କଳାହାଣ୍ଡି ଜିଲ୍ଲା ଯୁବ ରେଡକ୍ରସ୍ ବାର୍ଷିକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ଭବାନୀପାଟଣା: ମା ମାଣିକେଶ୍ଵରୀ ବିଶ୍ବ ବିଦ୍ୟାଳୟ, କଳାହାଣ୍ଡି, ଭବାନୀପାଟଣା ଠାରେ ଯୁବ ରେଡକ୍ରସ୍ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ରେଡକ୍ରସର ପ୍ରତିଷ୍ଠାତା ସାର୍ ଜିନ୍ ହେନେରୀ ଡୁନାଣ୍ଟଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ଓ ଦୀପ ପ୍ରଜ୍ବଳନ ସହ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷା ଡ. ନିବେଦିତା ନାଥ ଏହି ବୈଠକରେ ସଭାପତିତ୍ବ କରି ସେବା ମାଧ୍ୟମରେ ରେଡକ୍ରସର ମାନବୀୟ ମୂଲ୍ୟବୋଧ ପ୍ରତିଫଳିତ ହୋଇଥାଏ ବୋଲି ମତ ଦେଇ ଥିଲେ । ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବୈତୁରା ଦିପ୍ ଯୋଗଦେଇ ଜିଲ୍ଲା ଯୁବ ରେଡକ୍ରସର ବିଭିନ୍ନ କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହିତ ଜିଲ୍ଲା ରେଡକ୍ରସ୍ ଶାଖା ତରଫରୁ ସଚେତନତା ମୂଳକ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଆର୍ଥିକ ସହଯୋଗ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଶ୍ଵ ବିଦ୍ୟାଳୟର ଉପ କୁଳସଚିବ ମେଜର ଡ. ଜୟଦେବ ସାହୁ ଯୁବ ରେଡକ୍ରସ୍ କାର୍ଯ୍ୟପନ୍ଥାକୁ ସମସ୍ତ ଶିକ୍ଷାନୁଷ୍ଠାନରେ କାର୍ଯ୍ୟକାରୀ କରିବା ସହ ମାନବିକତାର ମହାମନ୍ତ୍ରରେ ହୃଦୟରେ ଧାରଣ କରିବାକୁ ଆହ୍ବାନ ଦେଇଥିଲେ। ରାଜ୍ୟ ଯୁବ ରେଡକ୍ରସ ଅଧିକାରୀ ଡ. ରମେଶ ଚନ୍ଦ୍ର ବେହେରା ଅନ୍ ଲାଇନ୍ ଯୋଗେ ଯୋଡ଼ି ହୋଇ କଳାହାଣ୍ଡି ଜିଲ୍ଲାର ଯୁବ ରେଡକ୍ରସର କାର୍ଯ୍ୟଧାରାକୁ ପ୍ରଶଂସା କରିବା ସହ ସମସ୍ତ ମହା ବିଦ୍ୟାଳୟ ଏହାକୁ ଅଧିକ କ୍ରିୟାଶୀଳ କରିବାକୁ ଆହ୍ଵାନ ଦେଇଥିଲେ। ଜିଲ୍ଲା ଯୁବ ରେଡକ୍ରସ୍ ଆବାହକ ସଂପାଦକ ସଂଜୀବ କୁମାର ସାହୁ ସ୍ଵାଗତ ଅଭିଭାଷଣ ପ୍ରଦାନ କରିବା ସହ ଚଳିତ ବର୍ଷର ବାର୍ଷିକ କାର୍ଯ୍ୟ ଯୋଜନା ବିଷୟରେ ଆଲୋଚନା କରିଥିଲେ। ଜିଲ୍ଲା ସଂଯୋଜକ ଶାନ୍ତନୁ କୁମାର ପରିଡ଼ା ବିଗତ ୨୦୨୫-୨୬ ଶିକ୍ଷାବର୍ଷରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଆୟୋଜିତ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ।

ବୈଠକରେ ଚଳିତ ୨୦୨୬- ୨୭ ଶିକ୍ଷା ବର୍ଷରେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ରେଡ ରିବନ କ୍ଳବ ଖୋଲିବା, ରକ୍ତଦାନ ଶିବିର ଆୟୋଜନ, ବୃକ୍ଷ ରୋପଣ, ସଡ଼କ ସୁରକ୍ଷା , ସାଇବର୍ ସୁରକ୍ଷା, ନାରୀ ସୁରକ୍ଷା, ବିପର୍ଯ୍ୟୟ ପରିଚାଳନା, ସ୍ବଚ୍ଛତା ଅଭିଯାନ ଓ ସଚେତନତା, ଏଡସ୍ ନିରାକରଣ, ନିଶା ମୁକ୍ତ ଅଭିଯାନ, ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଆଦି କାର୍ଯ୍ଯକ୍ରମ ଆୟୋଜନ କରିବା ଉପରେ ଆଲୋଚନା ହୋଇଥିଲା। ଅଧ୍ୟାପକ ସୁବ୍ରତ କୁମାର ବେହେରା, ସଞ୍ଜିବ କୁମାର ଶଗଡ଼ିଆ, ମାନସ ରଞ୍ଜନ ପଣ୍ଡା, ନବକ୍ରିଷ୍ଣ ସାହୁ, ସରୋଜ କୁମାର ପାଟ୍ଟଯୋଷୀ, ରାଜେନ୍ଦ୍ର ପ୍ରଧାନ, ରବି କାନୁନଗୋ , ସସ୍ମିତା ସାହୁ , ବିରଞ୍ଚି ନାୟକ ପ୍ରମୁଖ ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଯୁବ ରେଡକ୍ରସ ପରାମର୍ଶ ଦାତାମାନେ ଜିଲ୍ଲାରେ ଯୁବ ରେଡକ୍ରସର କାର୍ଯ୍ୟଧାରାକୁ ଅଧିକ କ୍ରିୟାଶୀଳ କରିବା ସମ୍ପର୍କରେ ନିଜସ୍ୱ ମତ ପ୍ରକାଶ କରିଥିଲେ। ଚଳିତ ୨୦୨୬ – ୨୭ ଶିକ୍ଷା ବର୍ଷ ପାଇଁ ଦୁଇଟି ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର – ବିଜୟାନନ୍ଦ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ତୁଳାପଡା ଓ ପ୍ରିୟଦର୍ଶିନୀ ମହା ବିଦ୍ୟାଳୟ, ଜୁନାଗଡ଼ ଠାରେ ଆୟୋଜନ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ପରାମର୍ଶଦାତା ଅଧ୍ୟାପକ ବିଶ୍ୱ ରଞ୍ଜନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୧୨୩ ଗୋଟି ଯୁକ୍ତ ଦୁଇ ଓ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଯୁବ ରେଡକ୍ରସ୍ ପରାମର୍ଶଦାତାମାନେ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଯୁବ ରେଡକ୍ରସ ପରାମର୍ଶଦାତା କ୍ୟାପଟେନ୍ ଭବାନୀ ଶଙ୍କର ପଣ୍ତା, ଡ . ନୃସିଂହାନନ୍ଦ ସାସମଲ , ସାଗରିକା ମେହେର ତଥା ବିଶ୍ବବିଦ୍ୟାଳୟ ଯୁବ ରେଡକ୍ରସ୍ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ…..
