଲ୍ଲା ଅତିରିକ୍ତ ସମାଜ ମଙ୍ଗଳ ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳ ତଦନ୍ତ ରେ ଆସି ମଧ୍ୟ ଫେରିଥିଲେ..ଜି 5 ଦିନ ପରେ ସମସ୍ତ ପିଲା ବାପା ମା ଙ୍କୁ ଧରି ବିଦ୍ୟାଳୟ ରେ ପହଁଚି ଘଟଣା ସମ୍ପର୍କ ରେ ପ୍ରଧାନ ଶିକ୍ଷକ ଙ୍କ ପଚାରିଥିବା ଜଣାଯାଇଛି..ହେଲେ ଆସିଥିବା ପିଲା ବିଦ୍ୟାଳୟ ରେ ରହିବେ ନା ବିଦ୍ୟାଳୟ ଛାଡ଼ିବେ ସେ ନେଇ କୌଣସି ଅଭିଵାବକ ପ୍ରତିକ୍ରିୟା ଦେବାକୁ ମନା କରିଥିଲେ ସେହିପରି ଜିଲ୍ଲାସ୍ତରୀୟ ତଦନ୍ତ ଚାଲିଥିବା ରେ ପ୍ରଧାନ ଶିକ୍ଷକ ମଧ୍ୟ ପ୍ରତିକ୍ରିୟା ଦେବାକୁ ମନା କରିଥିଲେ..ଏଠାରେ ପ୍ରଶ୍ନ ଉଠୁଛି ସରକାରୀ ସ୍ତରରେ କେତେ ଅନୁଦାନ ନବମ ଦଶମ ପିଲାଙ୍କୁ ଖାଇବା ପାଇଁ ଆସୁଛି.. କେଉଁ ବିଭାଗ ପିଲାଙ୍କ ଖାଇବା ଖର୍ଚ୍ଚ ଦେଉଛି.. ସେନେଇ କୌଣସି ସୂଚନା ମିଳୁନଥିବା ବେଳେ ପରିଚାଳନା କମିଟି ପକ୍ଷରୁ ଅନୁସଙ୍ଗିକ ବ୍ୟବସ୍ଥା କରାଯାଇଥିବା କୁହାଯାଉଛି..ଏଠାରେ କୁହାଯାଉଛି ଯେ ପିଲା ରହିବା ନରହିବା ଯେତିକି ଜରୁରୀ ତାଠାରୁ ଅଧିକ ଜରୁରୀ ହୋଇପଡିଛି ବିଦ୍ୟାଳୟ ରହିବ ନା ବନ୍ଦ ହେବ ତାହାକୁ ନେଇ ପ୍ରଶ୍ନ ଉଠିଲାଣି.ସହର ର ଏକ. ପୁରାତନ ବିଦ୍ୟାଳୟ ଭାଙ୍ଗିବା ପୂର୍ବରୁ ସ୍ଥାନୀୟ ନେତା, ବୁଦ୍ଧିଜୀବୀ, ଶିକ୍ଷାବିତ ଦୃଷ୍ଟି ଦେବାକୁ ଦାବୀ ଉଠିଲାଣି..

 

କବିସୂର୍ଯ୍ୟନଗର ଇପିଏ ରୁ ସରୋଜ ମିଶ୍ର ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *